ହେ ପ୍ରଭୁ ! ଦେଖନ୍ତୁ କେମିତି ସିରିଏଲ ସେଟ ରେ ଅଭିନୟ କରୁ କରୁ ଟଳି ପଡିଲେ Rabi Mishra

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଏହି ଦୁନିଆ ରେ ଏପରି କିଛି ଲୋକ ଥାଆନ୍ତି ଯେଉଁ ମାନେ ଅନ୍ୟ ର ମନୋରଞ୍ଜନ କରିବା ପାଇଁ ବହୁତ କିଛି କରିଥାନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥାନ୍ତି ଅଭିନେତା ବା ଅଭିନେତ୍ରୀ ମାନେ। ସବୁ ସମୟ ରେ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ସେ ଅନେକ ପ୍ରକାର ରୂପ ଧାରଣ କରିଥାନ୍ତି।ଅନେକ କଳାକାର ନିଜ ର କଳାକୃତି ଦ୍ୱାରା ଅନେକ ହୃଦୟ ରେ ଘର କରି ବସିଥାନ୍ତି।ସେହିପରି କିଛି ଅଭିନେତା ମାନଙ୍କ ମଧ୍ୟରେ ଅଛନ୍ତି ଓଲିଉଡ ର ପ୍ରସିଦ୍ଧ ଅଭିନେତା ସ୍ବର୍ଗତ ରବି ମିଶ୍ର।ନିଜର ଉଚ୍ଚକୋଟୀର ଅଭିନୟ ଦ୍ୱାରା ସେ ବହୁତ ପ୍ରଶଂସା ସାଉଁଟିଛନ୍ତି।

ତେବେ ବନ୍ଧୁଗଣ ଦୁଃଖ ର ବିଷୟ ହେଉଛି କି ବର୍ତ୍ତମାନ ସମୟ ରେ ସେ ଆଉ ଆମ ଗହଣ ରେ ନାହାନ୍ତି । ତାଙ୍କର ସ୍ଥାନ ଓଲିଉଡରେ ଆଉ କେହି ମଧ୍ୟ ନେଇ ପାରିବେ ନାହିଁ।ବନ୍ଧୁଗଣ ଆଜି ର ଜୀବନ କାଲି କୁ ନାହିଁ।ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଓଲିଉଡ ର ଅତି ଉଚ୍ଚକୋଟୀର ଅଭିନେତା ସ୍ୱର୍ଗତଃ ରବି ମିଶ୍ର ଙ୍କ ର ଶେଷ ରାତି ରେ ସିରିଏଲ ସେଟ ରେ କିପରି କଟିଥିଲା ।

ବନ୍ଧୁଗଣ ସ୍ୱର୍ଗତଃ ରବି ମିଶ୍ର ଓଲିଉଡ ସିନେମା ଜଗତ ରେ ଅନେକ ଗୁଡିଏ ଫିଲ୍ମ ରେ ଅଭିନୟ କରିଛନ୍ତି। ସେ ଅନେକ ଗୁଡିଏ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି। ସେ ଯେଉଁ ଚରିତ୍ର ରେ ଅଭିନୟ କରିଥାନ୍ତି ତାକୁ ବହୁତ ଭଲ ଭାବରେ ପ୍ରଦର୍ଶିତ କରିଥାନ୍ତି। ତେବେ ବନ୍ଧୁଗଣ ନିକଟରେ ରବି ମିଶ୍ର ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା “ହେ ପ୍ରଭୁ” ଧାରାବାହିକ ରେ ଜେଜେ ଙ୍କ ଭୂମିକା ରେ ଅଭିନୟ କରୁଥିଲେ।

ତେବେ ବନ୍ଧୁଗଣ ତାଙ୍କ ପର ଲୋକ ହେବାର ପୂର୍ବ ରାତି ରେ ସେ ସିରିଏଲ ସେଟ ରେ ହୃଦଘାତ ହେବାର ଅଭିନୟ କରୁଥିଲେ କିନ୍ତୁ ଭଗବାନ ଙ୍କ ଖେଳ ବହୁତ ବିଚିତ୍ରମୟ। ସେ ସେଠାରେ ଅଭିନୟ କରୁ କରୁ ସତ ରେ ତାଙ୍କର ହୃଦଘାତ ହୋଇଥିଲା ଓ ସେ ସେହି ଠାରେ ହିଁ ଟଳି ପଡ଼ିଥିଲେ। ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ହୃଦୟ ରେ ଘର କରି ପାରିଛି। ଦୂରଦର୍ଶନ ରେ ପ୍ରସାରିତ “ଗୋପାଳ ର ରହସ୍ୟ” ଧାରାବାହିକ ଦ୍ୱାରା ସେ ଅନେକ ଦର୍ଶକଙ୍କ ମନ ଜିଣି ପାରିଥିଲେ।

ଦୁଇ ଦଶକ ରୁ ଅଧିକ ସମୟ ଧରି ଓଲିଉଡ ରେ ନିଜର ଅଭିନୟ ପ୍ରଦର୍ଶନ କରୁଥିବା ରବି ବର୍ତ୍ତମାନ ଅସ୍ତ ହୋଇପଡିଛନ୍ତି। ତାଙ୍କର ଅଭିନୟ ଠାରୁ ତାଙ୍କର କଥା ରେ ଅନେକ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଯାଉଥିଲେ।ତେବେ ବନ୍ଧୁଗଣ ବର୍ତ୍ତମାନ କଥା କୁହା ରବି ମିଶ୍ର ଆଉ କଥା କହି ପାରିବେନି ।

ତାଙ୍କର ଅଭିନୟ ସହିତ ତାଙ୍କର କଥା କୁହା ଶୈଳୀ ଅନେକ ଲୋକଙ୍କୁ ଆଜି ଯାଏ ମଧ୍ୟ ମନ୍ତ୍ରମୁଗ୍ଧ କରି ରଖିଛି।ଅନେକ ମଜାଳିଆ ଚରିତ୍ର ରେ ରବି ମିଶ୍ର ନିଜର ଅଭିନୟ ର ଦକ୍ଷତା ବହୁତ ଭଲ ଭାବରେ ପ୍ରଦର୍ଶନ କରି ପାରିଛନ୍ତି। ତାଙ୍କର ଏହିପରି ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ନେଇ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଗଭୀର ଶୋକ ପ୍ରକାଶ କରିଛନ୍ତି।

କିନ୍ତୁ ସେହି କଥା କୁହା ରବି ଏବେ ସବୁଦିନ ପାଇଁ ଅସ୍ତ ହୋଇଯାଇଛନ୍ତି ଏହି କଥା ବର୍ତ୍ତମାନ ମଧ୍ୟ ସମସ୍ତେ ଅତି ସହଜ ରେ ବିଶ୍ୱାସ କରି ପାରୁ ନାହାନ୍ତି।ତାଙ୍କର ବିୟୋଗ ରେ ଓଲିଉଡ ଜଗତରେ ଏକ ବିରାଟ ଶୁନ୍ୟ ସ୍ଥାନ ଦେଖିବାକୁ ମିଳିବ। ତେବେ ବନ୍ଧୁଗଣ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *