ସାନ ଭାଇ ଅକ୍ଲାନ୍ତକୁ ଝୁରି ଝୁରି କାନ୍ଦୁଛନ୍ତି Amlan ! ଚାହୁଁ ଚାହୁଁ ବିତିଗଲା 11 ଦିନ ହେଲେ ଆଜି ବି ଶୁଖିନି ଆଖିର ଲୁହ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚାହୁଁ ଚାହୁଁ ୧୧ ଦିନ ବିତିଗଲା । ତେବେ ଗତ ୨୪ ତାରିଖ ଦିନ ସ୍ଵର୍ଗତ ବରିଷ୍ଠ କଳାକାର ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତର ଦେହାନ୍ତ ଘଟିଥିଲା । ଯାହାକି ଓଡିଆ ଅଭିନେତା ଅମ୍ଳାନଙ୍କ ଓ ତାଙ୍କ ଘର ପରିବାର ପାଇଁ ବହୁତ ବଡ ଏକ ଦୁଃଖ ଖବର ଥିଲା । ତେବେ କେବଳ ଅମ୍ଳାନଙ୍କ ପରିବାର କାହିଁକି ଓଡିଆ କଳା ଜଗତର ବହୁ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଅକ୍ଲାନ୍ତ ଦାସଙ୍କର ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ।

ଯେହେତୁ ବରିଷ୍ଠ କଳାକାର ମିହିର ଦାସ ଓଡିଆ ସିନେମା ଜଗତରେ କାମ କରିବା ସହ ବହୁ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ତେବେ ନିହିର ଦାସଙ୍କ ସମେତ ତାଙ୍କ ପରିବାରକୁ ମଧ୍ୟ ବହୁ ଅଭିନେତା ଓ ଅଭିନେତ୍ରୀ ଭଲ ଭାବରେ ଜାଣିଛନ୍ତି ଓ ତାଙ୍କ ସହ ମିଶିଛନ୍ତି । ତେବେ ଚାହୁଁଚାହୁଁ ୧୧ ଦିନ ବିତିଯାଇଛି । ତେବେ ଅମ୍ଳାନଙ୍କ ସାନ ଭାଇ ଅକ୍ଲାନ୍ତଙ୍କର ଆଜି ଏକାଦଶାହ କର୍ମ ଚାଲିଛି ।

ତେବେ ନିଜ ସାନ ଭାଇର ଏକାଦଶାହରେ ବଡ ଭାଇ ଅମ୍ଳାନ ସବୁ କିଛି ଦାୟିତ୍ଵ ତୁଲାଇବା ସହ ନିଜ ଭାଇର କର୍ମରେ ମଧ୍ୟ ବସିଛନ୍ତି । ତେବେ ଅମ୍ଳାନ ସିନା ସବୁ କାର୍ଯ୍ୟକୁ ଠିକ ଠିକ ଭାବରେ ତୁଲାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ତାଙ୍କ ମନ ଭିତରେ ନିଜ ଭାଇକୁ ହରାଇବାର ଦୁଃଖ ତାଙ୍କ ଆଖିରୁ ସ୍ପଷ୍ଠ ବାରି ହୋଇଯାଉଛି । ତେବେ ଅମ୍ଳାନ ଭାବୁଛନ୍ତି । ପ୍ରଥମେ ମା’ , ତାପରେ ବାପା ଓ ତାପରେ ସାନ ଭାଇ ରିକୀ ମଧ୍ୟ ମତେ ଛାଡି ଆର ପାରିକୁ ଚାଲିଗଲା ।

ତେବେ ମୋତେ ଏତେ ବଡ ଦୁନିଆରେ ଏକୁଟିଆ କରି ମୋ ପରିବାର ଲୋକ ସମସ୍ତେ ଚାଲିଗଲେ । ତେବେ ଅଭିନେତା ଅମ୍ଳାନ ଦାସ ନିଜ ମନର ଦୁଃଖକୁ କାହା ଆଗରେ କହିପାରୁଛନ୍ତି ନା ନିଜ ଭିତରେ ନିଜ କୋହକୁ ଜାବୁଡି ରଖିପାରୁଛନ୍ତି । ତେବେ କିନ୍ତୁ ଭିତରେ ଭିତରେ ଗୁମୁରି ଗୁମୁରି ନିଜ ଭାଇ ରିକୀ ପାଇଁ କିନ୍ତୁ ଅମ୍ଳାନ ବହୁତ କାନ୍ଦୁଛନ୍ତି ।

ତେବେ ଅତି ଗେଲ୍ହାର ସାନ ଭାଇ ଏତେ ଅପଳ ବର୍ଷ ବୟସରୁ ନିଜ ଭାଇ ଅମ୍ଳାନକୁ ଛାଡି ଚାଲିଯାଇଥିବାରୁ ଅମ୍ଳାନ ଖୁବ ଭାଙ୍ଗିପଡିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *