ଓଲିଉଡର ସ୍ୱର୍ଗତଃ ଅଭିନେତା Rabi Mishra ଙ୍କ ମୋଟ ସମ୍ପତ୍ତି ଓ ପରିବାର

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଏହି ଦୁନିଆ ରେ ଏପରି କିଛି ଲୋକ ଥାଆନ୍ତି ଯେଉଁ ମାନେ ଅନ୍ୟ ର ମନୋରଞ୍ଜନ କରିବା ପାଇଁ ବହୁତ କିଛି କରିଥାନ୍ତି।କିନ୍ତୁ ସେମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥାନ୍ତି ଅଭିନେତା ବା ଅଭିନେତ୍ରୀ ମାନେ।ସବୁ ସମୟ ରେ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ସେ ଅନେକ ପ୍ରକାର ରୂପ ଧାରଣ କରିଥାନ୍ତି।ଅନେକ କଳାକାର ନିଜ ର କଳାକୃତି ଦ୍ୱାରା ଅନେକ ହୃଦୟ ରେ ଘର କରି ବସିଥାନ୍ତି।ସେହିପରି କିଛି ଅଭିନେତା ମାନଙ୍କ ମଧ୍ୟରେ ଅଛନ୍ତି ଓଲିଉଡ ର ପ୍ରସିଦ୍ଧ ଅଭିନେତା ସ୍ବର୍ଗତ ରବି ମିଶ୍ର।ନିଜର ଉଚ୍ଚକୋଟୀର ଅଭିନୟ ଦ୍ୱାରା ସେ ବହୁତ ପ୍ରଶଂସା ସାଉଁଟିଛନ୍ତି।

ତେବେ ବନ୍ଧୁଗଣ ଦୁଃଖ ର ବିଷୟ ହେଉଛି କି ବର୍ତ୍ତମାନ ସମୟ ରେ ସେ ଆଉ ଆମ ଗହଣ ରେ ନାହାନ୍ତି । ତାଙ୍କର ସ୍ଥାନ ଓଲିଉଡରେ ଆଉ କେହି ମଧ୍ୟ ନେଇ ପାରିବେ ନାହିଁ।ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଓଲିଉଡ ର ଏହି ଉଚ୍ଚକୋଟୀର ଅଭିନେତା ସ୍ୱର୍ଗତଃ ରବି ମିଶ୍ର ଙ୍କ ର ପରିବାର ଓ ମୋଟ ସମ୍ପତ୍ତି ବିଷୟ ରେ।ତେବେ ବନ୍ଧୁଗଣ ଆସନ୍ତୁ ଆହୁରି ଆଧିକ ଆଲୋଚନା କରିବା ସେ ବିଷୟରେ।


ବଲିଉଡର ଉଚ୍ଚକୋଟୀର ଅଭିନେତା ରବି ମିଶ୍ର ୨୦ ଜାନୁଆରୀ ୨୦୨୧ ରେ ପରଲୋକ ଗମନ କରିଛନ୍ତି । ଶେଷ ସମୟ ରେ ତାଙ୍କୁ ମାତ୍ର ୬୪ ବର୍ଷ ବୟସ ହୋଇଥିଲା।ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ଧାରବାହିକ ରେ ମଧ୍ୟ ଅଭିନୟ କରିଛନ୍ତି।ସେ ଉଭୟ ସକରାତ୍ମକ ଓ ନକରାତ୍ମକ ଚରିତ୍ର ରେ ଦମଦାର ଅଭିନୟ କରିଥିବାର ନଜର ଆସିଥାନ୍ତି।ସେ ସୌଭାଗ୍ୟବତୀ,ରାଖୀ ଭିଜିଗଲା ଆଖି ଲୁହ,ମା ପରି କିଏ ହେବ ଇତ୍ୟାଦି ଚଳଚ୍ଚିତ୍ର ରେ ଅଭିନୟ କରି ବହୁତ ପ୍ରଶଂସିତ ହୋଇଛନ୍ତି।

ତାଙ୍କର ଅଭିନୟ ଠାରୁ ତାଙ୍କର କଥା ବାର୍ତା ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।କିନ୍ତୁ ବହୁତ ଦୁଃଖ ର ବିଷୟ ଯେ ସେ ଆଜି ଆଉ ଆମ ଗହଣ ରେ ନାହାନ୍ତି । ତାଙ୍କର ପରଲୋକ ରେ ଓଲିଉଡ ଜଗତ ରେ ଶୋକ ର ଛାୟା ଖେଳି ଯାଇଛି । ତାଙ୍କର ପର ଲୋକ ରେ ଓଲିଉଡ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଅଭିନେତା ଙ୍କର ମୋଟ ସମ୍ପତ୍ତି କେତେ?ସେ ନିଜ ପରେ ନିଜ ପରିବାର ପାଇଁ ମୋଟ କେତେ ଟଙ୍କା ଛାଡି ଯାଇଛନ୍ତି?


ବନ୍ଧୁଗଣ ସୋସିଆଲ ମିଡ଼ିଆ ରୁ ମିଳିଥିବା ସୂତ୍ର ଅନୁସାରେ ସ୍ୱର୍ଗତଃ ରବି ମିଶ୍ର ଙ୍କର ମୋଟ ସମ୍ପତ୍ତି ର ମୁଲ୍ୟ ହେଉଛି ୫ କୋଟି ଟଙ୍କା। ଏହା ମଧ୍ୟରେ ତାଙ୍କର ଏକ ବଡ଼ ଘର ରହିଛି ଓ ଏହା ସହିତ ୨ଟି କାର ମଧ୍ୟ ରହିଛି।ସେ ବର୍ତ୍ତମାନ ସମୟ ରେ ଭୁବନେଶ୍ୱର ରେ ରହୁଥିଲେ।

ଏହା ସହିତ ବନ୍ଧୁଗଣ ଆମେ ଯଦି ତାଙ୍କର ପରିବାର ସମ୍ପର୍କରେ ଆଲୋଚନା କରିବା ତେବେ ତାଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ଓ ତିନୋଟି ସନ୍ତାନ ରହିଛନ୍ତି।ତିନୋଟି ସନ୍ତାନ ମାନଙ୍କ ମଧ୍ୟରେ ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି।ତାଙ୍କର ପର ଲୋକ ହେପରେ ତାଙ୍କର ପରିବାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି । ଏହି ପରି ଦୁଃଖଦ ସମୟ ରେ ଭଗବାନ ତାଙ୍କୁ ସାହା ହୁଅନ୍ତୁ ଏତିକି ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ।

Leave a Reply

Your email address will not be published. Required fields are marked *