ବିନା କୌଣସି ଡାଳ କାଟି 87 ବର୍ଷ ପୁରୁଣା ଆମ୍ବ ଗଛରେ ବନେଇ ଦେଲେ 4 ମହଲା କୋଠା, ଭିତର ର ଦୃଶ୍ୟ ଦେଖିଲେ ଆପଣଙ୍କ ମନ ମୋହିନେବ

ବନ୍ଧୁଗଣ ଆମକୁ ଏକ ସ୍ୱାସ୍ଥ୍ୟ ଓ ସମୃଧ୍ୟମୟ ଜୀବନ ଦେବା ପାଇଁ ଗଛର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଗଛ ଲଗାଇବା ଓ ଗଛ ନକାଟିବା ଏହି ପୃଥିବୀରେ ଥିବା ସମସ୍ତ ମଣିଷଙ୍କ କର୍ତ୍ତବ୍ୟ ଅଟେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ପ୍ରକାରର ଟ୍ରି ହାଉସ ଦେଖିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘର ବିଷୟରେ କହିବାକୁ ଯାଉଛୁ ଯାହା ଆମ୍ବ ଗଛକୁ ନେଇ ହୋଇଛି । ରାଜସ୍ଥାନରେ ଝିଲୋ ସହର ଉଦୟପୁରରେ ଏକ ଇଞ୍ଜିନିୟର ଏହି ଘର ବନେଇ ଛନ୍ତି ।

ଏହି ଇଞ୍ଜିନିୟର ଜଣକ ଗଛକୁ ନକାଟି ଏକ ସୁନ୍ଦର ଘର ବନେଇଛନ୍ତି । ଏହି ଘରର କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଘରର ନାମ ହେଉଛି ‘ଟ୍ରି ହାଉସ’। ଏହି ଘରର ମାଲିକ ହେଉଛନ୍ତି ଇଞ୍ଜିନିୟର କେପି ସିଂହ । ଏହି ଘରଟି ୪ ମହଲା ବିଶିଷ୍ଟ ଅଛି ଓ ଗତ ୨୦ ବର୍ଷ ହେବ ଆମ୍ବ ଗଛରେ ହିଁ ଏହି ଘର ମଜବୁତରେ ରହିଛି ।

କେପି ସିଂହ ଆଜି ପର୍ଯ୍ୟନ୍ତ ଏହି ଆମ୍ବ ଗଛର ଡାଳ ଗୁଡିକୁ ଭାଙ୍ଗି ନାହାନ୍ତି । ଉଦୟପୁରକୁ ଆସୁଥିବା କେତେକ ପର୍ଯ୍ୟଟକ ମାନେ ଏହି ଘର ଦେଖି ଆକର୍ଷିତ ହୁଅନ୍ତି । ଇଞ୍ଜିନିୟର କେପି ସିଂହ ନିଜ ଘରକୁ ବହୁତ ସୁନ୍ଦର ଭାବରେ ବନେଇ ଛନ୍ତି । ଆମ୍ବ ଗଛର ଡାଳ ତାଙ୍କ ଘର ଭିତରେ ପ୍ରସାରିତ ହୋଇ ରହିଛି ଓ ବହୁତ ସୁନ୍ଦର ଦେଖାଯାଉଛି । ଆମ୍ବ ଡାଳର ବ୍ୟବହାର କେପି ସିଂହ ବହୁତ ସୁନ୍ଦର ଭାବରେ କରିଛନ୍ତି । କେତେକ ଆମ୍ବ ଡାଳକୁ ସେ ଟିଭି ଷ୍ଟାଣ୍ଡ କରିଦେଇଛନ୍ତି ତ ଆଉ କେତେକକୁ ସୋଫା ପରିକା ରଖିଛନ୍ତି ।

କେପି ସିଂହଙ୍କ ମତରେ ସେହି ଆମ୍ବ ଗଛ ୮୭ ବର୍ଷ ପୁରୁଣା ଅଟେ । ଘରକୁ ସେ ଏପରି ବନେଇଛନ୍ତି ଯେ ଆମ୍ବ ଗଛର ଅଧିକାଂଶ ଡାଳ ଘରେ ଭିତରେ ଅଛି । ଯେତେବେଳେ ଆମ୍ବର ସିଜନ ଆସେ ସେତେବେଳେ ଘର ଭିତରେ ହିଁ ଆମ୍ଭ ଫଳି ଥାଏ । କେପି ସିଂହଙ୍କ ମତରେ ଏହି ଘରେ ବାଥୃମ, ବେଡରୁମ, କିଚେନ ଓ ଡାଇନିଙ୍ଗ ହଲ ସମେତ ସମସ୍ତ ସୁଖ ସୁବିଧା ଅଛି ।

ଏହ ଘରକୁ ବନେଇବା ପାଇଁ ସିମେଣ୍ଟରେ ବ୍ୟବହାର କରାଯାଇ ନାହିଁ । ଏହି ଘର ପାଇଁ ସେଲ୍ଯୁଲର, ଷ୍ଟିଲ ଓ ଫାଇବାର ସିଟରେ ପ୍ରସ୍ତୁତ କରାଯାଇଛି । ଏହି ଘରର ଉଚ୍ଚତା ୪୦ ଫୁଟ ଅଛି ଅନ୍ୟ ପକ୍ଷରେ ଭୂମିରୁ ୯ ଫୁଟ ଉଚ୍ଚତାରେ ଏହି ଘର ବନା ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *