ମାଡି ଆସୁଛି ଆଉ ଏକ ବାତ୍ୟା ‘ଲାରୀ’ : ଘଣ୍ଟା ପ୍ରତି ୧୩୫ କିମି ବେଗରେ ବହିବ ପବନ, ସତର୍କ ସୂଚନା ଜାରି କଲା ପ୍ରଶାସନ

ନମସ୍କାର ବନ୍ଧୁଗଣ ମାଡି ଆସୁଛି ଭୟଙ୍କର ବାତ୍ୟା । ଆଟଲାଣ୍ଟିକ ମହାସାଗର ରେ ଘୁର୍ଣ୍ଣି ବଳୟ ବାତ୍ୟା ର ରୂପ ନେଇ ମାଡି ଆସୁଛି । ଶୁକ୍ରବାର ଅପରାହ୍ନରେ ଏହା ଅତି ଭୀଷଣ ବାତ୍ୟା ର ରୂପ ନେଇ ସ୍ଥଳ ଭାଗ ଆଡେ ମୁହାଁଉଥିବା ସୂଚନା ମିଳିଛି । ବାତ୍ୟା ‘ଲାରୀ’ ଗୁରୁବାର ବରମୁଡା ଅତିକ୍ରମ କରିଥିଲା । ଆକ୍ୟୁ ୱେଦର ର ରିପୋର୍ଟ ଅନୁଯାୟୀ ଏହା ଭାରତୀୟ ସମୟ ଅନୁସାରେ ଶନିବାର ରାତିରେ ଆଟଲାଣ୍ଟିକ କାନାଡ଼ାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଦ୍ବୀପ ରେ ଲ୍ୟାଣ୍ଡ ଫଲ କରିବ ।

ଏହାର ପ୍ରଭାବରେ ଭୀଷଣ ବର୍ଷା ଏବଂ ପବନ ହେବ । ଏବେଠାରୁ କାନାଡ଼ାର କିଛି ସ୍ଥାନରେ ପବନ ଓ ବର୍ଷା ଆରମ୍ଭ ହୋଇଗଲାଣି । ଏହା ଧୀରେ ଧୀରେ ପୂର୍ବ ଉପକୂଳରେ ପ୍ରଭାବ ପକାଇବ । ବାତ୍ୟା କୁ ନଜର ରେ କାନାଡ଼ା ହରିକେନ୍ ସେଣ୍ଟର ସତର୍କ ସୂଚନା ଜାରି କରିଛି । ଦକ୍ଷିଣ ପୂର୍ବ ନ୍ୟୁଫାଉଣ୍ଡବର୍ଗ ର ଲୋକ ଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଲାରୀ ଶୁକ୍ରବାର ଠାରୁ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ପୂର୍ବରୁ ଏହାର ପ୍ରଭାବ ରେ ଘଂଟା ପ୍ରତି ୧୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିଲା । କିନ୍ତୁ ଏବେ ୧୩୦ କିମି ଦୂରରେ ଥିଲା । ଏହା ଘଂଟା ପ୍ରତି ୪୭ କିମି ବେଗ ରେ ଉପକୂଳ ଆଡେ ମୁହାଇଛି । ବାଉମୁଡା ଅତିକ୍ରମ କରିବା ସମୟରେ ଘଂଟା ପ୍ରତି ପବନ ର ବେଗ ୧୬୫ କିମି ରହୁଥିଲା । ପରେ ଏହା ଧୀରେ ଧୀରେ କମିଥିଲା । କିନ୍ତୁ ଏବେବି କାନଡା ଉପକୂଳରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି ।

ସମୁଦ୍ର ରେ ଗାଧୋଇବା ଏବଂ ମାଛ ଧରିବା ପାଇଁ ଗାଇଡ଼ଲାଇନ କରାଯାଇଛି । ଆକ୍ୟୁ ୱେଦର ବରିଷ୍ଠ ଗବେଷକ ରବ ମିଲର କହିଛନ୍ତି ଯେ କିଛି ଦିନ ରେ ବାତ୍ୟାର ପ୍ରଭାବ କମିଯିବ । ଲ୍ୟାଣ୍ଡ ଫଲ ବେଳେ ପବନ ର ବେଗ ଅଧିକ ରହିବ । ଏବଂ ବ୍ୟାପକ କ୍ଷତିଗ୍ରସ୍ତ ମଧ୍ୟ କରିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *