ଆସିଲା ବଡ ଖବର, ଆକାଶ ଛୁଆଁ ହେବ ଖାଇବା ତେଲ ଦର… ଦେଖନ୍ତୁ କାହିଁକି ଓ କେବେ ଠାରୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଦେଶରେ ଯେଉଁଭଳି ଦରଦାମ ବୃଦ୍ଧି ପାଉଛି ତାକୁ ନେଇ ଲୋକଙ୍କ ମନରେ କେବଳ ଗୋଟିଏ କଥା । ଆମ୍ଭେ ବଞ୍ଚିବୁ କେମିତି ? କେତେ ଟଙ୍କା ରୋଜଗାର କରିଲେ ପରିବାର ଚଳାଇବୁ ? ସାଧାରଣ ଲୋକଙ୍କ ମନରେ ଏଭଳି ଭାବନା ସେତେବେଳେ ଆସୁଛି ଯେତେବେଳେ ଦେଶରେ ପ୍ରତିଟି ଜିନିଷର ମୂଲ୍ୟ ଅହେତୁକ ବୃଦ୍ଧି ହେଉଛି । ପ୍ରେଟ୍ରୋଲ ଡିଜେଲ ବ୍ୟତୀତ ରୋଷେଇ ଗ୍ୟାସର ଦର ପ୍ରତ୍ୟକ ମାସରେ ବୃଦ୍ଧି ପାଉଛି ।

ଆଉ ଏହା ମଧ୍ୟରେ ଆଗକୁ ଖାଇବା ତେଲ ଦର ବୃଦ୍ଧି ହେବା ନେଇ ଆସିଥିବା ଖବର ଚିନ୍ତାକୁ ଦୁଇଗୁଣିତ କରିଦେଇଛି । ଚଳିତବର୍ଷ ଦେଶରେ ଖାଇବା ତେଲଦର ଆକାଶ ଛୁଆଁ ହେବ । ଏହାର ମୁଖ୍ୟ କାରଣ ହେଉଛି କଞ୍ଚାମାଲର ଅଭାବ । ଯାହା ବଜାରରେ ଦର ବୃଦ୍ଧି ଘଟାଇବ । ଏ ନେଇ ସତର୍କ କରାଇଛି ସୌରାଷ୍ଟ୍ର ଅଏଲ ମିଲର୍ସ ଆସୋସିଏସନ ଅଥବା ଏସଓଏମଏ । ଚଳିତ ବର୍ଷ ଖାଇବା ତେଲ ଅତ୍ୟଧିକ ବୃଦ୍ଧି ପାଇବ ବୋଲି ସଂଘ ଆକଳନ କରିଛି ।

ବାଦାମ ତେଲର ୧୬ ଲିଟର ବିଶିଷ୍ଟ ଟିଣର ମୂଲ୍ୟ ୨୭୫୦ ଟଙ୍କାରେ ପହଞ୍ଚିଥିବା ବେଳେ କପାମଞ୍ଜିତେଲ ୨୭୬୫ ଟଙ୍କାରେ ପହଞ୍ଚିଗଲାଣି । ଅନ୍ୟ ପଟରେ ପରିସ୍ଥିତି ଏଭଳି ଭାବରେ ଜଟିଳ ହେବାରେ ଲାଗିଛି ଯେ ଚାଷୀଙ୍କ ପାଖରେ ବାଦାମ ଭଳି କଞ୍ଚା ମାଲ ଷ୍ଟକ ନଥିବା ଯୋଗୁଁ ଏହା ଦେଶରେ ଖାଇବା ତେଲ ମୂଲ୍ୟ ବୃଦ୍ଧି କରିବା ବୋଲି ଏସଓଏମଏ ଚେତାଇ ଦେଇଛି ।

କେବଳ ଏତିକି ନୁହେଁ ଆଉ ଏକ ସାଂଘାତିକ ରିପୋର୍ଟ ସଂଘ ପକ୍ଷରୁ ସାମ୍ନାକୁ ଆସିଛି ଗୁଜୁରାଟ ସରକାରଙ୍କ ପାଖରେ ୧.୫୦ ଲକ୍ଷ ଟନ ବାଦାମ ମହଜୁଦ ରହିଅଛି । ଯଦି ସରକାର ଦର ନିୟନ୍ତ୍ରଣ କରିବା ପାଇଁ ମହଜୁଦ ଥିବା ବାଦାମକୁ ବଜାରରେ ଖୋଲିଦିଅନ୍ତି ତା’ ହେଲେ ମଧ୍ୟ ଦର ନିୟନ୍ତ୍ରଣ ହୋଇପାରିବ ନାହିଁ ବୋଲି ସଂଘ କହିଅଛି । ସଂଘ ଏହା ମଧ୍ୟ କହିଛି ଯେ ନଭେମ୍ବର ମାସରେ ବାଦାମର ନୂଆ ଷ୍ଟକ ଆସିଲେ ମଧ୍ୟ ବଜାରରେ ତୈଳ ଦର ହ୍ରାସ ହୋଇ ନପାରେ ।

କାରଣ ଚଳିତ ବର୍ଷ ଜୁନ ୩୦ ତାରିଖ ସୁଧା ୧୦ ଲକ୍ଷ ହେକ୍ଟରରେ ବାଦାମ ଚାଷ ହୋଇଥିଲା । ଅନ୍ୟ ବର୍ଷ ମାନଙ୍କରେ ବାଦାମ ପ୍ରାୟ ୧୪ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥାଏ । ତେଣୁ ବଜାରକୁ ପ୍ରଚୁର ଷ୍ଟକ ମିଳିଯାଇଥାଏ । କିନ୍ତୁ ଚଳିତ ବର୍ଷ ଭିନ୍ନ ଦେଖିବାକୁ ମିଳିଛି ଗତବର୍ଷ ତୁଳନାରେ ଏବର୍ଷ କପା ଚାଷ ଅଧିକ ହୋଇଛି । ଗତବର୍ଷ ଚାଷୀ ବାଦାମ ଚାଷ ବଦଳରେ କପା ଚାଷ ରେ ମନ ବଳାଇଥିବାର ଦେଖିବାକୁ ମିଳିଛି । ଏଥିପାଇଁ ତେଲ ଦର ଏଥର ଆକାଶଛୁଆଁ ହେବ ବୋଲି ଜଣାପଡିଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *