ୟୁକ୍ରେନ ଆକାଶରେ ‘ଭୂତ’ ! ଋଷକୁ ଦେଉଛି ମୁହଁତୋଡ ଜବାବ !

ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ଯୁଦ୍ଧର ଏହି ବିପଦ ମଧ୍ୟରେ ଋଷିଆ ଏକା ଥିବା ବେଳେ ୟୁକ୍ରେନ ସହ ରହିଥିଲେ ୟୁରୋପର ଅନେକ ଦେଶ ଏବଂ ଆମେରିକା ହେଲେ ବର୍ତ୍ତମାନ ୟୁକ୍ରେନର ହାତ ଛାଡି ଦେଇଛନ୍ତି ପୁରା ବିଶ୍ଵ ।

ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ ଆକାଶରେ ବୁଲୁଛି ଭୂତ । ଆକାଶରୁ ଋଷକୁ ଦେଉଛି ମୁହଁତୋଡ ଜବାବ । ଏକାକୀ ଲଢି ଧ୍ଵଂସ କରିବାରେ ଲାଗିଛି ଋଷର ଯୁଦ୍ଧ ବିମାନ । ୟୁକ୍ରେନ ରାଜଧାନୀ କିବ ଆକାଶରେ ଉଡୁଥିବା ଏହି ଭୂତର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

ଅନେକ ଗଣମାଧ୍ୟମରେ ଏହି ଭୂତକୁ ନେଇ ବେସ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଏହି ଭୂତର ସତ୍ୟ ବିଷୟରେ । ୟୁକ୍ରେନ ବିପକ୍ଷରେ ଋଷ ଜୋରଦାର ଆଟାକ କରିବାରେ ଲାଗିଛି । ଋଷ ପୂର୍ବ, ଉତ୍ତର ଓ ଦକ୍ଷିଣ ଦିଗରୁ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି । ଋଷ ସେନା ଗୋଟେ ପରେ ଗୋଟେ ସହରକୁ ନିଜ କବଜାରେ ନେବାକୁ ଲାଗିଛି ।

ୟୁକ୍ରେନର ଅନେକ ସହରକୁ ନିଜ କବଜାରେ ନେବା ପରେ ଏବେ ୟୁକ୍ରେନର ରାଜଧାନୀ କିବକୁ ଆକ୍ରମଣ କରିଛି ଋଷ ସେନା । ଏହାରି ମଧ୍ୟରେ ଗତ ଗୁରୁବାର ଅର୍ଥାତ ୨୪ ଫେବୃୟାରିରେ ସୋସିଆଲ ମିଡିଆରେ ଏକ ଶବ୍ଦ ବେସ ଟ୍ରେଣ୍ଡ କରିବାରେ ଲାଗିଛି । ଏହି ଶବ୍ଦଟି ହେଉଛି ଘୋଷ୍ଟ ଅଫ କିବ । ୟୁକ୍ରେନ ଉପରେ ଋଷର ଜୋରଦାର ଆକ୍ରମଣରେ ଜବାବ ଦେଇଛି ୟୁକ୍ରେନ ।

ରାଜଧାନୀ କିବ୍ କୁ ଯେପରି ଋଷ ଦଖଲ କରିପାରିବ ନାହିଁ ଋଷ ସେନାକୁ ଦେଇଛି ଜୋରଦାର ଟକ୍କର । ଏହି ଯୁଦ୍ଧ ସମୟରେ ୟୁକ୍ରେନ ବାସୀ ୟୁକ୍ରେନର ଜଣେ ଯବାନ ମିକ୍ ୨୯ ଯୁଦ୍ଧ ବିମାନର ପାଇଲଟକୁ ଘୋଷ୍ଟ ଅଫ କିବ୍ ନାମର୍ତେ ସମ୍ବୋଧନ କରିବାରେ ଲାଗିଛନ୍ତି ।  ଏହି ପାଇଲଟ ବର୍ତ୍ତମାନ ସମୟରେ ୟୁକ୍ରେନର ହିରୋ ପାଲଟି ଯାଇଛନ୍ତି । କୁହାଯାଉଛି କି, ଏହି ପାଇଲଟ ମିକ୍ ୨୯ ଯୁଦ୍ଧ ବିମାନରେ ଗୋଟିଏ ଦିନରେ ଋଷର ୬ଟି ପାଇଲଟ ଜେଟ୍ କୁ ଖସାଇ ସାରିଛନ୍ତି ।

ଯୁଦ୍ଧ ସମୟରେ ଏହି ପାଇଲତ ଏକ ପ୍ରକାରର ହଲଚଲ ସୃଷ୍ଟି କରିଛନ୍ତି । ସେ ଗୋଟେ ଦିନରେ ଋଷର ୬ଟି ପାଇଲଟ ଜେଟ୍ କୁ ଖସାଇ ଋଷକୁ ଚେକ୍ ଦେଇଚାଲିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *