ଅଭିନେତା ଅଶ୍ଵିନୀ କହିଲେ, ‘ପରଘରର କଳି ଦେଖିବାକୁ ଆମ ସମସ୍ତଙ୍କୁ ଭଲ ଲାଗେ ସେଥିପାଇଁ ପା “ବିଗବସ” ହିଟ, ନହେଲେ ସେ 2 ଜଣ ଆଜି…’ ଦେଖନ୍ତୁ video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡସ୍ତ୍ରୀର ଅଭିନେତା ତଥା ଆଙ୍କର ଅଶ୍ଵିନୀ କହିଛନ୍ତି ଯେ ଆମ୍ଭ ଭିତରେ ବର୍ତ୍ତମାନ କାହାକୁ ନେଇ ଭୟ ନାହିଁ । ନା ପ୍ୟାରେଣ୍ଟ୍ସ ମାନଙ୍କ ପ୍ରତି ଅଛି ପିଲାମାନଙ୍କର, ନା ଆର୍ଟିଷ୍ଟ ମାନେ ଡାଇରେକ୍ଟର ମାନଙ୍କୁ ଭଲ କରୁଛନ୍ତି, ନା ପ୍ରଡ୍ୟୁସରକୁ ଭୟ କରୁଛନ୍ତି, ନା ନିଜ ବାପା ମା’ ଙ୍କୁ ଭୟ କରୁଛନ୍ତି, କାହାକୁ ଭୟ କରୁନାହାନ୍ତି । ଭୟ ଜିନିଷ ଯେତେବେଳେ ହଟିଯିବ, ଯେତେବେଳେ ଭଗବାନଙ୍କୁ ମଧ୍ୟ ଭୟ ନଥିବ ସେତେବେଳେ ହିଁ ଭୁଲ ଜିନିଷ ହୋଇଥାଏ ।

ଯେତେବେଳେ ଭଗବାନ, ଗୁରୁଜନଙ୍କ ପ୍ରତି ଭୟ କମିଯାଏ ସେତେବେଳେ ଏହିସବୁ ଜିନିଷ ଘଟେ । ଦ୍ଵିତୀୟ କଥା ଯଦି ବା ଘଟୁଛି ସେହି ସବୁ ଜିନିଷକୁ ମିଡିଆ ଆଗରେ ହେଉ ଅଥବା ଲୋକ ମାନଙ୍କ ଆଗରେ ହେଉ ଆମ୍ଭେ ରିଆକ୍ଟିଭ ହେବା ଉଚିତ ନୁହେଁ । ଯାହା ମଧ୍ୟ ହେଇଛି ତାକୁ ପୋଲାଇଟଲି ତାହାର ସମାଧାନ ନିମନ୍ତେ ଚିନ୍ତା କରିବା । ଯେଉଁ ୩ ଜଣଙ୍କୁ ନେଇ ଅସୁବିଧା ହୋଇଛି ବାବୁସାନ, ତୃପ୍ତି, ପ୍ରକୃତି, କେହି କାହା ଜାଗାରେ କିଛି କମ ନୁହଁନ୍ତି ।

ମାତ୍ର ଏ ସବୁ କଥାର ସଲ୍ୟୁସନ ଯଦି ନିହାତି ଭାବରେ କରିପାରିବା ତେବେ ତାହା ନିଶ୍ଚିତ ଭାବରେ ହୋଇପାରିବ । ଏବଂ ଏହା ସହିତ କୌଣସି ଜିନିଷକୁ ନେଇ ଯଦି ମି-ଡି-ଆ ଆଗରେ ରିଆକ୍ଟ କରିବା ତେବେ ସେହି ଜିନିଷଟି ଲୋକଙ୍କୁ ମଜା ଲାଗେ । କାରଣ ପରଘରର କଳି ଦେଖିବାକୁ ଆମ୍ଭ ଭଳି ଲୋକଙ୍କୁ ଭାରି ଭଲ ଲାଗେ । ଅଯଥା ଜିନିଷ ପରଘର କଳିକୁ ଆଜି ଯଦି ଆମ୍ଭେ ଦେଖୁଛୁ ସେଥିଲାଗି ବିଗବସ ହିଟ ।

ଯଦି ଏହି ସମସ୍ୟାଟି ନ ହେଇଥାନ୍ତା ତେବେ ସମସ୍ତେ ନିଜେ ନିଜକୁ ପରଖି ନଥାନ୍ତେ । ମାତ୍ର ଯେତେବେଳେ ଯେଉଁ ଜିନିଷ ହୁଏ କିଛି ଗୋଟିଏ ଭଲ ପାଇଁ ନିଶ୍ଚିତ ଭାବରେ ହୁଏ । ତେଣୁ ଏହା ନିଶ୍ଚିତ ଭଲପାଇଁ ହୋଇଛି ବୋଲି ଚିନ୍ତା କରିବା ଉଚିତ । କାରଣ ଜୀବନରେ କିଛି ସିଚୁଏସନ ଭଲ ହେବା ପାଇଁ ଏହିସବୁ ପ୍ରୋବ୍ଲେମ କ୍ରିଏଟ ହୁଏ । ତେବେ ଭବିଷ୍ୟତରେ ନିଶ୍ଚିତ ଭଲ ହେବ ।

ସମସ୍ତେ ବୁଝିଯିବା ଉଚିତ । ବାବୁସାନ ଜଣେ ଏଭଳି ଅଭିନେତା ଅଟନ୍ତି ଓଡିଶାର ଯାହାଙ୍କର ଅନେକ ଟ୍ୟାଲେଣ୍ଟ ରହିଅଛି । ଏଣୁ ସବୁକିଛି ଭୁଲି ନିଜ ନିଜ ଜୀବନରେ ଆଗକୁ ବଢିବା ଉଚିତ ବୋଲି କହିଛନ୍ତି ଅଭିନେତା ଅଶ୍ଵିନୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *