ଏମିତି ଏକ ଅଭିଶପ୍ତ ମନ୍ଦିର ! ଯେଉଁଠି 12 ବର୍ଷ ଧରି କଏଦ ରହିଲା ଗୋଟିଏ ଝିଅ, ଯେତେବେଳେ କବାଟ ଖୋଲାଗଲା ତ ସମସ୍ତଙ୍କ ହୋସ ଉଡିଗଲା…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଅଭିଶପ୍ତ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ହୁଏ ତ କେବେ ଶୁଣି ନ ଥିବେ କି ଜାଣି ନ ଥିବେ । ତେବେ ଏହି ମନ୍ଦିର ଟି ହେଉଛି ରାଜସ୍ଥାନର ଏକ ଛୋଟିଆ ଗାଁ ଚେତନା ର । ଯେଉଁ ଠାରେ ମହାଦେବଙ୍କ ପୁରୁଣା ମନ୍ଦିର ଥିଲା । ଲୋକଙ୍କ ମତରେ ଅନେକ ବର୍ଷରୁ ଏହି ମନ୍ଦିରଟି ଅଭିଶପ୍ତ ଭାବେ ରହିଥିଲା । ମନ୍ଦିର ପ୍ରତି ୧୨ ବର୍ଷରେ ଥରେ ଖୋଲାଯାଏ ପୁନଃ ଗୋଟେ ଅନ୍ତରାଳରେ ମନ୍ଦିରର ଦ୍ଵାରା ବନ୍ଦ କରାଯାଏ ।

୧୯୮୨ ଚେତନା ଗାଁର ସବୁ ଲୋକ ବହୁତ ଖୁସି ଥିଲେ କାରଣ ଗୁଡିପଡୱାର ପର୍ବ ଥିଲା । ୧୨ ବର୍ଷ ପରେ ସେହି ଦିନ ମନ୍ଦିରର ଦ୍ଵାରା ମଧ୍ୟ ଖୋଲାଯିବାର ଥିଲା । ଗାଁରେ ଏକ ରାଠୋର ପରିବାର ବି ରହୁଥିଲେ ।  ପରିବାରରେ ଥିଲେ ବାପା, ମା ୧୨ ବର୍ଷର ଝିଅ ଶ୍ରଦ୍ଧା । ମନ୍ଦିର ଖୋଲାଯାଇଥିବା ପରେ ଲୋକେ ସଫାସଫି କରି ଭୋଗ ଲଗାଇଲେ ।

ଏହା ପରେ ଗୋଟେ ମାସ ଯାଏଁ ମନ୍ଦିର ଖୋଲା ରହିବା କାରଣରୁ ଲୋକେ ପୂଜା କରିଲେ । ମନ୍ଦିର ୧୨ ବର୍ଷ ଯାଏଁ ବନ୍ଦ ହେବା ପୂର୍ବରୁ ସେଠିକାର ପଣ୍ଡିତ ସବୁ କୋଠରି ବନ୍ଦ କରିବା ଆଗରୁ ଭୁଲରେ ଶ୍ରଦ୍ଧା ମନ୍ଦିରରେ ରହିଯାଇଥିଲା । ସୁରେଶ ନିଜ ଝିଅକୁ ପାଗଳ ଭଳି ଖୋଜିବାରେ ଲାଗିଲେ ଅନେକ ବର୍ଷ ଧରି ।

ଏହା ପରେ ସୁର୍ଷ ଝିଅ ମନ୍ଦିର ଭିତରେ ରହିଯିବାର ସନ୍ଦେହ କରି ତାକୁ ଫେରାଇ ଆଣିବାକୁ ମନସ୍ଥ କରିଲେ । ମନ୍ଦିର ୧୨ ବର୍ଷ ଲାଗି ବନ୍ଦ ହୋଇଯାଇଛି ଆଉ ଝିଅକୁ କେମିତି ମନ୍ଦିର ବାହାରକୁ ଆଣିବେ ବୋଲି ଚିନ୍ତା କରି ପଣ୍ଡିତଙ୍କୁ ଜଣାଇଥିଲେ । ଏହା ଶୁଣିବା ପରେ ଗାଁର ମୁଖିଆ କହିଲେ ଯଦି ୧୨ ବର୍ଷ ପୂର୍ବରୁ ମନ୍ଦିର ଖୋଲାଯାଏ ତେବେ ପୁରା ଗାଁରେ ବିପଦ ପଡିଯିବ ।

ସୁରେଶ ଏହା ଶୁଣିବା ପରେ ପରମ୍ପରାକୁ ମାନି ଛାତିକୁ ପଥର କରି ମୁଖିଆଙ୍କ ନିଷ୍ପତିକୁ ମାନିଲେ । ଗାଁ ଲୋକେ ବି ବହୁତ ଦୁଖିତ ହେଲେ କିନ୍ତୁ ସମୟ ବୀତି ଚାଲିଲା ଆଉ ଶ୍ରଦ୍ଧା ଏବେ ଜୀବିତ କି ମୃତ ସମସ୍ତଙ୍କ ମନରେ ଆଶଙ୍କା ଲାଗି ରହିଲା । ଆଉ ଏହାରି ମଧ୍ୟରେ ସୁରେଶଙ୍କ ଘରେ ପୁତ୍ର ସନ୍ତାନ ଜାତ ହେବା ପରେ ଶ୍ରଦ୍ଧାଙ୍କୁ ମନେ ପକାଉଥିଲେ ।

ଆଉ ଦେଖୁ ଦେଖୁ ୧୨ ବର୍ଷ ବୀତିଗଲା ଆଉ ମନ୍ଦିରର ଖୋଲାଯିବା ପରେ ଯାହା ଦେଖିଲେ ସମସ୍ତଙ୍କର ହୋସ ଉଡିଗଲା । କାରଣ ଶିବଲିଙ୍ଗ ପାଖରେ ଆସନ ବିଛାଇ ୨୪ ବର୍ଷିୟା ଶ୍ରଦ୍ଧା ଧ୍ୟାନରେ ମଗ୍ନ ଥିବାର ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଆଉ କହିଲେ ବିନା ପାଣି, ଖାଦ୍ଯରେ କିପରି ଶ୍ରଦ୍ଧା ଜୀବିତ ଅଛି ।

ଗାଁ ଲୋକଙ୍କ କଥା ଶୁଣିବା ପରେ ଶ୍ରଦ୍ଧା ପରିବାର ପାଖକୁ ଆସି ବି ଉଶ୍ଚାହ ନ ଥିଲା କାରଣ ସେ ମନ୍ଦିରରେ ରହି ମୋହାମାୟାକୁ ପରିତ୍ୟାଗ କରି ଭଗବାନଙ୍କ ଭକ୍ତିରେ ଲୀନ ହୋଇଯାଇଥିଲା । ତେବେ ମହାଦେବଙ୍କ ଶକ୍ତି ଯୋଗୁଁ ଏସବୁ ସମ୍ଭବ ହୋଇପାରିଲା । ବନ୍ଧୁଗଣ ଆପଣଙ୍କୁ ଏହି କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *