ଧରାପଡିଲା ଟୁଙ୍ଗୁରୁ ର ଅସଲ ଚେହେରା, ଆଖି ବୁଜି ବୁଜି କ୍ଷୀର ପିଉଥିଲା Tunguru ଧରିଦେଲା ବର୍ଷା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଧରା ପଡିଲା ଟୁଙ୍ଗୁରୁ ର ମିଛ । ତେବେ ଧୀରେ ଧୀରେ ଗୁମର ଖୋଲୁଛି ଟୁଙ୍ଗୁରୁ ଭୋଳ ର । ଟଙ୍କା ଲୋଭ ରେ ଟୁଙ୍ଗୁରୁ ଖସି ଯାଇଅଛି ବହୁତ ତଳକୁ । ଜଣେ ମହିଳା ଙ୍କ ସନ୍ନମାନ ହାନି କରାଇବାକୁ ପଛାଇଲାନି ଏହି ଯୁବକ ଜଣକ । ଭାବିଥିଲା ଯେ ସେ ହିରୋ ହୋଇ ବର୍ଷା ଙ୍କୁ ବନାଇଦେବ ଜିରୋ । ମାତ୍ର ଗୋପନରେ ବର୍ଷା ଙ୍କ ସହିତ ପ୍ରେମ କରୁଥିବା ର ସତ୍ୟତା ବର୍ତ୍ତମାନ ସାମ୍ନା କୁ ଆସିଛି ।

ଟୁଙ୍ଗୁରୁ ଲୋକଙ୍କୁ ତଥା ମିଡିଆ କୁ ବନାଉଥିଲା ବୋକା । ତେବେ ଆସନ୍ତୁ ଜାଣିନେବା ବର୍ତ୍ତମାନ ଟୁଙ୍ଗୁରୁ ଭୋଳ ଙ୍କ ସତ । ଟୁଙ୍ଗୁରୁ ମିଡିଆ ଆଗରେ କହିଥିଲା ଯେ ସେ ବର୍ଷା ଠାରୁ ବହୁତ ସାନ ତଥା ବର୍ଷା ଙ୍କୁ ୪୦ ବର୍ଷ ହେଲା ବେଳେ ଟୁଙ୍ଗୁରୁ ଙ୍କୁ ୨୧ ବର୍ଷ ବୟସ । ଏଣୁ କିଭଳି ବର୍ଷା ଙ୍କୁ ଭଲ ପାଇବା ସମ୍ଭବ ବୋଲି କହିଥିଲା ସେ । କିନ୍ତୁ ବର୍ତ୍ତମାନ ଟୁଙ୍ଗୁରୁ ମିଛ ର ପର୍ଦା ଫାର୍ଶ ହୋଇଛି ।

ସତ୍ୟାସତ କୁ ଆଣିଛନ୍ତି ନିଜେ ବର୍ଷା । ତେବେ ଟୁଙ୍ଗୁରୁ ବର୍ଷା ଙ୍କୁ ଲୁଚି ଫୋନ କରିଥିଲେ ଠିକ ସେତିକି ବେଳେ ମିଡିଆ ଭାଇମାନେ ବର୍ଷା ଙ୍କ ପାଖରେ ଯାଇ ଉପସ୍ଥିତ ରହିଲେ ଏବଂ ସମସ୍ତ କଥାବାର୍ତ୍ତା ସାମ୍ନା କୁ ଆସିଲା । ବର୍ଷା ଫୋନ ରେ ଟୁଙ୍ଗୁରୁ ଙ୍କୁ କହୁଛନ୍ତି ଯେ “ଆଲୋକ ତାଙ୍କ ବର୍ଷା ଙ୍କୁ ଛାଡି କେତେ ସୁନ୍ଦର ସୁଟିଙ୍ଗ କରୁଛନ୍ତି ମାତ୍ର ବର୍ଷା ଙ୍କ ଇଜ୍ଜତ ଉପରେ ଆଞ୍ଚ ଆସିବା ଭଳି ସବୁ କମେଣ୍ଟ କରୁଛନ୍ତି ।

ଏହାପରେ ଟୁଙ୍ଗୁରୁ ବର୍ଷା ଙ୍କୁ ପଚାରୁଛନ୍ତି ଯେ ତୁ ବର୍ତ୍ତମାନ କେଉଁଠି ଅଛୁ ? ବର୍ଷା କହିଲେ ଯେ ମୁଁ ମେଡିକାଲ ଦୋକାନ ପାଖରେ ବସିଛି । ଟୁଙ୍ଗୁରୁ ପଚାରିଲେ ତୁ କେଉଁ ହାତ କାଟିଛୁ ? ବର୍ଷା ପ୍ରତି ଉତ୍ତରରେ କୁହନ୍ତି ଯେ ଆପଣଙ୍କ ର କ’ଣ ଅସୁବିଧା ମୁଁ ଯେଉଁ ହାତ କାଟିଲେ ? ତୁମେ ଯାଇ ସୁଟିଙ୍ଗ ସେଟ ରେ ଏଞ୍ଜୟ କରୁଛ ଏବଂ କଥା ଦେଇ କଥା ରଖି ପାରୁନାହଁ । ଟୁଙ୍ଗୁରୁ କୁହନ୍ତି ଯେ ବର୍ତ୍ତମାନ ମୁଁ ତୁମେ ରୁ ଆପଣ ହୋଇଗଲି ? ବର୍ଷା କହିଲେ ସକାଳୁ ବର୍ତ୍ତମାନ ମନେ ପଡିଲା ଫୋନ କରିବାକୁ ? ହାତରୁ ଯେତିକି ବ୍ଲଡ଼ ଯାଇଛି ତୋ ପ୍ରାଣ ହଜାଇ ଦେବି ବୋଲି କହିଲେ ବର୍ଷା ଙ୍କୁ ।

ତେବେ ଫୋନ କରି ବର୍ଷା ଙ୍କର ଭଲମନ୍ଦ ପଚାରିବା ସହିତ ଗୋଟିଏ ସ୍ଵାମୀ ପରି ବ୍ୟବହାର କରୁଥିବାର ନଜର ଆସିଛନ୍ତି । ଏବଂ ଟୁଙ୍ଗୁରୁ ଭାବୁଛି ଯେ ଏହି ସବୁ କଥା କେହି ଜାଣୁ ନାହାଁନ୍ତି କିନ୍ତୁ ସେ ଜାଣିନି ଯେ ଲୋକେ ସବୁ ଦେଖୁଛନ୍ତି । ତେବେ ବର୍ଷା ଙ୍କର ଏହିଭଳି ପଦକ୍ଷପ ପରେ ଟୁଙ୍ଗୁରୁ ଭୋଳ କି ପ୍ରତିଉତ୍ତର ଦେବ ତାହା ଏବେ ଦେଖିବା ବାକି ରହିଲା । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *