ମିଡିଆକୁ ଧମକାଇଲେ ଓଡିଆ ଫିଲ୍ମ ପ୍ରଡ୍ୟୁସର Akshay Parija, କହିଲେ ‘ଯଦି ତୁମେମାନେ ମୋ ନାଁ ଲେଖିବା ବନ୍ଦ କରନ୍ତୁ, ନହେଲେ ମୁଁ ସମସ୍ତଙ୍କୁ…’

ବନ୍ଧୁଗଣ, ଆପଣ ମାନେ ଓଡିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିବା ତ ନିଶ୍ଚିତ ଭାବରେ ଜାଣିଥିବେ । କିଛି ଦିନ ପୂର୍ବେ ଏହି ଘଟଣା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତେବେ ଏହାକୁ ନେଇ ବର୍ତ୍ତମାନ ଅକ୍ଷୟ ପରିଜା କେଉଁ ପ୍ରତିକ୍ରିୟା ଦେଇଛନ୍ତି ? ଆସନ୍ତୁ ସେ ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଅକ୍ଷୟ ପରିଜା ମି-ଡି-ଆ ଭାଇ ମାନଙ୍କୁ କହିଥିଲେ ଯେ ଆପଣ ମାନଙ୍କ ଭିତରେ ବହୁତ ସଂସ୍ଥା ଭଲ ପ୍ରକାରର ରିପୋର୍ଟିଂ କରିଛନ୍ତି ।

ମାତ୍ର କିଛି ଚ୍ୟାନେଲ ଯାହାର ନାମ ସେ କହିବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ, ଯିଏ କି ବହୁତ ଇରେସପୁଲ ସବୁ ରିପୋର୍ଟିଂ କରିଛନ୍ତି । ମାତ୍ର ଆପଣ ମାନେ ଯେତେବେଳେ ରିପୋର୍ଟିଂ କରୁଛନ୍ତି ଆପଣ ମାନେ ଏହା ଭାବିବା ଉଚିତ ଯେ ଆପଣଙ୍କ ଭାଇ, ଆପଣଙ୍କ ବାପା, ତଥା ଦାଦା କିଏ ଗୋଟିଏ ପୀଡିତ । ଏହାପରେ ଅକ୍ଷୟ ପରିଜା କହିଥିଲେ ଯେ ସେ ହେଉଛନ୍ତି ଭିକ୍ଟିମ । ଏବଂ ମି-ଡି-ଆ ର ଏହିଭଳି ଫଲ୍ସ ନ୍ୟୁଜ ଦେବା ଉଚିତ ନୁହେଁ ।

ଏହି ପ୍ରସଙ୍ଗ କୁ ନେଇ ଅକ୍ଷୟ ପରିଜା ଙ୍କ ଓକିଲ କହିଛନ୍ତି ଯେ ଗତକାଲି ସେମାନେ ED ଙ୍କ ପାଖକୁ ଆସିଥିଲେ । ଏବଂ ପ୍ରାୟ ୨ ରୁ ୩ ଘଣ୍ଟା ଆଲୋଚନା ହୋଇଛି । ରାତି ଅଧିକ ହୋଇଥିବାରୁ ପୁଣି ସକାଳେ ଆସିଛନ୍ତି ଏବଂ ତାଙ୍କୁ ନିଶ୍ଚିତ ଭାବରେ କୋପରେଟ କରିବେ, ଯାହା ତଥ୍ୟ ମାଗିଥିଲେ ED, ସେ ସମସ୍ତ ତଥ୍ୟ ଦିଆଯାଇଛି ।

ସମସ୍ତ କଥା ଏଫାୟାରରେ ଆଲୋଚନା ହୋଇଛି ଏବଂ ସେ ସବୁ ସମ୍ବନ୍ଧରେ ସମସ୍ତେ ଜାଣିଛନ୍ତି । ହନିଟ୍ରାପ କୁ ନେଇ କେଉଁଭଳି ଭାବରେ ବ୍ଲାକମେଲିଂ କଥା କୁହାଯାଇଥିଲା ଏହାକୁ ନେଇ ମଧ୍ୟ ଆଲୋଚନା ଚାଲିଥିଲା । ବର୍ତ୍ତମାନ ଇଡି ପାଖରେ ଉପସ୍ଥିତ ହୋଇ ଅକ୍ଷୟ ପରିଜା ହନିଟ୍ରାପ ସମ୍ବନ୍ଧରେ ସମସ୍ତ କଥା ଆଲୋଚନା କରୁଛନ୍ତି ।

ତେବେ ବର୍ତ୍ତମାନ ମିଡିଆ ସାମ୍ନାରେ ଏହି ସମ୍ବନ୍ଧରେ ଆଲୋଚନା କରିବା ଉଚିତ ହେବ ନାହିଁ ବୋଲି ଅକ୍ଷୟ ପରିଜା ଙ୍କ ଓକିଲ କହିଥିଲେ । ଅକ୍ଷୟ ପରିଜା ଙ୍କୁ ତିନିକୋଟି ଟଙ୍କା ମଗାଯାଇଥିଲା ଯାହା ଆଧାରରେ ସେ ଦ୍ଵିତୀୟ ଥର ପାଇଁ ED ଅଫିସ ରେ ହାଜର ହୋଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *