ଅଭିନେତ୍ରୀ Rani Panda ଙ୍କ ପଖାଳ ଖିଆ ! ଦେଖନ୍ତୁ ରାଣୀଙ୍କ Live ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାଣୀ ଯାତ୍ରା ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଓ ସେ ନିଜ ଜବରଦସ୍ତ ଡ୍ୟାନ୍ସ ଏବଂ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଆମ ଓଡିଶାରେ ରାଣୀଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ରାଣୀ ନିଜ ପର୍ଶନାଲ ଲାଇଫ ଓ ନିଜ କଡା ବୟାନ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ରାଣୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଆସିବା ଦିନରୁ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ରାଣୀ ଅଧିକାଂଶ ସମୟ ଲାଇଭ ମଧ୍ୟ ଆସି ନିଜ ଫ୍ୟାନ୍ସ ମାନଙ୍କ ସହ କଥା ହୁଅନ୍ତି । ତେବେ ଗତ କିଛି ସମୟ ହେବ ରାଣୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ରାଣୀଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ରାଣୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲାଇଭ ଆସି ବାସୀ ପଖାଳ ଖାଇଛନ୍ତି । ରାଣୀ ଲାଇଭ ଆସି କହିଛନ୍ତି-‘ନମସ୍କାର ଓଡିଶାବାସୀ ମୁ ଆପଣ ମାନଙ୍କର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଆଜି ମୁ କିଛି ସ୍ପେଶିଆଲ ଜିନିଷ ନେଇ ଲାଇଭ ଆସିଲି ।

ମୋ ଦେହ ଭଲ ନାହିଁ ଡାକ୍ତର କହିଛନ୍ତି ସିଝା ସନ୍ତୁଳା ଆଉ ରୁଟି ଖାଇବା ପାଇଁ । କିନ୍ତୁ ମୁ ଟିକେ ଅଲଗା ଚୁଜି ପିଲାଟି । ସେଥିପାଇଁ ମୋ ମନ ଯାହା ଡାକେ ମୁ ତାହା ଖାଏ । ଆମ ଓଡିଶାରେ ସମସ୍ତେ ପଖାଳକୁ ଭଲ ପାନ୍ତି’ । ଆଗକୁ ସେ କହୁଛନ୍ତି-‘ଆମେ ମାନେ ପଖାଳ ଦିବସ ମନେଇ ଥାଉ, କେତେକ ଦରିଦ୍ର ଲୋକ ନିଜ ଦୁଃଖ ଜୀବନରେ ପଖାଳ ଖାନ୍ତି ଓ କେତେଜଣ ବହୁତ ଷ୍ଟାଇଲରେ ପଖାଳ ଖାନ୍ତି ।

ହେଲେ ଆପଣ ମାନେ ଜାଣିଛନ୍ତି ରାଣୀ ପଣ୍ଡା କେବେ ଷ୍ଟାଇଲରେ ଖାଏ ନାହିଁ’ । ବନ୍ଧୁଗଣ ରାଣୀ ପଖାଳ, ମାଛ ଭଜା, ବଢି ପିଆଜ, କାକୁଡି ଓ ଲଙ୍କା ସହ ଆହୁରି ଅନେକ ଆଇଟମ ଖାଉଛନ୍ତ । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *