ଆଫଗାନଙ୍କ ପାଇଁ ଅଶାର କିରଣ ପାଲଟିଛନ୍ତି ସାଲିମା, ତାଲିବାନକୁ କଡା ଟକ୍କର ଦେବ ସାଲିମାଙ୍କ ଫୌଜ, ତାଙ୍କ ସେନାରେ ନାହାନ୍ତି ସୈନିକ, ଅଛନ୍ତି ସାଧାରଣ ଲୋକ..ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବର୍ତ୍ତମାନ ଆଫଗାନିସ୍ତାନ ର ଅବସ୍ଥା ବହୁତ ଅଧିକ ଖରାପ ହେବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନ ରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀ କୁ କବଜା କରୁଛି । ଏହା ସହିତ ଆମେରିକା, ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନ ରୁ ନିଜ ଦେଶ ର ଲୋକ ମାନଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି । ସୂଚନାନୁସାରେ, ବିଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ରେ ତାଲିବାନ ଆ-ତ-ଙ୍କ-ବା-ଦୀ ଙ୍କ ଦୌ-ରା-ତ୍ମ ବୃଦ୍ଧି ପାଇବାରେ ଲାଗିଛି ।

ତାଲିବାନ ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ର ୬ଟି ପ୍ରାଦେଶିକ ରାଜଧାନୀ ଦଖଲ କରିଛି । ଆଫଗାନିସ୍ତାନ ର ଅନେକ ସହର କୁ କବଜା କରିଥିବା ତାଲିବାନ ସେଠାକାର ଲୋକ ମାନଙ୍କୁ ଅତି ନି-ର୍ଦ୍ଦ-ୟ ଭାବରେ ହ-ତ୍ୟା ମଧ୍ୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତି ରେ ଜଣେ ଆଫଗାନିସ୍ତାନ ର ସାହାସି ମହିଳା ଯିଏ କି ଆଫଗାନିସ୍ତାନ ର ଗୋଟିଏ ସହରର ମାଜିଷ୍ଟ୍ରେଟ । ସେ ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି ଏହି ତାଲିବାନ ମାନଙ୍କ ସହ ଲଢ଼ିବା ପାଇଁ ।

ତେବେ ଆସନ୍ତୁ ଜାଣିନେବା ଏହି ସାହାସି ଲେଡି ଦବଙ୍ଗ କିଏ ଏବଂ ତାଙ୍କ ସେନାରେ କିଏ କିଏ ଅଛନ୍ତି । ଏ ହେଉଛନ୍ତି ଲେଡି ଦବଙ୍ଗ ସାଲିମା ଯିଏ କି ନିଜର ଏକ ଫୌଜ ଗଠନ କରିଛନ୍ତି ତାଲିବାନ ସହ ଲଢ଼ିବାକୁ । ଏହି ଫୌଜ ରେ ଥିବା କେହି ବି ବ୍ୟକ୍ତି ପେସା ରେ ଫୌଜ ନୁହନ୍ତି । ସେମାନେ ସମସ୍ତେ ସାଧାରଣ ଲୋକ କିନ୍ତୁ ନିଜ ମାଟି ପାଇଁ ନିଜ ଜୀବନର ବାଜି ଲଗାଇବା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି ।

ତାଲିବାନ ଙ୍କ ଆଗରେ ମୁଣ୍ଡ ନୁଆଇବା ଭଳି ଲୋକ ସାଲିମା ନୁହଁନ୍ତି । ସେ ରାତାରାତି ଶ୍ରମିକ, ଚାଷୀ ଏବଂ ଏଭଳି ସାଧାରଣ ଜନତା ଙ୍କୁ ନେଇ ନିଜର ଏକ ଫୌଜ କିମ୍ବା ସେନା ଗଠନ କରିଛନ୍ତି ଏବଂ ସେହି ସେନାରେ ଥିବା ପ୍ରତ୍ୟକ ବ୍ୟକ୍ତି ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲ-ଢ଼ି-ବା ପାଇଁ ପ୍ରତିଜ୍ଞା ମଧ୍ୟ ନେଇଛି । ଏହା ଦେଖି ତାଲିବାନ ର ମଧ୍ୟ ମୁଣ୍ଡ ବ୍ୟଥା ହୋଇ ସାରିଲାଣି । ଏବଂ ସାଲିମା ଙ୍କର ଏହି ପ୍ରୟାସ ଆଫଗାନିସ୍ତାନ ପାଇଁ ଏକ ଆଶାର କିରଣ ମଧ୍ୟ ।

ତେବେ ଏହି ଫୌଜ ରେ ଅଛନ୍ତି ୬୦୦ ରୁ ବି ଅଧିକ ଲୋକ ଯାହାଙ୍କ ପାଖରେ ଅସୀମ ସାହାସ ଏବଂ ବିରତ୍ୱ ପଣ ଭରି ରହିଛି । ସାଲିମା ଜାଣିଛନ୍ତି କି ଯଦି ସେ ପରାସ୍ତ ହୁଅନ୍ତି ତେବେ ତାଲିବାନ ତାଙ୍କୁ ଭୟଙ୍କର ମୃ-ତ୍ୟୁ ର ଦ-ଣ୍ଡ ଦେବ କିନ୍ତୁ ତଥାପି ନିଜ ସ୍ୱାଭିମାନ ଏବଂ ଦେଶ ପାଇଁ ସେ ଲ-ଢେ-ଇ କରିବା ପାଇଁ ଆଗେଇ ଆସିଛନ୍ତି ।

ତେବେ ସାଲିମା ଙ୍କ ଜନ୍ମ ୧୯୮୦ ରେ ଇରାନ ରେ ହୋଇଥିଲା । ନିଜ ର ପାଠ ପଢା ମଧ୍ୟ ସେଠାରେ ଶେଷ କଲେ ଏବଂ ସେ ଖୁସିରେ ନିଜ ସ୍ୱାମୀ ଏବଂ ପିଲାଙ୍କ ସହ ରହି ପାରିଥାନ୍ତେ କିନ୍ତୁ ସେ ନିଜ ଦେଶରେ ଆସି କାମ କରିବାକୁ ପସନ୍ଦ କରିଥିଲେ । ତେବେ ସାଲିମା ଙ୍କ ଏହି ସାହସ ଆଫଗାନିସ୍ତାନ ପାଇଁ ଏକ ସାହସ ଏବଂ ନୂଆ ଆଶା ଦେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *