ଆସୁଛି ମହା ବିପଦ ! ମାଡି ଆସିବ ସମୁଦ୍ର, ଉପକୂଳବର୍ତ୍ତୀ ଅଞ୍ଚଳରେ ଆସିବ ଜଳ ପ୍ରଳୟ, ସମୁଦ୍ର ଆଁ କୁ ଚାଲିଯିବ ଅଧା ଓଡିଶା, ଦେଖନ୍ତୁ ତାହା କେଉଁ କେଉଁ ଅଞ୍ଚଳ ?

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କିଜଳ ବିହୁନେ ସୃଷ୍ଟି ନା-ଶ, ଜଳ ବହୁଳେ ସୃଷ୍ଟି ନା-ଶ । ଜଳବାୟୁ ପରିବର୍ତ୍ତନ ଯୋଗୁ ଜଳର ଏହି ଦୁଇଟି ଭ-ୟ-ଙ୍କ-ର ରୂପ ବିଶ୍ୱବାସୀଙ୍କୁ ଡ-ରା-ଇ-ବା-ରେ ଲାଗିଛି । କେତେବେଳେ ଜଳାଭାବ ଯୋଗୁ ହାହାକାର ସ୍ଥିତି ଉପୁଜୁଛି ତ କେତେବେଳେ ପ୍ରଖର ଜଳସ୍ରୋତ ସରହଦ ଡେଇଁ ପ୍ରାଣୀ ଜଗତକୁ ଅଣନିଃଶ୍ୱାସୀ କରିପକାଉଛି । ଅନ୍ତର୍ଜାତୀୟ ସଂଗଠନ କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ଦ୍ୱାରା ପ୍ରସ୍ତୁତ ଏକ ସଦ୍ୟ ରିପୋର୍ଟ ଏବେ ବିଶ୍ୱରେ ଭ-ୟ-ର ବାତାବରଣ ସୃଷ୍ଟି କରିଛି ।

୨୦୫୦ ସୁଦ୍ଧା ସମୁଦ୍ର ସ୍ତର ଅସ୍ୱାଭାବିକ ଭାବେ ବଢ଼ି ମଣିଷ ସମାଜ ଆଡ଼କୁ ମାଡ଼ିଆସିବ । ୩୦ କୋଟି ଲୋକଙ୍କ ବାସସ୍ଥାନକୁ ଉଜାଡ଼ି ଛାରଖାର କରିପକାଇବ ବୋଲି ରିପୋର୍ଟ ପୂର୍ବାନୁମାନ ଲଗାଇଛି । ୨୧୦୦ ମସିହା ନୁହେଁ, ବରଂ ଚଳିତ ଶତାବ୍ଦୀ ମଧ୍ୟଭାଗରେ ହିଁ ସମୁଦ୍ରର କରାଳ ରୂପ ବିଶ୍ୱବାସୀ ଦେଖିବେ ।

ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ଆଗାମୀ ୩୦ ବର୍ଷ ମଧ୍ୟରେ ଭାରତର ୩.୫ କୋଟିରୁ ଅଧିକ ଲୋକ ବାସହରା ହୋଇପାରନ୍ତି ବୋଲି କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ରିପୋର୍ଟ ଦର୍ଶାଇବା ପରେ ଏହା ଉପରେ ଅଙ୍ଗୁଳି ଉଠାଇଛନ୍ତି କିଛି ଭାରତୀୟ ବୈଜ୍ଞାନିକ । ତେବେ ସମୁଦ୍ର ରିପୋର୍ଟ ଦର୍ଶାଇଛି ଯେ ୨୦୫୦ ପର୍ଯ୍ୟନ୍ତ ସମୁଦ୍ର ସ୍ତର ପାଖାପାଖି ୭ ଫୁଟ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହା ଦ୍ୱାରା ମୋଟ ୧୦ଟି ଦେଶ ପ୍ରଭାବିତ ହେବେ ।

ଏଥିରେ ଏସିଆ ପ୍ରଶାନ୍ତ ସାଗର କ୍ଷେତ୍ରର ୭ଟି ଦେଶ ଅନ୍ତର୍ଭୁକ୍ତ । ଅଧିକ ପ୍ରଭାବିତ ହେବାକୁ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ସବୁଠୁ ଉପରେ ରହିଛି । ଦେଶର ପାଖାପାଖି ୩.୫ କୋଟି ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେବ । ଅନ୍ୟପକ୍ଷରେ ବାଂଲାଦେଶର ୨.୫ କୋଟି, ଚୀନ୍‌ର ୨ କୋଟି ଏବଂ ଫିଲିପାଇନ୍ସର ପାଖାପାଖି ୧.୫ କୋଟି ଲୋକଙ୍କ ପ୍ରତି ବି-ପ-ଦ ମା-ଡ଼ି-ଆସିବ ।

ଭାରତରେ ମୁମ୍ବାଇ ଓ କୋଲକାତା ପ୍ରତି ଅଧିକ ବି-ପ-ଦ ସୃଷ୍ଟି ହେବାକୁ ଥିବା ବେଳେ ଚୀନ୍‌ର ଗୁଆଙ୍ଗଝୋ ଓ ସାଂଘାଇ, ବାଂଲାଦେଶର ଢାକା, ମ୍ୟାଁମାରର ୟଙ୍ଗୁନ୍‌, ଥାଇଲାଣ୍ଡର ବ୍ୟାଙ୍କକ୍‌ ଏବଂ ଭିଏତନାମର ହୋଚିମିନ୍‌ ସହର ତଥା ହାଇଫୋଙ୍ଗ୍‌ ମଧ୍ୟ ସମୁଦ୍ରର କରାଳ ଜଳରାଶିରେ ଉବୁଟୁବୁ ହେବ । ଭାରତରେ ଓଡିଶା ଉପକୂଳ ବେଶି କ୍ଷତି ସହିବ । ଚିଲିକା, ପାରାଦୀପ, କେନ୍ଦ୍ରାପଡା, ଚାନ୍ଦିପୁର ଉପକୂଳ ବୁଡିବା ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *