ରିସର୍ଚ ପରେ ବୈଜ୍ଞାନିକମାନେ ଦେଲେ ଆଶ୍ଚର୍ଯ୍ୟକର ତଥ୍ୟ, ଅଭିଶାପ ନୁହେଁ ଆଶୀର୍ବାଦ ଅଟେ Omicron, ଦେଖନ୍ତୁ କିପରି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓମିକ୍ରନ କୁ ନେଇ ନୂଆ ଖୁଲାସା । ଆସିଛି ଆସ୍ୱସ୍ତିକର ଖବର । କୁହାଯାଉଛି ଯେ, ମାନବ ଜାତି ପାଇଁ ଅଭିଶାପ ନୁହେଁ ବରଂ ଆଶୀର୍ବାଦ ଭାବରେ ଆସି ଥାଇପାରେ ଓମିକ୍ରନ । ଏହା ହିଁ ସହାୟକ ହେବ କୋରନା ବିଶ୍ୱ ମହାମାରୀ ର ଅନ୍ତ ଘଟାଇବାରେ । ଆମେରିକା ରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁସାରେ ଓମିକ୍ରନ ଭାରିଆଣ୍ଟ କୋରନା ର ଏକ ପ୍ରାକୃତିକ ଭାକ୍ସିନ ଭଳି ଯାହାକି ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମହାମାରୀ କୁ ସମାପ୍ତ କରି ପାରିବ ।

ଆମେରିକା ର ୟାଲେ ୟୁନିଭର୍ସିଟି ରେ ହୋଇଥିବା ରିସର୍ଚ୍ଚ ମୁତାବକ ଡେଲଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ ରେ ଅଧିକ ମ୍ୟୁଟେସନ ହୋଇଛି । ଯାହାର ଅର୍ଥ ଭାଇରସ ନିଜର ରୁପ ଅଥବା ସ୍ୱଭାବ ବଦଳାଇବା । ତେବେ ୨୦୨୦ ଏବଂ ୨୦୨୧ ରେ କୋରନା ର ଯେତେବି ମ୍ୟୁଟେସନ ହୋଇଛି ତାହା ଭାଇରସ କୁ ଅଧିକ ଭୟଙ୍କର ଓ ମାରାତ୍ମକ କରି ଦେଇଥିଲା । ତେବେ ଓମିକ୍ରନ ଏହି ଦିଗରେ ଏକ ବ୍ୟତିକ୍ରମ ସାବ୍ୟସ୍ତ ହୋଇପାରେ ।

ଡେ଼ଲ୍ଟା ତୁଳନାରେ ଏହା ଅଧିକ ସଂକ୍ରମକ ହୋଇ ଥିବାରୁ ତ୍ୱରିତ ବେଗରେ ଏହା ମହାମାରୀ କୁ ଶେଷ କରିବାରେ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି । ଓମିକ୍ରନ ଯେତେ ଦ୍ରୁତ ବେଗରେ ବ୍ୟାପିବ ସେତେ ଶୀଘ୍ର ଏହା ଡେ଼ଲ୍ଟା ଭାରିଆଣ୍ଟ ର ସ୍ଥାନ ନେବ ଏବଂ ଏହା ଯୋଗୁଁ ମହାମାରୀ ର ଅନ୍ତ ଘଟିବ ବୋଲି ଷ୍ଟଡି ରେ କୁହାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା କୋରନା ର ଅନ୍ତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ପୂର୍ବରୁ ଆଶା ପ୍ରକଟ କରି ସାରିଛି ।

ମହାମାରୀ ରୋକିବା କୁ ଭାକ୍ସିନ ହିଁ ଏକମାତ୍ର ବିକଳ୍ପ କୁହାଯାଉଥିବା ବେଳେ ବିକଶିତ ଦେଶ ମାନେ ନିଜର ଭାକ୍ସିନ ଅନ୍ୟ ଦେଶକୁ ଯୋଗାଇଲେ ଏହା ସମ୍ଭବ ହୋଇ ପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ର ମୁଖ୍ୟ କହିଛନ୍ତି । ଏପଟେ ଓମିକ୍ରନ କୁ ନେଇ ଆଉ କିଛି ବିଶେଷଜ୍ଞ ଙ୍କ ମତ କିନ୍ତୁ ଭିନ୍ନ । ଓମିକ୍ରନ ଏକ ପ୍ରାକୃତିକ ଭାକ୍ସିନ ନୁହେଁ ଏହା ଏକ ଭାଇରସ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏହାକୁ ପ୍ରାକୃତିକ ଭାକ୍ସିନ ଭାବିବା ବଡ଼ ଭୁଲ ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି ।

ତେବେ ପୁଣିଥରେ ବଢ଼ିଛି ଦେଶରେ କୋରନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୭,୩୭୯ ଯାହା ଗତକାଲି ୩୩,୭୫୦ ଥିଲା । ସେହିପରି ଦିନକରେ ଦେଶରେ ୧୨୪ କୋରନା ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି । ଫଳ ରେ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୧୭ କୁ ବୃଦ୍ଧି ପାଇଛି । ଏହାକୁ ନେଇ ବର୍ତ୍ତମାନ ନୂତନ ଗାଇଡ଼ ଲାଇନ ଜାରି ହୋଇଛି । ତେବେ ଆଗକୁ ପରିସ୍ଥିତି କିପରି ରହିବ ଏବଂ ଏଥିପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ତାହା ଦେଖିବାର ବିଷୟ ଅଟେ ।

Leave a Reply

Your email address will not be published. Required fields are marked *