ସିରିଏଲ ପୁନର୍ବିବାହ ର ୟଶ ଙ୍କ ସ୍ତ୍ରୀ ଦେଖିବା ପାଇଁ ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ଥରେ ଦେଖିଲେ ନଜର ହଟେଇ ପାରିବେନି

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଛୋଟ ପରଦା ର ଜଣାଶୁଣା ଏବଂ ଅନେକ ଖ୍ୟାତି ଅର୍ଜନ କରିଥିବା ଅଭିନେତା ଗୁର୍ମିତ୍ ଚୌଧୁରୀ ଖାଲି ଟିଭି ଇଣ୍ଡଷ୍ଟ୍ରି ନୁହେଁ ଫିଲ୍ମ ଇଣ୍ଡଷ୍ଟ୍ରି ର ମଧ୍ୟ ଏକ ଅତି ଚର୍ଚ୍ଚିତ ନାମ ଅଟେ । ବନ୍ଧୁଗଣ ଟିଭି ସିରିୟଲ୍ ‘ ଗୀତ ହୁଇ ସବସେ ପରାଇ’, ‘ପୁନର୍ବିବାହ୍ ‘ ଏବଂ ‘ ରାମାୟଣ ‘ ଭଳି ହିଟ୍ ଶୋ ଦେବାପରେ ଗୁର୍ମୀତ୍ ଚୌଧୁରୀ ଟିଭି ସିନେମା ଜଗତ ର ହାଇଏଷ୍ଟ୍ ପେଡ୍ ଅଭିନେତାଙ୍କ ଲିଷ୍ଟ୍ ରେ ଆସିଗଲେ ।ବନ୍ଧୁଗଣ ଗୁର୍ମିତ୍ ଚୌଧୁରୀ ‘ ଗୀତ ହୁଇ ସବ୍ ସେ ପରାଇ ‘ ଟିଭି ସିରିୟଲ୍ ରେ ନିଜର କେ଼ା ଆକ୍ଟ୍ରେସ୍ ଦୃଷ୍ଟି ଧାମିଙ୍କ ସହ ରୋମାନ୍ସ କରିଥିଲେ ଏବଂ ଏହାକୁ ଲୋକେ ମଧ୍ୟ ବହୁତ ପସନ୍ଦ କରିଥିଲେ ।

ସେହିପରି ସିରିୟଲ ‘ପୁନାର୍ବିବାହ୍’ ରେ ଗୂର୍ମିତ୍ ଚୌଧୁରୀ ତାଙ୍କ କେ଼ା ଆକ୍ଟ୍ରେସ୍ କ୍ରିତିକା ସେଙ୍ଗର୍ ଙ୍କ ସହ କାମ କରିଥିଲେ । ଏହି ସିରିୟଲ ରେ ଗୂର୍ମିତ୍ ଚୌଧୁରୀ ୟଶ୍ ର ଭୂମିକା ନିଭେଇ ଥିଲେ, ସେହି ସିରିୟିଲ୍ ରେ ତାଙ୍କ ସ୍ତ୍ରୀ ପରଲୋକ କୁ ଚାଲିଯିବା ପରେ ୟଶ ତାଙ୍କ ଦୁଇ ପିଲାଙ୍କ ସହ ଏକା ରହୁଥିଲେ, ଅନ୍ୟ ପଟରେ କ୍ରିତିକା ଯିଏ କି ସିରିୟଲ ରେ ଆରତୀ ର ଭୂମିକା ଗ୍ରହଣ କରିଥିଲେ ତାଙ୍କର ସ୍ଵାମୀଙ୍କର ମଧ୍ୟ ଦେହାନ୍ତ ହୋଇଥିଲା ।

ସେ ତାଙ୍କ ପୁଅ ସହ ଏକା ରହୁଥିଲେ । ଦୁହିଁଙ୍କ ଘର ଲୋକ ତାଙ୍କ ଜୀବନକୁ ପୁଣି ଥରେ ସୁଧାରିବା ପାଇଁ ତାଙ୍କୁ ପୁନର୍ବାର ପରସ୍ପରକୁ ବିବାହ କରେଇଦେଲେ, ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ ବହୁତ୍ କଳହ ପରେ ପ୍ରେମ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଶୋ ରେ ଦୁହିଁଙ୍କର ଯୋଡ଼ି କୁ ଏବଂ ତାଙ୍କ ମଧ୍ୟ ରେ ଥିବା କେମିଷ୍ଟ୍ରୀ କୁ ଲୋକେ ବହୁତ୍ ପସନ୍ଦ ମଧ୍ୟ କରିଥିଲେ ।

ବନ୍ଧୁଗଣ ଗୂର୍ମିତ୍ ଚୌଧୁରୀଙ୍କ ର ସବୁଠୁ ସୁପର୍ ହିଟ୍ ଶୋ ହେଉଛି ‘ ରାମାୟଣ ‘ ଯାହା ପାଇଁ ତାଙ୍କୁ ତାଙ୍କର ଲାଇଫ ପାର୍ଟନର ବି ମିଳିଲେ । ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ଆକ୍ଟ ର ଗୂର୍ମିତ୍ ଚୌଧୁରୀଙ୍କ ଅନ୍ ସ୍କ୍ରିନ୍ ନୁହେଁ ଅଫ୍ ସ୍କ୍ରିନ୍ ଲାଇଫ୍ ପାର୍ଟନର ଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଟିଭି ଶୋ ‘ରାମାୟଣ’ ରେ ଗୂର୍ମିତ୍ ରାମଙ୍କର ଭୂମିକା ନିଭାଇଥିଲେ ଓ ଏହି ଟିଭି ଶୋ ରେ ସୀତା ଙ୍କ ଭୂମିକା ଆକ୍ଟ୍ରେସ ଦେବୀନା ବୋନାର୍ଜୀ ନିଭାଇ ଥିଲେ ଯିଏ କି ଆଗକୁ ଯାଇ ଗୁର୍ମୀତ କୁ ବିବାହ ମଧ୍ୟ କଲେ । ଏହି ଶୋ ସମୟରେ ହିଁ ଦୁହେଁ ଦୁଇଜଣଙ୍କର ନିକଟ ତର ହୋଇଥିଲେ ଏବଂ ଦୁହେଁ ପ୍ରେମ ବନ୍ଧନ ରେ ବାନ୍ଧି ହୋଇଗଲେ ।

୨୦୧୧ ମସିହାରେ ଦୁହେଁ ବିବାହ କରିଥିଲେ । ତାଙ୍କ ବିବାହ କୁ ୯ ବର୍ଷ ହୋଇ ସାରିଲାଣି , ଦୁହେଁ ବହୁତ ଖୁସିରେ ଅଛନ୍ତି । ପ୍ରାୟତଃ ସେମାନେ ନିଜ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରନ୍ତି ଏବଂ ଏକାଠି ଦେଶ ବିଦେଶ ବୁଲିବାକୁ ମଧ୍ୟ ଯାଇଥାନ୍ତି । ଦୁଇଜଣ ଏକା ସହ କେତୋଟି ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି ।

ଛୋଟ ପରଦା ରୁ ନେଇ ବଡ଼ ପରଦା ଯାଏଁ ଦୁହେଁ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ର ବହୁତ ସାଥ ମଧ୍ୟ ଦିଅନ୍ତି । ଅନେକ ବେଳେ ଦୁହେଁ ଏକା ସହ ଜିମ୍ ୱର୍କ ଆଉଟ୍ କରୁଥିବାର ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଜଣାଇ ଦିଆ ଯାଉଛି ଯେ ଦେବିନା ଙ୍କୁ ଲୋକ ପ୍ରିୟ ଶୋ ‘ତାରକ୍ ମେହେତା କା ଉଲ୍ ଟା ଉଲଟା ଚଷମା’ ରେ ଦୟା ଙ୍କ ରୋଲ୍ ବି ମିଳିଥିଲା , ଏହା ଉପରେ ଦେବିନା କହିଛନ୍ତି ଯେ ଦୟା ବେନ୍ ଙ୍କ ଭୂମିକା ନିଭେଇବା ବହୁତ୍ କଷ୍ଟକର ଅଟେ । ଗୁର୍ମିତ ଚୌଧୁରୀ ଓ ଦେବିନା ବାନର୍ଜୀ ବହୁ ରିଆଲିଟି ଶୋ ରେ ମଧ୍ୟ ଭାଗ ନେଇଥିଲେ , ୨୦୧୩ ଏବଂ ୨୦୧୪ ‘ନଚ ବଲିୟେ’ ରୀୟାଲିଟି ଶୋ ର ୱିନର ମଧ୍ୟ ହୋଇଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଗୁରମିତ ଙ୍କ ବିଷୟରେ ଜାଣି କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଟିଭି ଦୁନିଆର ସବୁ ଛୋଟ ବଡ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *