ଆସିଲା Anubhav ଙ୍କ Part-4 ଭିଡିଓ, ପ୍ରଥମ ଥର ପାଇଁ ଅନୁଭବଙ୍କ ମୁହଁରେ ଫୁଟିଲା ହସ, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଗତ କିଛି ଦିନ ହେବ ସାରା ଓଡିଶାରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନୁଭବ ଗତ କିଛି ଦିନ ତଳେ ଏକ ଭିଡିଓ ଅପଲୋଡ କରିଥିଲେ ଆଉ ସେହି ଭିଡିଓରେ ସେ ବର୍ଷାଙ୍କୁ ନେଇ ନିଜର ଦୁଃଖ ପ୍ରକାଶ କରିଥିଲେ । ସେହି ଭିଡିଓ ଉପରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଉ ଏବେ ଅନୁଭବ ନିଜର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ତେବେ ଏହି ଭିଡିଓରେ ଅନୁଭବ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା । ଅନୁଭବ କହିଛନ୍ତି-‘ଜୟ ଜଗନ୍ନାଥ, ଗୁଡ ମରନିଙ୍ଗ । ଜୀବନରେ ବହୁତ କିଛି ବଦଳି ଯାଇଛି । ସତ କହିବାକୁ ଗଲେ ମୁଁ ଏତେ ସକାଳୁ ଉଠି ପାରେନି ପିଲା ଦିନରୁ ମୋର ଏହି ଅଭ୍ୟାସ ଅଛି । ହେଲେ ଏବେ ତ ରାତିରେ ନିଦ ହେବା ବି କଷ୍ଟକର ହୋଇଯାଇଛି ।

ସକାଳୁ ଉଠୁଛି କାମ କରିବାକୁ ଚେଷ୍ଟା କରୁଛି । ଆଉ ତାହା କେବଳ ସମ୍ଭବ ହୋଇ ପାରିଛି ଆପଣ ମାନଙ୍କ ଯୋଗୁ । ଏତେ ମାତ୍ରାରେ ଭଲ ପାଇବା, ଭରସା, ବିଶ୍ଵାସ, ସମର୍ଥନ ଓ ଆଶୀର୍ବାଦ ଆପଣ ମାନେ ଓଜାଡି ଦେଇଥିବାରୁ ମୁଁ ମୋ ପରିବାର ଆମେ ମାନେ ସମସ୍ତେ ଆପଣ ମାନଙ୍କ ପାଖରେ ଚିର ଋଣୀ ହୋଇ ରହିବୁ ସାରା ଜୀବନ ।

ମୋ ମରିବା ପର୍ଯ୍ୟନ୍ତ ଏମିତି କୌଣସି କାମ କରିବି ନାହିଁ ଯେଉଁଥି ପାଇଁ ଆପଣ ମାନଙ୍କ ମୁଣ୍ଡ ମୋ ଯୋଗୁଁ ତଳକୁ ହେଇଯିବ ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ମାନଙ୍କର ଆଜିର ଦିନ ବହୁତ ଭଲରେ କଟୁ । ବହୁତ ସୁଖମୟ ହେଉ ଆଉ ସବୁ ଦୁଃଖ କଷ୍ଟରୁ ଦୂରେଇ ରୁହନ୍ତୁ ଆପଣ ମାନେ । ମୁଁ ଯୁବପିଢି ମାନଙ୍କୁ କେବଳ ଏତିକି କହିବାକୁ ଚାହେଁ ବାପା ମା ତମକୁ ଜନ୍ମ ଦେଇଛନ୍ତି ତେଣୁ ତାଙ୍କୁ ଭଲ ପାଇବାରେ କେବା ଊଣା କରିବେନି ।

ବାପା ମାଙ୍କ କଥା ନିଶ୍ଚୟ ଶୁଣନ୍ତୁ ଆଉ ସବୁବେଳେ ଖୁସିରେ ରୁହନ୍ତି । କାରଣ ବାପା ମା ହେଉଛନ୍ତି ଆମ ପାଇଁ ଭଗବାନ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅନୁଭବ ଖୁସି ହୋଇ ଏକ ମେସେଜ ଛାଡି ଛନ୍ତି । ତେବେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *