ମୋ ସ୍ଵାମୀ ମାନବ ପ୍ରେମୀ ଆଦିତ୍ୟ ଦାସ ,ଏହି ଟ୍ରେନରେ ତାଙ୍କ ଜୀବନ ଯାଇଥିଲା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମୋ ସ୍ଵାମୀ ମାନବ ପ୍ରେମୀ ଆଦିତ୍ୟ  ଦାସ ,ଏହି ଟ୍ରେନରେ ତାଙ୍କ ଜୀବନ ଯାଇଥିଲା । ତେଣୁ ତାଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ଧାଇଁ ଆସିଛନ୍ତି ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ । ଥରେ ଏହି ଟ୍ରେନ ଦୁର୍ଘଟଣାରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା ଯାହାକୁ ଜୀର୍ଣ୍ଣ କରିପାରିନଥିଲେ ବିଦ୍ୟାଶ୍ରୀ ।

ଉଭୟ ପ୍ରେମ କରି ବିବାହ କରି ବହୁତ ସୁଖଜୀବନ ଅତିବାହିତ କରୁଥିଲେ । ମାତ୍ର ବିଧାତାଙ୍କ ରଚନା କିଛି ଅଲଗା ଥିଲା ଚାଲିଯାଇଥିଲେ ଆଦିତ୍ୟ ବିଦ୍ୟାଶ୍ରୀଙ୍କୁ ଛାଡି । ଆଦିତ୍ୟଙ୍କ ଯିବାରେ ବିଦ୍ୟାଶ୍ରୀ ଭିତରୁ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ । ଯେବେ ସେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ସମ୍ବନ୍ଧରେ ଶୁଣିଲେ ତେବେ ତାଙ୍କ ଲୋମଟାଙ୍କୁରି ଉଠିଲା  ।

ବିଦ୍ୟାଶ୍ରୀଙ୍କ କହିବା ଅନୁସାରେ ଲୋହମାନବ ପ୍ରାଣ ନେବା ବିଷୟରେ ସେ ସାନବେଳେ ଶୁଣିଥିଲେ ମାତ୍ର ସ୍ଵାମୀଙ୍କ ଟ୍ରେନ୍ ଦୁର୍ଘଟଣାରେ ଅକାଳ ମୃତ୍ୟୁ ପରେ ତାଙ୍କୁ ବିଶ୍ଵାସ ହୋଇଥିଲା । ତେଣୁ ସେ ସୋସିଆଲ ମିଡିଆରେ ସମୁଖରେ କହିଛନ୍ତି କି ସେ ଲୋହମାନବ ମୋ ଉପରେ ଟିକେ ଦୟା କରିଲା ନାହିଁ । ଯଦି ସେ ଦୟା କରିଥାନ୍ତା ତେବେ ଆଜି ମୁ ସୁହାଗିନୀ ହୋଇଥାନ୍ତି ।

ତେଣୁ ସେ ଯେବେ ଏହି ଘଟଣା ବିଷୟରେ ଶୁଣିଲେ ତେବେ ତୁରନ୍ତ ମାନବ ପ୍ରେମୀ ଆଦିତ୍ୟଙ୍କ ସ୍ଵପ୍ନକୁ ନିଜ କାନ୍ଧରେ ଉପରେ ନେଇ ଧାଇଁ ଆସିଲେ ଘଟଣା ସ୍ଥଳକୁ ଏବଂ ଉଦ୍ଧାର ପ୍ରାପ୍ତ ଲୋକମାନଙ୍କୁ ଯୋଗାଇଲେ ଟାଟା ଗ୍ଳୁକୋଜ ପାଣି ।  ଆଦିତ୍ୟଙ୍କ ମୃ-ତ୍ୟୁକୁ ନେଇ ଅନେକ ଲୋକେ ବହୁତ କିଛି କଥା କହିଲେ ମାତ୍ର ସେହି ସବୁକୁ ଧୈର୍ଯ୍ୟ ସହକାରେ ସହି ପୁଅ ହୋଇ ଛିଡା ହୋଇଛନ୍ତି ଆଦିତ୍ୟଙ୍କ ମାଆବାପାଙ୍କ ନିମନ୍ତେ ସ୍ଵାମୀ ପରେ ତାଙ୍କ ଦାୟିତ୍ଵ ଗ୍ରହଣ  କରିଛନ୍ତି ବିଦ୍ୟାଶ୍ରୀ ।

ମାନବ ପ୍ରେମୀ ଆଦିତ୍ୟଙ୍କର ଗୋଟେ ସ୍ଵପ୍ନ ଥିଲା କି ଲୋକମାନଙ୍କର ସେବା କରିବା ତାଙ୍କୁ ଦୁଃଖସମୟରେ ସାହାଯ୍ୟର ହାତ ବଢେଇବା ଯାହା ଆଦିତ୍ୟଙ୍କ ମୃତ୍ୟୁ ପରେ ସମାଧି ହୋଇଯାଇଥିଲା । ମାତ୍ର ବିଦ୍ୟାଶ୍ରୀ ତାହାକୁ ଜୀବନ୍ତ ରଖି ପହଞ୍ଚିଥିଲେ ଘଟଣା ସ୍ଥଳକୁ ଏବଂ ସାହାଯ୍ୟ କରିଥିଲେ । ସ୍ଵାମୀର ସ୍ଵପ୍ନକୁ  କ୍ରିୟା ମାଧ୍ୟମରେ ଜୀବିତ ରଖିଛନ୍ତି ବିଦ୍ୟାଶ୍ରୀ । ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *