Vastu Tips- ପବିତ୍ର ଅକ୍ଷୟ ତୃତୀୟା ରେ ଘର ର ମୁଖ୍ୟ ଦ୍ଵାରରେ ରଖି ଦିଅନ୍ତୁ ଏହି 1 ଜିନିଷ, ରୋଡପତି ରୁ ହେଇଯିବେ କୋଟିପତି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ

ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ । ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ ।

ବନ୍ଧୁଗଣ ଏହି ବର୍ଷ ମେ ମାସ ୧୫ ତାରିଖ ଦିନ ଅକ୍ଷୟ ତୃତୀୟା ପାଳିତ ହେବାକୁ ଯାଉଛି । ଏହି ଦିନ ଟି ବହୁତ ଶୁଭ ଦିନ ଅଟେ । ତେବେ ଆଜି ଆମେ ଆପଣଂକୁ ଏପରି କିଛି କହିବୁ ଯାହାକୁ ଆପଣ ଏହିଦିନ କରିବା ଦ୍ୱାରା ଘରେ ଧନ ର ବର୍ଷା ହେବ ଓ ଆପଣଙ୍କ ର ବହୁତ ଉନ୍ନତି ହେବ ।

ବନ୍ଧୁଗଣ ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କୁ ଆରାଧନା କରାଯାଇଥାଏ । ଏହି ଦିନ ବହୁତ ଶୁଭ ହୋଇଥାଏ ତେଣୁ ଆପଣ ଏହି ଦିନ ପାଞ୍ଜି ନ ଦେଖି ମଧ୍ୟ ଯେ କୌଣସି ମୁହୂର୍ତ୍ତରେ ଚାହିଁଲେ ଶୁଭ କାର୍ଯ୍ୟ କରିପାରିବେ । ଅକ୍ଷୟ ତୃତୀୟା ଦିନ ସକାଳୁ ଉଠି ଘର ର ମୁଖ୍ୟ ଦ୍ୱାର ସମ୍ମୁଖରେ କିଛି ବୁନ୍ଦା ଗଙ୍ଗା ଜଳ ସିଞ୍ଚନ କରି ତାହାପରେ ଝାଡୁ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଯାହା ବି ଦୋଷ ରହିଥାଏ ତାହାର ଅନ୍ତ ହୋଇଯାଇଥାଏ ।

ଯଦି ଆପଣ ଘର ଜୁ ସଫା କରୁଛନ୍ତି ତେବେ ସଫା କରୁଥିବା ପାଣି ରେ ଲୁଣ କିମ୍ବା ଫିଟିକିରି ପକାଇକରି ସଫା କରନ୍ତୁ ଏହା ଦ୍ଵାରା ଆପଣଙ୍କ ର ସମସ୍ତ ପ୍ରକାର ବାସ୍ତୁ ଦୋଷ କଟି ଯାଇଥାଏ । ଏହା ପରେ ଆପଣ ଘର ର ମୁଖ୍ୟ ଦ୍ଵାର ସମ୍ମୁଖରେ ଆମ୍ବ ପତ୍ର କିମ୍ବା ଅଶୋକ ପତ୍ର ରେ ଏକ ତୋରଣ ତିଆରି କରି ଲଗାନ୍ତୁ । ଏହି ତୋରଣ ରେ ଅତିକମରେ ୧୧ଟି ପତ୍ର ରହିବା ଆବଶ୍ୟକ ଅଟେ । ଏହା ଦ୍ଵାରା ଆପଣଙ୍କ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ଅକ୍ଷୟ ତୃତୀୟା ଦିନ ଘର ର ମୁଖ୍ୟ ଦ୍ୱାର ରେ ବା କବାଟ ରେ ଯେ କୌଣସି ଶୁଭ ପ୍ରତୀକ ଯେପରି ଓଁ କିମ୍ବା ସ୍ୱସ୍ତିକ ଚିନ୍ହ ଅଙ୍କନ କରନ୍ତୁ । ଏହି ଚିନ୍ହ କୁ ଆପଣ କେବଳ ହଳଦୀ କିମ୍ବା ଚାଉଳ ଚୁନା ରେ ହଳଦୀ ମିଶାଇ ଅଙ୍କନ କରିବା ଉଚିତ । ଏପରି କରିବା ଦ୍ୱାରା ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ଫଳ ଆଣି ଦେଇଥାଏ ଓ ଆପଣଙ୍କ ଘର ଧନ ସମ୍ପତ୍ତି ରେ ପରିପୂର୍ଣ୍ଣ ହୋଇଯାଇଥାଏ । ଯଦି ଆପଣଙ୍କ ର କୌଣସି ପ୍ରକାର ଆର୍ଥିକ ସମସ୍ୟା ଲାଗି ରହୁଛି ତେବେ ତାହାର ମଧ୍ୟ ସମାପ୍ତ ହୋଇଯାଇଥାଏ ।

ବନ୍ଧୁଗଣ ଏହି ଦିନ ଆପଣ ଏକ କଳସ ରେ କିଛି ପାଣି ନେଇ ସେଥିରେ ଯେ କୌଣସି ଫୁଲ ର ପାଖୁଡା କୁ ପକାଇକରି ଆପଣଙ୍କ ଘରର ମୁଖ୍ୟ କବାଟ ର ଡାହାଣ ପାଖରେ ରଖିଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଘରେ କେବେ ମଧ୍ୟ ଧନ ର ଅଭାଵ ରହିବ ନାହିଁ । ଏହା ସହିତ ଆପଣଙ୍କ ଘର ର ମଧ୍ୟ ବହୁତ ଉନ୍ନତି ହେବ । ତେବେ ଆପଣ ଯଦି ନିଜ ଘର ର ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଅକ୍ଷୟ ତୃତୀୟା ଦିନ ଏହାକୁ ନିଶ୍ଚୟ କରନ୍ତୁ । ଆପଣଂକୁ ଅବଶ୍ୟ ଶୁଭ ଫଳ ପ୍ରାପ୍ତ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *