Ollywood ଅଭିନେତ୍ରୀ Riya Dey ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର, ଶୁଟିଙ୍ଗ ବେଳେ ଅଘଟଣ ଘଟି…

ଓଡିଆ ଫିଲ୍ମ ଶୁଟିଙ୍ଗ ସମୟରେ ଘଟିଲା ଅଘଟଣ । ଏହି ଅଘଟଣାରେ ଓଡିଆ ଅଭିନେତ୍ରୀ ରିୟା ଦେ ଆହତ ହୋଇଛନ୍ତି। ପଥର ଲାଗି ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଶିମିଳିପାଳ ରେ ଏକ ଓଡିଆ ସିନେମାର ଗୀତ ଶୁଟିଙ୍ଗ ଚାଲୁଥିଲା । ପଥର ଉପରେ ଏକ ସୀନ ସୁଟ କରୁଥିବା ବେଳେ ପଥରରୁ ଖସି ପଡି ଥିଲେ ରିୟା। ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବାରିପଦା ଅଣା ଯାଇଥିବା ବେଳେ ଅଭିନେତ୍ରୀଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ଜଣା ପଡିଛି ।

ତେବେ ରିୟା ଦେ ହେଉଛନ୍ତି ଓଡିଆ ସିନେମାର ଏକ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ସିନେମାରେ ରେ ନିଜର ଦମଦାର ଅଭିନୟ ଦେଇ ସେ ଓଡିଶାରେ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କ ଅଭିନୟ ପାଇଁ ତାଙ୍କୁ ଦର୍ଶକ ମାନେ ଦେଖିବାକୁ ଖୁବ ପସନ୍ଦ କରନ୍ତି ଓ ତାଙ୍କୁ ଖୁବ ସାରା ଭଲ ପାଇବା ଦିଅନ୍ତି । ସେ ବହୁତ କମ ସମୟ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ତାଙ୍କ ସିନେମା ଦେଖିବାକୁ ଲୋକମାନେ ଖୁବ ଭଲ ପାଆନ୍ତି । ଇଂଷ୍ଟାଗ୍ରାମ ରେ ମଧ୍ୟ ତାଙ୍କ ଫଲୋଅର୍ସ ଙ୍କ ସଂଖ୍ୟା ଖୁବ ଅଧିକ । ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ଖୁବ ସାରା ରୀଲ୍ସ ଦର୍ଶକ ମାନଙ୍କୁ ଭେଟି ଦିଅନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅନୁଭବ କରନ୍ତି ।

ସେ ସୋସିଆଲ ମିଡିଆ ଜରିଆରେ ସବୁବେଳେ ନିଜ ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ଆଜି ପଥରରୁ ଖସିଯିବା ଦ୍ଵାରା ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି, ଯାହା ଦ୍ଵାରା ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ତାଙ୍କୁ ତୁରନ୍ତ ବାରିପଦା ହସ୍ପିଟାଲକୁ ନିଆ ଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆଶା କରୁଛୁ ସେ ବହୁତ ଜଲ୍ଦି ସୁସ୍ଥ ହୋଇ ପୁଣି ଶୁଟିଙ୍ଗ କାର୍ଯ୍ୟ ଆରମ୍ଭ କରନ୍ତୁ । ଏ ବିଷୟରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଫାଲୋ କରିବାକୁ ଭୁଲାନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *