Bollywood ଅଭିନେତା Ajay Devgan ଏକା ସହିତ ଏହି ୩ ଅଭିନେତ୍ରୀଙ୍କୁ କରୁଥିଲେ ପ୍ରେମ, 2 ନମ୍ବର ଙ୍କୁ ତ ନିର୍ବନ୍ଧ କରି ମଧ୍ୟ ଛାଡି ଦେଇଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କୁ ଜାଣିଥିବେ । ବଲିଉଡ ଅଭିନେତା ଅଜୟ ଦେବଗନ ନିଜ ଷ୍ଟାଇଲ ଓ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ଅଜୟଙ୍କ ଫିଲ୍ମକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ବଲିଉଡକୁ ଅଜୟ ବହୁତ ସୁପର ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ଅଜୟ ବଲିଉଡର ଦିଗଜ ଅଭିନେତା ମାନଙ୍କ ମଧ୍ୟରେ ନିଜ ନାମକୁ ସାମିଲ କରି ସାରିଛନ୍ତି ।

ଅଜୟ ଦେବଗନ ୧୯୯୯ ମସିହାରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ସହ ପ୍ରେମ ବିବାହ କରିଥିଲେ । ହେଲେ କାଜୋଲଙ୍କ ପୂର୍ବରୁ ଅଜୟ ଅନ୍ୟ ଏକ ବଲିଉଡ ଅଭିନେତ୍ରୀଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ଲାଭ ରିଲେସନସିପରେ ରହିଥିଲେ । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବଲିଉଡ ଅଭିନେତା ଅଜୟ ଦେବଗନ ପ୍ରଥମେ ‘ଫୁଲ ଅର କାଣ୍ଟେ’ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ । ଏହି ଫିଲ୍ମଟି ସେହି ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏହା ପରେ ଅଜୟ ଦେବଗନ ବଲିଉଡର ବହୁତ ସାରା ସୁପର ହିଟ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ସମୟରେ ଅଜୟ ଏମିତି ବହୁତ ବଲିଉଡ ଅଭିନେତ୍ରୀଙ୍କ ସହ ରିଲେସନ ସିପରେ ରହିଥିଲେ । ଏହି ପରି ଅଜୟ କାଜୋଲଙ୍କ ସହ ମଧ୍ୟ ପ୍ରେମ କରି ବିବାହ କରିଛନ୍ତି ।

ହେଲେ କାଜୋଲଙ୍କ ପୂର୍ବରୁ ଅଜୟଙ୍କ ଜୀବନରେ ଅନ୍ୟ ଦୁଇ ଜଣ ବଲିଉଡ ଅଭିନେତ୍ରୀ ଥିଲେ, ପ୍ରଥମରେ ହେଉଛି କରିସ୍ମା କପୁର ଓ ଦ୍ଵିତୀୟରେ ରବିନା ଟଣ୍ଡନ । ରବିନା ମଧ୍ୟ ଏକ ସମୟରେ ବହୁତ ବଡ ଦିଗ୍ଗଜ ଅଭିନେତ୍ରୀ ଥିଲେ । ସେହି ସମୟରେ ଅଜୟ ରବିନାଙ୍କୁ ପ୍ରେମ କରିଥିଲେ । ଏମାନେ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ରହିବା ପରେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଏହି ଦୁଇଜଣଙ୍କ ସମ୍ପର୍କ ବିବାହ ପୂର୍ବରୁ ଭାଙ୍ଗି ଯାଇଥିଲା ।

ଯାହା ଫଳରେ ଏମାନେ ପରସ୍ପରକୁ ବିବାହ କରି ପାରିଲେ ନାହିଁ । ଏହା ପରେ ଅଜୟ ଦେବଗନ କାଜୋଲଙ୍କ ସହ କିଛି ଫିଲ୍ମରେ କାମ କରିଥିଲେ । ଏମାନେ ଯେତେବେଳେ ପରସ୍ପରକୁ ପ୍ରଥମ ଥର ପାଇଁ ଦେଖା କରିଲେ ସେତେବେଳେ ଏମାନଙ୍କ କଥା ବାର୍ତ୍ତା ବିରୋଧ ମୂଳକ ରହିଥିଲା । ଏମାନେ ପରସ୍ପରକୁ ଘୃଣା କରୁଥିଲେ ।

ହେଲେ କିଛି ଫିଲ୍ମରେ ଏକା ସହ କାମ କରିବା ପରେ ଏମାନେ ପରସ୍ପର ସହ ମିତ୍ରତା କରିଥିଲେ ଏବଂ ଏହି ମିତ୍ରତା ପ୍ରେମରେ ପରିବର୍ତ୍ତନ ହୋଇ ଯାଇଥିଲା । ଏହା ପରେ ୧୯୯୯ ମସିହାରେ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବର୍ତ୍ତମାନ ଅଜୟ ଏବଂ କାଜୋଲ ବହୁତ ସୁଖମୟ ଜୀବନ ଅତିବାହିତ କରୁଥିବା ବେଳେ ରବିନା ମଧ୍ୟ ନିଜ ସ୍ଵାମୀ ଅନିଲ ଥଡାନୀଙ୍କ ସହ ବହୁତ ଖୁସିରେ ଅଛନ୍ତି ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *