ଅଲଗା ହେଲେ Ollywood ର ଜବରଦସ୍ତ ଯୋଡି ବବି ମିଶ୍ର ଓ କୋଏଲ ବ୍ୟାନର୍ଜୀ

ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତା ବବି ମିଶ୍ର ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଦୁହିଁଙ୍କ ଜବରଦସ୍ତ ଅଭିନୟ ମଧ୍ୟ କାହାକୁ ଅଛପା ରହି ନାହିଁ ।

ଅଭିନେତା ବବି ମିଶ୍ର ନିଜ କ୍ୟାରିଅର ର ଆରମ୍ଭ ଓଡ଼ିଆ ଆଲବମ୍ ଜଗତ ରୁ ହିଁ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଅନେକ ଓଲିଉଡ ଫିଲ୍ମ ରେ ଦେଖିବାକୁ ମିଳିଥିଲା ଏବଂ ଫିଲ୍ମ ରେ ତାଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ମିଳିଥାଏ । ଅଭିନେତା ବବି ମିଶ୍ର ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ନିଜର ଅଭିନୟ ମାଧ୍ୟମରେ ଏହି ଅଭିନେତା ବେଶ୍ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ବବି ମିଶ୍ର ଙ୍କ ପତ୍ନୀ ହେଉଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ । ଏହି ଅଭିନେତ୍ରୀ ଜଣେ ବଙ୍ଗାଳୀ ଝିଅ ହେବା ସତ୍ତ୍ୱେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବିଶେଷ ନାମ କମାଇ ପାରିଛନ୍ତି । କୋଏଲ ବାନାର୍ଜୀ ଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିବାକୁ ମିଳିଥାଏ ଏବଂ ଫିଲ୍ମ ରେ ତାଙ୍କୁ ମୁଖ୍ୟ ଭୂମିକା ତଥା ନାୟିକା ରୂପରେ ଦେଖିବାକୁ ମିଳିଥାଏ । ତାଙ୍କର ଅଭିନୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ନିଜର ଅଭିନୟ ମାଧ୍ୟମରେ ବିଶେଷ ପ୍ରସିଦ୍ଧି ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ଅଭିନେତା ବବି ମିଶ୍ର ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କ ସାକ୍ଷାତ ଫିଲ୍ମ ର ସୁଟିଂ ସେଟ ରେ ହିଁ ହୋଇଥିଲା ଏବଂ ସୁଟିଂ ସେଟ ରେ ଏହି ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ଏହାର କିଛି ବର୍ଷ ପରେ ଏହି ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବର୍ତ୍ତମାନ ଏକ ଖବର ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ଯେ, ଏହି ଯୋଡ଼ି ବର୍ତ୍ତମାନ ପରସ୍ପର ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଖବର ଟି ସତ । ଏହି ସମ୍ବନ୍ଧରେ ଅଭିନେତ୍ରୀ କୋଏଲ ବ୍ୟାନାର୍ଜୀ ସ୍ୱୟଂ ନିଜର ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ଏବଂ ସେଥିରେ ସେ ଏକ କ୍ୟାପ୍ସନ୍ ମାଧ୍ୟମରେ କହିଛନ୍ତି ଯେ, ତାଙ୍କ ବିବାହ ତିଷ୍ଠି ପାରିଲା ନାହିଁ ।

ସେ ଏବଂ ବବି ପରସ୍ପର ଙ୍କ ଠାରୁ ଅଲଗା ରହୁଛନ୍ତି । ଏହି ଯୋଡ଼ି ୨୦୧୮ ମସିହା ରୁ ପୃଥକ ଭାବରେ ବାସ କରୁଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ଆଇନଗତ ଭାବରେ ଅଲଗା ରହୁଛନ୍ତି । କୋଏଲ ନିଜର ସିରିଆଲ “ବୋହୁ ଆମର NRI” ର ସୁଟିଂ ପାଇଁ ଓଡ଼ିଶା ରେ ରହୁଥିଲେ । କିନ୍ତୁ ବର୍ତ୍ତମାନ ସେ ସ୍ଥାୟୀ ଭାବରେ ଲକଡାଉନ ପୂର୍ବରୁ କୋଲକତା ରେ ରହୁଛନ୍ତି । କିଛି ବ୍ୟକ୍ତିଗତ କାରଣରୁ ତାଙ୍କୁ ସିରିଆଲ ଛାଡ଼ିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି ।

ସେ ଓଡ଼ିଆ ଲୋକ ମାନଙ୍କୁ ତାଙ୍କୁ ବହୁତ ଭଲ ପାଇବା ଦେଇ ଥିବାରୁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ଦର୍ଶକ ଙ୍କୁ ଏହି ସମ୍ବନ୍ଧରେ ଜଣାଇବା ତାଙ୍କର କର୍ତ୍ତବ୍ୟ ଥିଲା ଏବଂ ବର୍ତ୍ତମାନ ତାଙ୍କ ରାସ୍ତା ସମ୍ପୂର୍ଣ୍ଣ ଅଲଗା ଓ ସେ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବେ ।

ଅଭିନେତ୍ରୀ କୋଏଲ ବ୍ୟାନାର୍ଜୀ ଙ୍କ ଏହି ଇମୋସନାଲ ପୋଷ୍ଟ ରୁ ଜଣା ପଡ଼ୁଛି ଯେ, ବବି ମିଶ୍ର ଓ କୋଏଲ ବ୍ୟାନାର୍ଜୀ ଙ୍କ ଛାଡ଼ପତ୍ର ହୋଇ ଯାଇଛି ଏବଂ ବର୍ତ୍ତମାନ ଦୁହେଁ ସମ୍ପୂର୍ଣ୍ଣ ଭାବରେ ପରସ୍ପର ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *