ଜିଆରପି ପୋଲିସ ନେଲା ବଡ ନିଷ୍ପତ୍ତି, ଆଦିତ୍ୟଙ୍କମ କେସକୁ କଲା ବନ୍ଦ, ଜାଣନ୍ତୁ ଏହା ପଛର କାରଣ କଣ…

ଆଜିକାଲି ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହିପରି ଏକ ଘଟଣା ଓଡିଶାରେ ଘଟିଛି । ରାଜ୍ୟର ଜଣେ ଲୋକପ୍ରିୟ ମଣିଷ ଆଦିତ୍ୟ ଦାସଙ୍କ ମୃତ୍ୟୁ କିଛି ଦିନ ତଳେ ହୋଇଥିଲା । ଆଦିତ୍ୟଙ୍କ କେସ ପାଇଁ ଜିଆରପି ପୋଲିସ ଅନୁସନ୍ଧାନ କରୁଥିଲା । ହେଲେ ବର୍ତ୍ତମାନ ଖବର ଅନୁସାରେ ଜଣା ପଡିଛି ଆଦିତ୍ୟ ଦାସଙ୍କ କେସକୁ ବନ୍ଦ କରା ଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ ।


ଆଦିତ୍ୟ ଦାସଙ୍କୁ ମାନବ ପ୍ରେମୀ କୁହାଯାଏ । ତାଙ୍କର ମୃତ୍ୟୁ ପଛରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ହାତ ଥିବାର ଜଣା ପଡିଛି । ଏହାର କାରଣ ହେଉଛି ବିଦ୍ୟାଶ୍ରୀ ଏହି କେସ ସହ ଜଡିତ ନିଜର ସମସ୍ତ ବୟାନକୁ ବଦଳାଉ ଛନ୍ତି । ଏହା ସହିତ ଆଦିତ୍ୟ ଲେଖିଥିବା ସୁସାଇଡ ନୋଟର ଶେଷ ଦୁଇ ପେଜରେ ଥିବା ଅକ୍ଷର ହେଉଛି ବିଦ୍ୟାଶ୍ରୀଙ୍କର । ତେଣୁ ଆଦିତ୍ୟଙ୍କ କେସ ପାଇଁ ଗତ ୨୧ ଦିନ ହେବ ଜିଆରପି ପୋଲିସ ଛାନ ବିନ କରୁଥିଲା । ହେଲେ ଖବର ଅନୁସାରେ ବର୍ତ୍ତମାନ ଜିଆରପି ପୋଲିସ ଏହି କେସକୁ ବନ୍ଦ କରିଛନ୍ତି ।


ଜିଆରପି ପୋଲିସ ଏହି କେସକୁ ବନ୍ଦ କରିବାର ମୁଖ୍ୟ କାରଣ ହେଉଛି ଜିଆରପି ପୋଲିସର ଏସ ଆଇ ବର୍ତ୍ତମାନ କରୋନା ପଜିଟିଭ ରୂପେ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ବର୍ତ୍ତମାନ ସବୁ ଜିଆରପି ପୋଲିସ ଫୋର୍ସକୁ ହୋମ କ୍ଵାରେଣ୍ଟାଇନରେ ରହି କାମ କରିବାକୁ ନିର୍ଦେଶ ଦିଆ ଯାଇଛି । ଆଦିତ୍ୟଙ୍କ କେସରେ କାମ କରୁଥିବା ଏସଆଇ ଏହି କିଛି ଦିନ ତଳେ ଭୁବନେଶ୍ବରରୁ କଟକକୁ ଆସିଥିଲେ । ଏହାପରେ ତାଙ୍କୁ ଥଣ୍ଡା ଜ୍ଵର ହୋଇଥିଲା, ଏଥିପାଇଁ ସେ ମେଡ଼ିସିନ ଖାଉଥିଲେ ।


ହେଲେ ତାଙ୍କର କରୋନା ଟେଷ୍ଟ ହୋଇଥିଲା, ଯାହାଫଳରେ ସେ କରୋନା ପଜିଟିଭ ରୂପେ ଚିହ୍ନଟ ହୋଇଥିଲେ । ସେଥିପାଇଁ ଆଦିତ୍ୟଙ୍କ କେସକୁ ବନ୍ଦ କରିବା ପାଇଁ ଜିଆରପି ପୋଲିସ ନିଷ୍ପତ୍ତି ନେଇଛି । ଅବଶ୍ୟ ଆଦିତ୍ୟଙ୍କ କେସକୁ ଘରେ ରହି ପୋଲିସ ମାନେ ଅନୁସନ୍ଧାନ କରୁଛନ୍ତି । କିନ୍ତୁ ଏହା ଫଳପ୍ରଦ ହେବ ନାହିଁ ବୋଲି ସଦସ୍ୟ ମାନେ ଦାବି କରୁଛନ୍ତି । ଖବର ଅନୁସାରେ ଜଣା ପଡିଛି ପୋଲିସ କ୍ଵାରେଣ୍ଟାଇନରୁ ଫେରିବା ପରେ ଏହି କେସର ଛାନ ବିନ ଜାରି ରଖିବେ ଏବଂ ଆଦିତ୍ୟଙ୍କୁ ନ୍ୟାୟ ଦେବେ ।

ଖବର ଟି ପୁରା ପଢି ଥିବାରୁ ଧନ୍ୟବାଦ । ଏଥିରେ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *