Airtel ଲଞ୍ଚ କଲା 3 ଟି ଜବରଦସ୍ତ ପ୍ଳାନ, ଜାଣନ୍ତୁ ଏଥିରେ କଣ କଣ ଅଛି ଫ୍ରୀ ?

ବନ୍ଧୁଗଣ ଗ୍ରାହକ ମାନଙ୍କ ପାଇଁ ମୋବାଇଲ କମ୍ପାନୀ ଗୁଡିକ ସମୟ ସମୟରେ ନୂଆ ନୂଆ ପ୍ଳାନ ଆଣିଥାନ୍ତି । ଏୟାର୍ଟେଲ ବର୍ତ୍ତମାନ ଭାରତରେ ତିନୋଟି ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରିଛି । ଆଜି ଆମେ ଆପଣ ମାନଙ୍କୁ ଏୟାର୍ଟେଲ ଦ୍ଵାରା ଲଞ୍ଚ ହୋଇଥିବା ଏହି ତିନୋଟି ପ୍ଳାନ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ପ୍ଳାନ ବିଷୟରେ ଜାଣିଲେ ଆପଣ ମାନଙ୍କ ମନବି ଖୁସି ହୋଇଯିବ ଯଦି ଆପଣ ଏୟାର୍ଟେଲ ୟୁଜର୍ସ ଥିବେ ତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏୟାର୍ଟେଲର ଏହି ସବୁ ପ୍ଳାନ ଗୁଡିକ ବିଷୟରେ ।

ଏହି ପ୍ଳାନରେ ଗ୍ରାହକ ମାନେ ଅନଲିମିଟେଡ କଲ୍, ମେସେଜ, ହାଇ ସ୍ପିଡ ଡେଟା ଓ ଡିଜିନି ପ୍ଲସ ହଟଷ୍ଟାରକୁ ଉପଭୋଗ କରିପାରିବେ । ଆମ ଲିଷ୍ଟର ସର୍ବ ପ୍ରଥମ ସ୍ଥାନରେ ଅଛି 2798 ଟଙ୍କାର ପ୍ଳାନ । ଏହା ହେଉଛି ଏକ ବାର୍ଷିକ ପ୍ଳାନ । ଏହି ପ୍ଳାନକୁ ନେବା ପାଇଁ ୟୁଜର୍ସଙ୍କୁ ଏକ ମାସରେ ୨୩୪ ଟଙ୍କା ଦେବାକୁ ପଡିବ ।

ଏହି ପ୍ଳାନରେ ଗ୍ରାହକ ଅନଲିମିଟେଡ ଭଏସ କଲ୍, ୧୦୦ ମେସେଜ ଓ ୨ ଜିବି ଡେଟା ଦିନକୁ ପାଇପାରିବେ । ଏହା ସହିତ ଗ୍ରାହକଙ୍କୁ ଡିଜିନି ପ୍ଲସ ହଟଷ୍ଟାରର ବାର୍ଷିକ ସସକ୍ରିପସନ ସଂପୂର୍ଣ୍ଣ ମାଗଣାରେ ମିଳିବ । ବନ୍ଧୁଗଣ ଡିଜିନି ପ୍ଲସ ହଟଷ୍ଟାରର ସସକ୍ରିପସନର ମୂଲ୍ୟ ୪୯୯ ଟଙ୍କା ଅଛି । ତେଣୁ ଆପଣ ମାନେ ଏୟାର୍ଟେଲର ବାର୍ଷିକ ପ୍ଳାନ ରିଚାର୍ଜ କରି ସଂପୂର୍ଣ୍ଣ ମାଗଣାରେ ଡିଜ୍ନି ପ୍ଲସ ହଟଷ୍ଟାରକୁ ଉପଭୋଗ କରିପାରିବେ ।

ଏହା ସହିତ ଏହି ପ୍ଳାନରେ ଏୟାର୍ଟେଲ ଏକ୍ସଟ୍ରିମ ପ୍ରିମିୟମ, ମାଗଣା ହେଲୋ ଟ୍ଯୁନ୍ସ, ତିନି ମାସ ପାଇଁ ମାଗଣା ୱିଙ୍କ ମ୍ୟୁଜିକ ଓ ଫାଷ୍ଟାଗରେ ୧୦୦ ଟଙ୍କାର କ୍ୟାସ ବ୍ୟାକ ମଧ୍ୟ ମିଳିବ । ଏୟାର୍ଟେଲରେ ୪୯୯ ଟଙ୍କିଆ ପ୍ଳାନରେ ମଧ୍ୟ ଉପରକ୍ତ ସମସ୍ତ ସେବା ଗ୍ରାହକ ପାଇ ପାରିବେ ।

ହେଲେ ୨ ଜିବି ଡେଲି ଡେଟା ବଦଳରେ ଗ୍ରାହକ ମାନେ ପ୍ରତିଦିନ ୩ ଜିବି ଡେଟା ପାଇବେ । ଏହି ପ୍ଳାନଟି କେବଳ ୨୮ ଦିନ ପର୍ଯ୍ୟନ୍ତ ରହିବ । ଏହା ସହିତ ଯଦି ଆପଣ ୬୯୯ ଟଙ୍କାର ରିଚାର୍ଜ କରିବେ ତା ହେଲେ ଆପଣଙ୍କୁ ଉପୋରକ୍ତ ସମସ୍ତ ସେବା ମିଳିବ । ଦିନକୁ ୨ ଜିବି ଡେଟା ଆପଣ ପାଇବେ ଏହି ପ୍ଳାନଟି ୫୬ ଦିନ ପର୍ଯ୍ୟନ୍ତ ଆପଣ ଉପଭୋଗ କରିପାରିବେ । ଏୟାର୍ଟେଲର ସମସ୍ତ ପୋଷ୍ଟପେଡ ପ୍ଳାନରେ ମଧ୍ୟ ଡିଜ୍ନି ପ୍ଲସ ହଟଷ୍ଟାର ଏକ ବର୍ଷ ପାଇଁ ମାଗଣା ଦିଆଯିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଶୀଘ୍ର ଏୟାର୍ଟେଲ ଲଞ୍ଚ କରିଥିବା ଏହି ସବୁ ପ୍ଳାନର ସେବାକୁ ଉପଭୋଗ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *