ଆସିଲା ବଡ଼ ଦୁଃଖ ଖବର, ମୃତ୍ୟୁ ପାଇଁ କାନ୍ଦୁଛନ୍ତି Suman, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସ୍ଵର୍ଗତ ମିହିର ଦାସ ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ମିହିର ଯିବା ପରେ ସାରା ଓଡିଶା ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଦିଗଜ ଅଭିନେତା ଥିଲେ ଓ ତାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ । ମିହିର ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି ।

ତେବେ ଓଡିଆ ହାସ୍ୟ କଳାକାର ସୁମନ ମହାରଣା ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ସୁମନ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ସେହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ସୁମନ ସେହି ଭିଡିଓରେ କହିଛନ୍ତି-‘ନମସ୍କାର ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ସମସ୍ତଙ୍କର ଅତି ଆପଣାର ମିହିର ଭାଇ ଯାହାଙ୍କ ପାଖରେ ସବୁ ପ୍ରକାରର କଳା ଅଛି ଆଉ ଏହି ଭଳିଆ କଳାକାରଙ୍କୁ ଆମେ ହରାଇ ବହୁତ ଦୁଃଖିତ । ଆଉ ଏମିତି କଳାକାର ଆମକୁ ମିଳିବ ନା ନାହିଁ ତାହା ବି କିଛି ଠିକ ନାହିଁ । ଆଜି ସମସ୍ତେ ଦୁଃଖିତ ଅଛନ୍ତି ମିହିର ଭାଇଙ୍କୁ ହରେଇକି’ ।

https://www.youtube.com/watch?v=g5cqjGAMXOc

ଆଗକୁ ସେ କହିଛନ୍ତି-‘ଆଉ ସବୁଠାରୁ ବେସି ବଡ ଆମ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ । ଏମିତି ଏକ ମଣିଷ ତାଙ୍କୁ ଯେଉଁ ଭଳିଆ ଚରିତ୍ର ଦେଲେ ବି ସେ ନିଖୁଣ ଭାବରେ କରନ୍ତି । ଆଉ ଆମେ ତାଙ୍କ ଠାରୁ ବହୁତ କିଛି ଶିଖିଛୁ । ମୁ ଯେବେ ମିହିର ଭାଇଙ୍କ ସହ କାମ କରିଥିଲି ମୋତେ ସବୁବେଳେ ସେ ସାହାସ ଦିଅନ୍ତି ଆଉ କୁହନ୍ତି ବେଟା ଜମା ଡର ନା ଏଠି ଭାବେ ନା କ୍ୟାମେରା ଅଛି’ ।

ଆଗକୁ ସେ କହିଛନ୍ତି-‘ମୁ ତାଙ୍କ ଠାରୁ ବହୁତ କିଛି ଶିଖିଛି । ସେଭଳି ଲୋକ ବହୁତ କମ ମିଳନ୍ତି ଆଉ ଏଭଳିଆ ଲୋକକୁ ହରେଇ ଆମେ ସମସ୍ତେ ଫିଲ୍ମ ଇଣ୍ଡଷ୍ଟ୍ରି ପୁରା ଦୁଃଖିତ । ଆମେ ଭଗବାନଙ୍କୁ ଡାକିବା ଯେ, ତାଙ୍କ ଆତ୍ମା ଶାନ୍ତି ପାଉ । ଆଉ ଏମିତି କଳାକାର ମିଳିବ ନା ନାହିଁ କିଛି କହି ହେଉ ନାହିଁ । ସେ ବହୁତ ଭଲ ମଣିଷ ଥିଲେ ତାଙ୍କ କଥା ବାର୍ତ୍ତା ତାଙ୍କ ଚାଲିଚଳନ ବହୁତ ବଢିଆ’ ।

Leave a Reply

Your email address will not be published. Required fields are marked *