ଆଫ୍ରିକା ପର୍ବତ ଶୃଙ୍ଗରେ ତ୍ରିରଙ୍ଗା ଉଡାଇ ଜଗନ୍ନାଥ ପଟ୍ଟଚିତ୍ର ପ୍ରଦର୍ଶନ କଲେ ଓଡିଆ ପୁଅ…

ବନ୍ଧୁଗଣ ଅନେକ ଥର ଆମ ଓଡିଆ ପୁଅ ମାନେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆମ ଓଡିଶାରେ ଥିବା ଅନେକ ଯୁବପିଢି ସଫଳତା ପାଇଛନ୍ତି । ଓଡିଶାର କେତେକ ବ୍ୟକ୍ତି କେବଳ ଭାରତରେ ନୁହେଁ ସାରା ବିଶ୍ଵରେ ସୁନାମ ଅର୍ଜନ କରିଛନ୍ତି । ତେବେ ବନ୍ଧୁଗଣ ଅନେକ ଦିନ ପରେ ପୁଣି ଜଣେ ଓଡିଆ ପୁଅ ଦେଶ ପାଇଁ ଗୌରବ ଆଣିଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଖବର ଭାଇରାଲ ହେବାରେ ଲାଗିଛି ।

ଏହି ଖବର ବିଷୟରେ ଆପଣ ମାନେ ଜାଣିଲେ ବହୁତ ଖୁସି ହେବେ । ଏହି ଖବରକୁ ନେଇ କେବଳ ଓଡିଶାରେ ନୁହେଁ ସମସ୍ତ ସ୍ଥାନରେ ଚର୍ଚ୍ଚା ଚାଲିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଫ୍ରିକାର କିଲିମାଞାର ପର୍ବତ ଶୃଙ୍ଗ ରେ ନାଗାର୍ଜୁନ ବେଶ ପଟଚିତ୍ର ପ୍ରଦର୍ଶନ କରିଛନ୍ତି ଆମ ଓଡିଆ ପୁଅ ।

ଆଫ୍ରିକାର କିଲିମାଞାର ପର୍ବତ ଶୃଙ୍ଗ ରେ ନାଗାର୍ଜୁନ ବେଶ ପଟଚିତ୍ର ପ୍ରଦର୍ଶନ କରିଥିବା ଯୁବକଙ୍କ ନାମ ହେଉଛି ଚିନ୍ମୟ ମହାରଣା । ଚିନ୍ମୟ ପୁରୀର ବାସିନ୍ଧା ଅଟନ୍ତି । ପୁରୀ ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞାର ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟଚିତ୍ର ପ୍ରଦର୍ଶନ କରିଛନ୍ତି । ଗୁରୁବାର ଦିନ ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜ୍ଜୁନ ବେଶ ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ।

ଏବେ ସେ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଏହି ଯାତ୍ରା ପାଇଁ ରାଜ୍ୟ ସରକାର, ଓଏମସି ଓ ଜିଲ୍ଲାପ୍ରଶାସନ ଚିନ୍ମୟଙ୍କୁ ସହଯୋଗ କରିଥିଲେ । ଚିନ୍ମୟ ଚଳିତ ମାସ ୩ ତାରିଖରେ ସାଉଥ୍ ଆଫ୍ରିକାର କିଲିମାଞାର ଶୃଙ୍ଗର ୧୯,୩୪୧ ଫୁଟ୍ ଆରୋହଣ କରିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ । ଏହି ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଚିନ୍ମୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୂର୍ବରୁ ସେ ହିମାଚଳ ପ୍ରଦେଶର ଶେତଧାରା, ମନାଲିର ଲାମ୍ବାଡୁଗ,ରାଣିସୁଇ,ଲଦାଖର ଷ୍ଟଗ୍ କାଙ୍ଗ୍ରି,ହିମାଳୟ କିକମର ପାଲୁଙ୍ଗ,ୟୁନମ,ଉତ୍ତରକାଶୀର ଦରୱା ଓ ରୁତୁଗଇରା ପବର୍ବତ ଶିଖରରେ ପହଞ୍ଚି ଚିନ୍ମୟ ସଫଳତା ପାଇଥିଲେ । ତେଣୁ ଦକ୍ଷିଣ ଆଫ୍ରିକାର କିଲିମିଞ୍ଜା ପର୍ବତ ଆରୋହଣ ନିମନ୍ତେ ତାଙ୍କୁ ଅନୁମତି ମିଳିଥିଲା । ବନ୍ଧୁଗଣ ଏବେ ଚିନ୍ମୟ ନିଜର ଏହି କାମ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *