ନମସ୍କାର ବନ୍ଧୁଗଣ ତେବେ ଏବେ ସାମ୍ନାକୁ ଆସିଛି ଜଣେ ଆଦିବାସୀ ମହିଳାଙ୍କ ମୂଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଥିବାର ଭିଡିଓ। ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ମହିଳା ଜଣଙ୍କର ଭିଡିଓ ଏଥିପାଇଁ ଭାଇରାଲ ହେଉଛି ଯେ, ଏହି ମହିଳା ଜଣଙ୍କ ତାଙ୍କର ଅସୁବିଧା କୁ ଇଂରାଜୀ ରେ ମୂଖ୍ୟମନ୍ତ୍ରୀ ଙ୍କୁ ଜଣାଇ ଅଛନ୍ତି । ଯାହାକୁ ନେଇ ସେ ଚର୍ଚ୍ଚାରେ । ତାଙ୍କର ଯାହା ଅଭିଯୋଗ ରହିଛି ଏବଂ ଯେଉଁ ସମସ୍ୟା ରହିଛି ତାହା କିପରି ମୂଖ୍ୟମନ୍ତ୍ରୀ ଙ୍କ ପାଖରେ ପହଞ୍ଚିବ,
ସେଥିପାଇଁ ସେ ତାଙ୍କର ସମସ୍ୟା କୁ ସେ ଇଂରାଜୀ ରେ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି । ଆଉ ଗୋଟି ଗୋଟି କରି ସବୁ ସମସ୍ୟାକୁ ଇଂରାଜୀ ରେ କହୁଛନ୍ତି ଏହି ମହିଳା। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ମହିଳା ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ୍ ର ଶ୍ରୀୟାପାଳ ଗ୍ରାମର । ତାଙ୍କ ନାମ ହେଉଛି ପୁଙ୍ଗି ହେମ୍ବ୍ରମ୍ ।
ସେ କହିଛନ୍ତି ମୁଁ ଏହି ଗ୍ରାମର ଜଣେ ଅଧିବାସୀ ଅଟେ । ତେବେ ଆମେ ଏହି ଅଞ୍ଚଳର ଲୋକେ ବହୁତ୍ କିଛି ସମସ୍ୟା ଓ ପ୍ରତିବନ୍ଧକ କୁ ସମ୍ମୁଖୀନ କରୁଛୁ । ଯେତେବେଳ କିଛି ବି ହସ୍ପିଟାଲ୍ କାମ ପଡୁଛି କିମ୍ୱା ରୋଗୀଙ୍କୁ ଡାକ୍ତରଖାନା ନେବାକୁ ପଡୁଛି, ସେତେବେଳ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କାରଣ ତାଙ୍କ ଗାଆଁ ରେ ଗୋଟେ ବ୍ରିଜ ନାହିଁ । ତେଣୁ ଯିବା ଆସିବା ରେ ବହୁତ୍ କିଛି ଅସୁବିଧାର ସମ୍ମୁଖୀନ ସେମାନଂକୁ ହେବାକୁ ପଡୁଛି । ଗାଆଁ ର ଗୋଟିଏ ପାର୍ଶ୍ୱରୁ ଅନ୍ଯ ପାର୍ଶ୍ଵକୁ ଯିବା ଆସିବା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡୁଛି । ତେଣୁ ସେ ତାଙ୍କର ଅନୁରୋଧରେ କହିଛନ୍ତି ଯେ ମୁଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରୁଛି ସେ ଆମ ଗାଆଁ ରେ ଏକ ରାସ୍ତା କରିବାର ସୁବିଧା ଏବଂ ଏକ ପୋଲ କରିବା ପାଇଁ ବ୍ୟବସ୍ଥା କରନ୍ତୁ ।
କାରଣ ପୋଲ ନଥିବା ଦ୍ଵାରା ଏବଂ ଯିବା ଆସିବା ପାଇଁ ରାସ୍ତା ନଥିବା ଦ୍ଵାରା ଅନ୍ଯ ଲୋକ ମାନଙ୍କ ସହିତ ସ୍କୁଲ୍ ଛାତ୍ର ଛାତ୍ରୀ ମାନେ ମଧ୍ଯ ସ୍କୁଲ୍ ଯିବା ଆସିବା ରେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ସେମାନେ ବନ୍ୟା ଭଳି ପାଣି ଥିବା ଅସଜଡା ଏବଂ ବିପଦପୂର୍ଣ୍ଣ ରାସ୍ତା ଦେଇ ପିଲାମାନେ ସ୍କୁଲ୍ ଯାଉଛନ୍ତି । ଏହାଛଡା ଗର୍ଭବତୀ ମହିଳା ମାନେ ମଧ୍ଯ ଡେଲିଭାରି ସମୟରେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କାରଣ ରାସ୍ତା ନଥିବାରୁ ତାଙ୍କ ଗାଆଁ କୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ । ଏହିଭଳି ଅନେକ ଅସୁବିଧା କୁ ସମ୍ମୁଖୀନ ହେବାକୁ ପଡୁଛି ସେହି ଅଞ୍ଚଳର ଲୋକ ମାନଙ୍କୁ । ଯାହାକୁ ନେଇ ଏହି ଆଦିବାସୀ ମହିଳା ଜଣଙ୍କ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏହାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।