ଅଚାନକ କାହିଁକି ଭାରତର ଦିବାନା ହେଇଗଲେ ନାଟୋ ର ଦେଶ, ପୁରା ଦୁନିଆ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଏକ ସପ୍ତାହରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ବନ୍ଧୁଗଣ ଋଷ ଓ ୟୁକ୍ରେନ ଯୁଦ୍ଧ ପଛରେ ସବୁଠାରୁ ବଡ ଭୂମିକା ଆମେରିକା ଏବଂ ନାଟୋ ଦେଶର ଥିଲା । ବନ୍ଧୁଗଣ ଋଷକୁ ବରବାଦ କରିବା ପାଇଁ ପଶ୍ଚିମ ଦେଶ ଗୁଡିକ ୟୁକ୍ରେନକୁ ମୋହରା ବନେଇଲେ ଓ ତାକୁ ନାଟୋରେ ସାମିଲ କରିବାର ସ୍ଵପ୍ନ ଦେଖାଇଥିଲେ । ଯେତେବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଲା ସେତେବେଳେ ସବୁ ଦେଶ ୟୁକ୍ରେନକୁ ଛାଡି ଦେଇଥିଲେ ।

ଏବେ ନାଟୋ ଦେଶ ଗୁଡିକ ଋଷକୁ ନିନ୍ଦା କରୁଛନ୍ତି ଓ ସଂଯୁକ୍ତ ରାଷ୍ଟ୍ରରେ ଋଷ ବିପକ୍ଷେରେ ପ୍ରସ୍ତାବ ମଧ୍ୟ ଦେଉଛନ୍ତି । ହେଲେ ଏବେ ନାଟୋର କିଛି ଦେଶ ଭାରତର ପ୍ରଶଂସା କରୁଛନ୍ତି । ଏହି ଦେଶ ଗୁଡିକ ମଧ୍ୟରେ ଫ୍ରାନ୍ସ ଓ ଜର୍ମାନୀ ସବୁ ଠାରେ ଆଗରେ ରହିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ବୋଏସ ଜନସନ ଋଷକୁ ମହାନ ରାଷ୍ଟ୍ର ଓ ମହାନ ବିଶ୍ଵ ଶକ୍ତି କହି ବହୁତ ପ୍ରଶଂସା କରିଛନ୍ତି । ଋଷ ଲୋକଙ୍କ ପ୍ରତି ତାଙ୍କର କୌଣସି ଶତ୍ରୁତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

ତାଙ୍କ ମତରେ ଋଷର ୟୁକ୍ରେନ ଉପରେ ଆକ୍ରମଣ ନାଟୋ ସଂଘର୍ଷ ନୁହେଁ । ହେଲେ ପରେ ସେ କହିଛନ୍ତି ଯେ, ସେ ପୁଟିନଙ୍କ ଆକ୍ରମତାର ଜବାବ ନିଶ୍ଚୟ ଦେବେ । ବନ୍ଧୁଗଣ ଫ୍ରାନ୍ସ ଓ ଜର୍ମାନୀ ନାଟୋର ଅଂଶ ଅଟନ୍ତି । ଏହି ଦୁଇଟି ଦେଶ ଋଷ ସହ ଥିବା ଭାରତର ପ୍ରଶଂସା କରିଛନ୍ତି । ଜର୍ମାନୀର ରାଜଦୂତ କହିଛନ୍ତି, ଭାରତର ରାଜନୈତିକ ସେବା ବହୁତ ଭଲ ଅଛି । ଭାରତ ଜାଣିଛି ଋଷ ଓ ୟୁକ୍ରେନ ମାମଲାରେ ତାକୁ କଣ କରିବା ଉଚିତ ।

କିଛି ଦିନ ତଳେ ଫ୍ରାନ୍ସର ରାଜଦୂତ ମଧ୍ୟ କହିଥିଲେ ଯେ, କୌଣସି ଦେଶକୁ କହିବା ଉଚିତ ନୁହେଁ କି ଭାରତକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ । ଭାରତର ଆବାଜ ବହୁତ ମହତ୍ଵପୂର୍ଣ୍ଣ ଅଟେ ଏହା ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ର ଅଟେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *