ଆସୁଛି ଆଉ ଏକ Super Cyclone, ଦଶହରାରେ କରିବ ତାଣ୍ଡବ, ଦେଖନ୍ତୁ କଣ କହୁଛି ପାଣିପାଗ ବିଭାଗ, ଦେଖନ୍ତୁ Video

ପାଣି ପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଦଶହରା ଶେଷ ହେବା ପରେ ହିଁ ଓଡିଶାରେ ବାତ୍ୟା ଓ ବର୍ଷା ଆରମ୍ଭ ହୋଇଯିବ । ୧୦ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଛି ଓ ଯାହାକି ଧୀରେ ଧୀରେ ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେଇ ପାରେ ବୋଲି କୁହାଯାଉଛି । ଅନ୍ୟ ପଟେ ଦକ୍ଷିଣ ଚୀନ ସାଗାରରେ ଏକ ଲଘୁଚାପ ସୃଷ୍ଟି ହୋଇ ସାରିଛି । ଯାହାର ଅବଶିଷ୍ଟାନ୍ସ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ସହ ମିଶି ଅଧିକ ଭୟଙ୍କର ରୂପ ନେଇ ପାରେ ବୋଲି ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି ।

ଅର୍ଥାତ ଏହା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ଅଛି । କହିବାକୁ ଗଲେ ଏହି ବାତ୍ୟାକୁ ନେଇ ଆଇଏମଡ଼ିର ଏକ ସାଟାଲାଇଟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଦେଖା ଯାଉଛି କି ବାତ୍ୟା ଭାରତର ପୂର୍ବ ଉପକୂଳ ରାଜ୍ୟ ଆଡକୁ ଗତି କରୁଛି ।

ଭାରତୀୟ ପାଣି ପାଗ ବିଭାଗର ଅଧିକାରୀମାନେ ପୂର୍ବାନୁମାନ କରିଛନ୍ତି କି ଅକ୍ଟୋବର ୧୦ରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଯାହାକି ଅଧିକ ଘନୀଭୂତ ହୋଇ ଉତ୍ତର ଓ ଉତ୍ତର ପଶ୍ଚିମ ଆଡକୁ ଗତି କରିବ । କହିଦେଉଛୁ କି ବର୍ତ୍ତମାନର ପାଣି ପାଗ ଏହି ବାତ୍ୟାକୁ ଆହୁରି ଅଧିକ ଶକ୍ତିଶାଳୀ କରୁଛି । କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ର ପତନ ତାପମାତ୍ରା ଓ ଉପର ବାୟୁମଣ୍ଡଳର ସ୍ଥିତି ଏମିତି ହୋଇ ଯାଇଛି କି ଲଘୁଚାପ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡର ରୂପ ନେଇ ପାରେ ।

ଅନ୍ୟ ପଟେ ଦକ୍ଷିଣ ଚୀନ ସାଗରରେ ଏକ ଘୁର୍ନିବଳୟ ସୃଷ୍ଟି ହୋଇଛି । ଯାହାକି ଘନୀଭୂତ ହୋଇ ଲଘୁଚାପର ରୂପ ନେଇ ମିଆଁମାର, କାମ୍ବୋଡିଆ ଓ ଥାଇଲ୍ୟାଣ୍ଡ ଉପସାଗର ଅତିକ୍ରମ କରି ଦକ୍ଷିଣ ବଙ୍ଗୋପସାଗର ଆଡକୁ ଗତି କରିବ । ବଙ୍ଗୋପସାଗର ଓ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ମିଶି ଗଲେ ଏହି ବାତ୍ୟା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି କୁହାଯାଉଛି । ଅନ୍ୟ ପଟେ ସମୁଦ୍ର ଭିତରେ ସ୍ଥିତି ବି ଏହି ବାତ୍ୟାକୁ ଆହୁରି ଶକ୍ତିଶାଳୀ କରି ଦେଉଛି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହା ସ୍ପଷ୍ଟ ହୋଇ ନାହିଁ କି ଏହି ବାତ୍ୟା ଭାରତର କେଉଁ ରାଜ୍ୟ ଆଡକୁ ଯାଇପାରେ । ଏହି ବାତ୍ୟା ବିଷୟରେ ଆସନ୍ତା ୧୦ ରୁ ୧୩ ତାରିଖ ମଧ୍ୟରେ ସ୍ପଷ୍ଟ ସୂଚନା ମିଳିଯିବ । କହିଦେଉଛୁ କି ସମୁଦ୍ର ମଧ୍ୟରେ ଏହି ବାତ୍ୟା ୪ ରୁ ୫ ଦିନ ରହୁଛି ସେଥିପାଇଁ ଏହା ଭୟଙ୍କର ବାତ୍ୟାର ରୂପ ନେଇପାରେ । ଏମିତିରେ ଯଦି ଏହା ବାତ୍ୟାର ରୂପ ନେବ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । କୁହାଯାଉଛି କି ଏହା ଭୀଷଣ ସମୁଦ୍ର ଝଡର ରୂପ ମଧ୍ୟ ନେଇ ପାରେ । ଏହି ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ବର୍ଷାର ସମ୍ଭବାନା ଅଧିକ ଅଛି ।

Leave a Reply

Your email address will not be published. Required fields are marked *