ତୃତୀୟ ଲହର ପୂର୍ବରୁ ଆଚାର ଓ ଚଟଣିରେ ବଢ଼ାନ୍ତୁ ଶିଶୁଙ୍କ Immunity, କିଛି ବି କରି ପାରିବନି କରୋନା, ବାସ ସେଥିରେ ମିଶାଇବାକୁ ହେବ ଏହି ଜିନିଷ

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ତେବେ କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଧୀରେ ଧୀରେ କମିବାକୁ ଲାଗିଲା ବେଳେ ତୃତୀୟ ଲହରୀ ଆସିବାର ଆଶଙ୍କା ସମସ୍ତ ଙ୍କ ହୃଦୟ କୁ ବିଚଳିତ କରି ଦେଉଛି । ବିଶେଷ କରି ଶିଶୁ ମାନଙ୍କ ପାଇଁ ଏହି ତୃତୀୟ ଲହର କୁ ନେଇ ଅଧିକ ଚିନ୍ତା । ସେହି ଭଳି ପରିସ୍ଥିତି ରେ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ମଜବୁତ କରିବା ବହୁତ ଆବଶ୍ୟକ ଅଟେ । ପ୍ରତିରୋଧକ ଶକ୍ତି ମଜବୁତ କରିବା କୁ ଫୁଡ଼ ସପ୍ଲିମେଣ୍ଟ କିମ୍ବା କୌଣସି ମହଙ୍ଗା ଡାଏଟ ର କିଛି ଆବଶ୍ୟକ ନାହିଁ ।

ଘରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଏବଂ ଉଚିତ ଜୀଵନ ଶୈଳୀ ଦ୍ୱାରା ପ୍ରତିରୋଧକ ଶକ୍ତି କୁ ମଜବୁତ କରି ହେବ । ତେବେ ଶିଶୁ ମାନଙ୍କ ଇମ୍ୟୁନିଟ କୁ ବୃଦ୍ଧି କରିବା ପାଇଁ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ସେ ୫ ଟି ଖାଦ୍ୟ ବିଷୟରେ କହିଛନ୍ତି ଯାହା ଏହି ସମୟରେ ପିଲା ମାନଙ୍କ ଖାଦ୍ୟ ରେ ସାମିଲ କରିବା ଆବଶ୍ୟକ ତେବେ ଆସନ୍ତୁ ସେହି ଖାଦ୍ୟ ଗୁଡିକ କଣ ସେ ବିଷୟରେ ଆଲୋଚନା କରି ନେଵା ।

ପିଲାଙ୍କୁ ଦିନକୁ ଥରେ ଯେ କୌଣସି ମୌସୁମୀ ଫଳ କିମ୍ବା ଲୋକାଲ ଫଳ ନିଶ୍ଚିତ ଦିଅନ୍ତୁ । ଆଭୋକାଡୋ ବଦଳରେ ଜାମୁକୋଳି, ଆମ୍ବ, ଅମୃତଭଣ୍ଡା,ବରକୋଳି ଭଳି ଫଳ ଖାଇବାକୁ ଦିଅନ୍ତୁ । ସନ୍ଧ୍ୟାରେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ । ଏହି ସମୟରେ ପିଲା ମାନଂକୁ କିଛି ମିଠା ଜାତୀୟ ଖାଦ୍ୟ ଦିଅନ୍ତୁ । ସହଜରେ ହଜମ ହେଉଥିବା ଭାତ ନିଶ୍ଚିତ ଦିଅନ୍ତୁ । ଡାଲି ମଧ୍ୟ ଦିଅନ୍ତୁ ।

ପିଲାଙ୍କୁ ପ୍ରତିଦିନ ଘର ତିଆରି ଆଚାର କିମ୍ବା ଚଟଣି ଦିଅନ୍ତୁ । ଏହା ପେଟ ରେ ଭଲ ବ୍ୟାକ୍ଟେରିଆ ବଢ଼ାଇ ଥାଏ । କିଛି କାଜୁ ମଧ୍ୟ ଦିଅନ୍ତୁ । ଏହା ଛଡା ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ ପିଲା ମାନଂକୁ ଠିକ ସମୟରେ ଶୋଇବାକୁ ଏବଂ ଶୀଘ୍ର ଉଠିବାକୁ କୁହନ୍ତୁ ଯେପରି ସେ ୮ ଘଂଟା ନିଦ ରେ ଶୋଇବେ । ଫାଷ୍ଟ ଫୁଡ଼ ବାହାର ତେଲ ମସଲା ଖାଦ୍ୟ କମ ଦିଅନ୍ତୁ କିମ୍ବା ଦିଅନ୍ତୁ ନାହିଁ ।
ସକାଳେ କିଛି ସମୟ ବ୍ୟାୟାମ ଏବଂ ପ୍ରାଣାୟମ କରାନ୍ତୁ ।

ଏକ ଅଧ୍ୟୟନ ଅନୁଯାୟୀ ପିଲାମାନେ ସପ୍ତାହ କୁ ତିନି ଦିନ ଏରୋବିକ୍ସ କରିବା ଆବଶ୍ୟକ । ଅନ୍ୟ ସପ୍ତାହ ର ତିନିଦିନ ମାଂସପେଶୀ ଏବଂ ହାଡ଼ ମଜବୁତ କରିବା ଭଳି ବ୍ୟାୟାମ କରିବା ଉଚିତ । ଏରୋବିକ୍ସ କରିବା ଦ୍ୱାରା ହାର୍ଟ ସୁସ୍ଥ ରୁହେ । ପିଲା ମାନଙ୍କ ସହ ସେମାନଙ୍କ ବାପାମାଆ ମଧ୍ୟ ଏହି ସବୁ ବ୍ୟାୟାମ କରି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *