‘ରାଇ ଭାଇଙ୍କ ଭଏସ ରାତି-ରାତି ଧରି ମୁଁ ପ୍ରାକ୍ଟିସ କରିଛି, ଏମିତି କି ଅଭିନୟ ପାଇଁ ମୁଁ ପ୍ରଥମ ଶ୍ରେଣୀ ପିଲାଙ୍କ ବହି ବି ପଢେ…’: Pragyan Khatua

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଈ ଭାଇଙ୍କ ଭଏସ ମୁଁ ସପ୍ତମ ଶ୍ରେଣୀରୁ ହିଁ ପ୍ରାକ୍ଟିସ କରିକି ଆସିଛି । ତେବେ ଏପରି କିଛି ମଜାଳିଆ କଥା ସହ ନିଜର ଅଭିନୟ ଜଗତର କିଛି କଥା ଗଣ ମାଧ୍ୟମ ସାମ୍ନାରେ ଶେୟାର କରିଛନ୍ତି ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ! ତେବେ ଓଡିଶାର କୋଣ ଅନୁକୋଣର ଘରେ ଘରେ ଅତି ସୁପରିଚିତ ହାସ୍ୟ ଅଭିନେତା ହେଉଛନ୍ତି ପ୍ରଜ୍ଞା । ଯାହାଙ୍କ କମେଡି ଦେଖିଲେ ଲୋକମାନେ ହସି ହସି ବେଦମ ହୋଇଯାଆନ୍ତି ।

ତେବେ ସେହି ହାସ୍ୟଅଭିନେତାଙ୍କ କହିବା ଅନୁସାରେ ମୁଁ ଅଭିନୟ ପାଇଁ ପ୍ରଥମ ଶ୍ରେଣୀର ପିଲା ମାନଙ୍କ ବହି ମଧ୍ୟ ପଢେ । ଛୋଟ ବେଳୁ ଏପରି ସାଙ୍ଗସାଥି ମାନଙ୍କ ସହ ମିଶି କମେଡି ଅନ୍ଦାଜରେ କଥାବାର୍ତ୍ତା ହୁଏ । ସତ କିନ୍ତୁ ଏପରି କମେଡିକୁ ମୁଁ ଅଭିନୟ ହିସାବରେ ଏଥିରେ କ୍ଯାରିଅର କରିବି ବୋଲି ଏତେ ଟା ଭାବି ନଥିଲି । ଛୋଟ ବେଳେ ଯେତେବେଳେ ବୋଉକୁ ପାଣି ପିଇବାକୁ ମାଗିଥାଏ । ସେତେବେଳେ ମୁଁ ରାଈମୋହନ ଭାଇଙ୍କ ଖଳନାୟକ ଅନ୍ଦାଜରେ ମୋର କମେଡି ଛୁଙ୍କ ଦେଇ ବୋଉକୁ ପାଣି ମାଗେ ।

ଏମିତି ବହୁତ କଳାକାର ମାନଙ୍କର ମଧ୍ୟ ମିମୀକ୍ରୀ ସାଙ୍ଗସାଥି ମାନଙ୍କ ସହ ଛୋଟ ବେଳେ କରେ । ହେଲେ ଆଜି ସେହି ସବୁ କଥା ମୋତେ ଅଭିନୟ ସମୟରେ ଦରକାର ପଡୁଛି । ଶଙ୍କରା ଭାଇ ମୋତେ କେନ୍ଦ୍ରପଡାର ଏକ ପ୍ରୋଗ୍ରାମରେ ଦେଖିଥିଲେ । ମୋତେ ଭଲ ଅଭିନୟ କରୁଛୁ ବୋଲି କହିକି ଅଭିନୟ ଦୁନିଆକୁ ନେଇକି ଆସିଥିଲି । ତାପରେ ପରେ ଲୋକଙ୍କ ଭଲ ପାଇବା ମୋ ଅଭିନୟ ପ୍ରତି ମିଳିଲା । ଆଜି ପର୍ଯ୍ୟନ୍ତ ସେହିପରି କମେଡିର ଧାରାରେ ମୁଁ ଚାଲିଆସିଛି ।

ତରଂଗ ଚାନେଲର ଭେଜା ଫ୍ରାଏ ଏକ ପ୍ରୋଗ୍ରାମରେ ମୁଁ ଶଙ୍କରା ଭାଇଙ୍କ ସହ ପ୍ରଥମ କରି ଟିଭିରେ ଅଭିନୟ କରିଥିଲି । ସେତେବେଳେ ଯାହାବି ପାରିଶ୍ରମିକ ମିଳୁଥିଲା । ମୁଁ ବହୁତ ଖୁସି ହୋଇଯାଇଥିଲି ବୋଲି ହାସ୍ୟ ଅଭିନେତା ପ୍ରଜ୍ଞ ନିଜ ଅନୁଭୂତିରୁ କହିଛନ୍ତି । ଏହା ସହ ହାସ୍ୟ ଅଭିନେତା ପ୍ରଜ୍ଞା ଓ ହାସ୍ୟ ଅଭିନେତା ଶଙ୍କରଙ୍କର ଯୋଡିକୁ ମଧ୍ୟ ଓଡିଶା ଦର୍ଶକଙ୍କର ବହୁତ ହିଁ ଲୋକପ୍ରିୟତା ମିଳିପାରିଛି ।

ଆମେ ମଧ୍ୟ ଆଶା କରିବୁ । ପ୍ରଜ୍ଞାଙ୍କର ଏହିପରି ଭାବେ ହାସ୍ୟ ଅଭିନୟ ଜାରୀ ରହୁ ଓ ଲୋକଙ୍କର ସବୁବେଳେ ଏହିପରି ଭାବେ ମନୋରଞ୍ଜନ କରାଉଥାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *