‘ଆମର ବ୍ରାହ୍ମଣ ଘର, ସେଥି ପାଇଁ ବାପା ଯାତ୍ରାକୁ ଛାଡୁ ନଥିଲେ ହେଲେ ମୁଁ ଦିନେ ଦେଖିଲି…’ ନିଜ ଜୀବନର ଦୁଃଖ କାହାଣୀ ବଖାଣିଲେ Jatra ହିରୋଇନ Bebina, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ବବିନାଙ୍କ ବିଷୟରେ କହିବାକୁ ଯାଉଛୁ । ବବିନା ନିଜ ଜବରଦସ୍ତ ଡ୍ୟାନ୍ସ ଓ ଅଭିନୟ ଦ୍ଵାରା ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ବବିନା ଏକ ସାକ୍ଷାତ୍କାରରେ ନିଜ ପର୍ଶନାଲ ଲାଇଫ ବିଷୟରେ କହିଥିଲେ ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବବିନାଙ୍କ ମତରେ- ‘ଯାତ୍ରାକୁ ପ୍ରଥମେ ଆସିଲି ୧୯୯୬ ମସିହାରେ ଆସିବାର ମୁଖ୍ୟ କାରଣ ହେଉଛି ମୋ ବାପା ଜଣେ ବିଶିଷ୍ଟ କଳାକାର ଶଙ୍କର ପଣ୍ଡା ମୋ ଭଉଣୀ ରିନା ପଣ୍ଡା’ ।

ଆଗକୁ ସେ କହିଛନ୍ତି- ‘ମୋ ମା ହଠାତ ମରିଗଲେ ତେଣୁ ଆମ ଘରେ ଆର୍ଥିକ ପରିସ୍ଥିତି ବହୁତ ଖରାପ ହେଇଗଲା । ବ୍ରାହ୍ମଣ ପରିବାର ଜମି ବାଡି ଥାଇ ବି ଚାଷ କରିପାରିଲୁ ନାହିଁ । ମା ମରିଯିବା ପରେ ବାପାଙ୍କ ଦେହ ହଠାତ ଖରାପ ହେଇଗଲା । ଭଉଣୀ ବି ଥିଲା ଯାତ୍ରା ପାର୍ଟିରେ ହେଲେ ସେ ବିବାହ କରିବା ପରେ ନିଜ ଶାଶୁ ଘର ପାଇଁ ସେ ଟିକେ ବଦଳି ଗଲା । ତେଣୁ ଘରର ପରିସ୍ଥିତି ମୁଁ ଆଉ ଦେଖି ପାରିଲି ନାହିଁ’ ।

ଆଗକୁ ସେ କହିଛନ୍ତି-‘ଛୋଟ ଛୋଟ ଭାଇ ଭଉଣୀ ଥିଲେ ତେଣୁ ମୁଁ ଯାତ୍ରା ଲାଇନକୁ ଆପଣାର କଲି । ବ୍ରାହ୍ମଣ ଘର ସାନ ଝିଅ ତେଣୁ ବାପା ଛାଡିବାକୁ ରାଜି ନଥିଲେ ଆଉ ମୁଁ ବି ଚାହୁଁ ନଥିଲି । ହେଲେ କଳାକାରର ଛୁଆ ଭଗବାନଙ୍କର ଇଛା ଥିଲା କି ଦର୍ଶକ ମାନଙ୍କ ଆଶୀର୍ବାଦ ଥିଲା ସେଥିପାଇଁ ମୁଁ ଆସିଲି । ବିନୋଦ ଆଉ ମୁଁ ୧୯୯୬ ମସିହାରେ ଦେଖା ହେଇଥିଲୁ ସେ ବି ପ୍ରଥମ ଥର ପାଇଁ ଯାତ୍ରା ଜଗତରେ ପାଦ ଦେଇଥିଲେ’ ।

ଆଗକୁ ସେ କହିଛନ୍ତି-‘ଏହା ପରେ ଲଭ ହେଲା ଆଉ ମ୍ୟାରେଜ ହେଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବେବିନା ନିଜ ଯାତ୍ରା ଜୀବନୀ ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ବେବିନା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *