ବୁଦ୍ଧ ନୁହେଁ ବୁଦ୍ଧି ଗିଳିଛି ଅଜଗର…ଦେଖନ୍ତୁ ଏମିତି କାହିଁକି କହିଲେ ବନବିଭାଗ କର୍ମଚାରୀ…ଦେଖନ୍ତୁ Video 

ବନ୍ଧୁଗଣ ସାପ ଗିଳି ଦେଇଛି ମଣିଷର ବୁଦ୍ଧିକୁ ଆଉ କିଛି ଲୋକଙ୍କ ବୁଦ୍ଧିକୁ ସାପ ଏମିତି ଗିଳିଛି ଯେ, ଗୋଟିଏ ରାହା ହିଁ ଦୋହରେଇ ହେଉଛନ୍ତି ଯେ, ସାପ ବୃଦ୍ଧଙ୍କୁ ଗିଳି ପକାଇଛି । ଗଣମାଧ୍ୟମରେ ଏହାକୁ ଏଭଳି ରୁଚିକର ଭାବେ ପ୍ରସ୍ତୁତ କରାଗଲା ଯେ, ଅବିଶ୍ଵାସ କରିବା ଲୋକ ବି ବିଶ୍ଵାସ କରୁଛି ଯେ, ବୃଦ୍ଧଙ୍କୁ ସାପ ଗିଳି ଦେଇଛି । ତେବେ କାହା କଥା ଆପଣ ଶୁଣିବେ ଯିଏ ଅଭିଜ୍ଞ ତାଙ୍କ କଥା ନା କିଏ ଅନଭିଜ୍ଞ ତାଙ୍କ କଥା ।

ପ୍ରଥମେ ଜାଣନ୍ତୁ କଣ କହୁଛନ୍ତି ଏନେଇ ରେଞ୍ଜର ବାବୁ । ତେବେ ରେଞ୍ଜର ବାବୁଙ୍କ କହିବା ମୁତାବକ, ଏ ଯେଉଁ ଚର୍ଚ୍ଚା ଚାଲିଛି ଅଜଗର ଗିଳିଛି ମଣିଷକୁ ଏଇଟା ସଂପୂର୍ଣ୍ଣ ମିଛ କଥା । ଯେଉଁଠି ଏ ଘଟଣା ଘଟିଲା ସେ ଏକ ଚୋରା ବାଟ ଦେଇ କାହାକୁ କିଛି ନ କହି ଯାଉଥିଲେ । ସେ ଲୋକ ଯେଉଁ ଜାଗାରେ ପଡିଛି ଆଉ ଅଜଗର ଯେଉଁ ଜାଗାରେ ଅଛି ତାର ଦୁରତ୍ଵ ହେଉଛି 1200 ମିଟର ।

ବିଗତ ଦିନରେ ନନ୍ଦ କିଶୋରଙ୍କୁ ସାପ ଗିଳି ଦେଇ ଥିବା ନେଇ ଗୁଜବ ଅନେକ ପ୍ରଚାରିତ ହେଲା । ତେବେ ବର୍ତ୍ତମାନ ସେ କେଉଁଠି ଅଛନ୍ତି ତାହା ଜଣା ପଡି ନାହିଁ ଆଉ ଏବେ ତାଙ୍କୁ ଖୋଜା ଖୋଜି କରାଯାଉଛି । ଆଉ ଏଭଳି ସମୟରେ ନିଖୋଜ ନନ୍ଦ କିଶୋରଙ୍କ ସ୍ତ୍ରୀ କାନ୍ଦି କାନ୍ଦି ନୟାନ୍ତ ହେଲେଣି । ତାଙ୍କ ଭାବନା ସହିତ ମିଛ ଖବରରେ ଖେଳା ଯାଉଛି ଆପଣ ତାହା ବି ଦେଖନ୍ତୁ ।

ନନ୍ଦଙ୍କ ସ୍ତ୍ରୀ କାନ୍ଦି କାନ୍ଦି କହିଛନ୍ତି-‘ଆମେ କଣ କରିବୁ ଆମେ ଆମେ ପାଞ୍ଚ ଦିନ ହେଲା ଉପାସ ପଡିଛୁ । ଏ ପର୍ଯ୍ୟନ୍ତ ସେ ମିଳୁ ନାହାନ୍ତି ଆମେ ସଣ୍ଡାହ ପାଉନୁ । ଆଉ ମୁଁ କଣ କହିବି ମୁଁ କେବଳ ଏତିକି ଅନୁରୋଧ କରୁଛି ତାଙ୍କୁ ଖୋଜି ବାହାର କର’ । ତେବେ ଅନ୍ୟ ପଟେ ତାଙ୍କ ଗାଁ ଲୋକ ଏହି ମିଛ ଖବରକୁ ସତ ମାନି ନେଉଛନ୍ତି । ସେମାନେ ବି କହୁଛନ୍ତି ସାପ ପେଟରେ କୁଆଡେ ନନ୍ଦ କିଶୋର ଅଛନ୍ତି କିନ୍ତୁ ସେମାନେ ବି ନିଶ୍ଚିନ୍ତ ରହିପାରୁ ନାହାନ୍ତି ।

ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *