Kumkum Bhagya ର ପ୍ରଜ୍ଞା ନିଜ ସ୍କୁଲ ଟାଇମ ରେ ଦେଖା ଯାଉଥିଲେ କିଛି ଏମିତି କି ଆପଣ ବି ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ଆପଣ ମାନେ ସାମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ଫେମସ ସିରିଏଲ ‘କୁମକୁମ ଭାଗ୍ୟ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି Zee TV ଚ୍ୟାନେଲରେ ପ୍ରସାରିତ ହେଉଛି । ଏହି ସିରିଏଲରେ ବହୁତ କମ ସମୟରେ ଦର୍ଶକ ମାନଙ୍କ ମନକୁ ଜିତି ପାରିଛି ଓ ପ୍ରସିଦ୍ଧି ହାସଲ କରିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ଦେଖିଥିବେ । ଏହି କଳାକାର ମାନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ସୃତି ଝା । ସୃତି ଝା ହେଉଛନ୍ତି ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ । ସୃତି ନିଜର ସୁନ୍ଦର ଭୂମିକା ପ୍ରଦର୍ଶନରେ ଲୋକମାନଙ୍କ ମନରେ ନିଜର ଏକ ନୂଆ ସ୍ଥାନ କରିପାରିଛନ୍ତି ।

ସୃତି ବର୍ତ୍ତମାନ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ସୃତି ତାଙ୍କ ପିଲା ବେଳେ କେମିତି ଦେଖା ଯାଉଥିଲେ । ଆଜି ଆମେ ଆପଣ ମାନଙ୍କ ସହ ସୃତିଙ୍କ ପିଲା ବେଳର କିଛି ଫଟୋ ସେୟାର କରିବୁ ଓ ତାଙ୍କ ବିଷୟରେ କହିବୁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ପ୍ରଜ୍ଞାର ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ସୃତି ଝାଙ୍କ ଜନ୍ମ ୨୬ ଫେବୃୟାରି ୧୯୮୬ ମସିହାରେ ବିହାରରେ ହୋଇଥିଲା । ସୃତି ନିଜର ପାଠ ପଢା ଦିଲ୍ଲୀର ଲକ୍ଷ୍ମଣ ପବ୍ଲିକ ସ୍କୁଲରେ କରିଥିଲେ ଓ ଏହାପରେ ସେ ଶ୍ରୀ ଭେଙ୍କେଟେଶ୍ଵର କଲେଜରେ ନିଜ ପାଠ ପଢା ଶେଷ କରିଥିଲେ । ଏହାପରେ ସେ ୨୧ ବର୍ଷ ବୟସରେ ୨୦୦୭ରେ ଟେଲିଭଜନ ସୋ ‘ଧୂମ ମଚା ଧୂମ’ରେ ଅଭିନୟ କରି ନିଜ କାରିୟରର ଆରମ୍ଭ କରିଥିଲେ ।


ଏହି ସିରିଏଲରେ ସେ ବହୁତ ଭଲ ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଏହି ସିରିଏଲ ପରେ ନିର୍ମାତା ମାନେ ସୃତିଙ୍କୁ ବହୁତ ସିରିଏଲରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ । ଏହାପରେ ସେ, ସୂର୍ଯ୍ୟ ଅର ସୁହାନି, ରକ୍ତ ସମ୍ବନ୍ଧ, ଦିଲ ସେ ଦି ଦୁଆ, ସୌଭାଗ୍ୟବତୀ ଭବ ଓ ବାଳିକା ବଧୁ ପରି ଲୋକପ୍ରିୟ ସିରିଏଲରେ ନଜର ଆସିଥିଲେ । ବର୍ତ୍ତମାନ ସେ ସିରିଏଲ କୁମକୁମ ଭାଗ୍ୟରେ ନଜର ଆସୁଛନ୍ତି ।

ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ଅଭିନେତା କୁନାଲ କରନ କପୁରଙ୍କ ସହ ଲଭ ରିଲେସନରେ ଅଛନ୍ତି ଓ ତାଙ୍କ ସହ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ହେଲେ ଏହା ପୂର୍ବରୁ ସୃତି ଅଭିନେତା ଶରତ ମଲ୍ହୋତ୍ରାଙ୍କ ସହ ଲଭ ରିଲେସନସିପରେ ଥିଲେ । କୁନାଲ ଓ ସୃତି ପାଞ୍ଚ ବର୍ଷ ହେବ ରିଲେସନରେ ଅଛନ୍ତି । ବହୁତ ଶୀଘ୍ର ସେମାନେ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ୩୪ ବର୍ଷ ବୟସରେ ସୃତି ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି ହେଲେ ପିଲା ବେଳେ ସୃତି ବହୁତ ଅଲଗା ଦେଖାଯାଉଥିଲେ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଶୃତି ଙ୍କ ଅଭିନୟ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *