‘ଆଗକୁ ମିଶିପାରୁ’ ଦେଖନ୍ତୁ ମିଡିଆ ଆଗରେ କଣ କହିଲେ Sumit ? ଦେଖନ୍ତୁ ଏହି Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ପାରିବାରିକ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଏକ ବଡ ଟ୍ଵିଷ୍ଟ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ମାସ ଧରି ଏହି ମାମଲାଟି ଚାଲିଥିବା ବେଳେ ଜିଲ୍ଲା କୋର୍ଟ ଏହି ମାମଲାର ସମାଧାନ କରିଥିଲେ । ତପସ୍ଵିନୀ ନିଜ ଶଶୁର ଘରେ ରହିବେ ବୋଲି ଜିଲ୍ଲା କୋର୍ଟ ରାୟ ଦେଇଥିଲେ ହେଲେ ବନ୍ଧୁଗଣ ଏହି ରାୟରେ ସୁମିତଙ୍କ ପରିବାର ଲୋକ ଖୁସି ନାହାନ୍ତି । ତପସ୍ଵିନୀ ଘରେ ପ୍ରବେଶ କରିବା ପରେ ପ୍ରମୋଦ ସାହୁ ନିଜକୁ ଅସୁରକ୍ଷିତ ଅନୁଭବ କରି ଘରୁ ବାହାରି ଯାଇଛନ୍ତି ।

ଅନ୍ୟ ପଟରେ ଏତେ ଦିନ ଲୁଚି ରହିବା ପରେ ସୁମିତ ଆଜି ଲୋକ ମାନଙ୍କ ସାମ୍ନାକୁ ଆସିଛନ୍ତି । ବନ୍ଧୁଗଣ ଜିଲ୍ଲା କୋର୍ଟର ରାୟକୁ ସିଧା ସିଧି ଚ୍ୟାଲେଞ୍ଜ କରିଛନ୍ତି ସୁମିତ । ସୁମିତ ଆଜି ହାଇ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି । ଗଣମାଧ୍ୟମ ସାମ୍ନାକୁ ଆସି ସୁମିତ ଏହି ମାମଲା ବିଷୟରେ କହିଛନ୍ତି ।

ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁମିତ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ଏତେ ସବୁ ମୋ ପରିବାର ସହ ଘଟିଲା ମୋ ସହ ଘଟିଲା । ମୋର ଆଉ ମୋ ପରିବାରର ମାନ ସମ୍ମାନ ଚାଲିଗଲା । ମୁ ଭାବୁଛି ଏ ଜନ୍ମରେ ଆମେ ରିକୋଭରି କରିପାରିବୁ ନାହିଁ’ ।

ଆଗକୁ ସୁମିତ କହିଛନ୍ତି-‘ଏହି କେସ ପାଇଁ ମୋର ମାନସିକା ଅବସ୍ଥା ବହୁତ ଖରାପ ଏହି ସବୁ ନେଇକି ମୋର ମାନସିକ ଅବସ୍ଥା ବହୁତ ଖରାପ ହେଇସାରିଲାଣି । ଏହି ମାମଲା ପାଇଁ ମୁ ଛୁଟିରେ ଅଛି । ଦେଖନ୍ତୁ ସମୟ ହେଉଛି ବହୁତ ବଳବାନ ଆଗକୁ କଣ ହେବ ଆଉ କଣ ହେବ ନାହିଁ ସେ କଥା ମୁ କହିପାରିବି ନାହିଁ । ରିୟୁନିଅନ ବି ହେଇପାରେ ହେଲେ ତାର ମାନେ ନୁହେଁ ଯେ, ଘର ଭିତର ଚାରି କାନ୍ଥର କଥା ଦାଣ୍ଡକୁ ଆଣି ଗୋଟେ ଡ୍ରାମା ସୃଷ୍ଟି କରିବାର ।

ଆଗକୁ ସୁମିତ କହିଛନ୍ତି-‘ମୁ ଏବେ ଛୁଟିରେ ଅଛି ଆଉ ମୁ ମୋର ଓକିଲଙ୍କୁ ସବୁ କଥା କହିଦେଇଛି । ଏଠି ମୋର ସିଗ୍ନେଚର ଦରକାର ପଡିଲା ସେଥିପାଇଁ ମୁ ଆସିଛି । ତେବେ  ବନ୍ଧୁଗଣ ଏଭଳି ଭାବରେ ସୁମିତ ଏହି ମାମଲା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ସୁମିତଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *