କଣ ଆପଣଙ୍କ Account ରେ ଟଙ୍କା ନାହିଁ ? ତ ଆପଣ ଉଠେଇ ପାରିବେ 10 ହଜାର ଟଙ୍କା, ଜାଣନ୍ତୁ କିପରି ? ଜଲ୍ଦି କରନ୍ତୁ

ନମସ୍କାର ବନ୍ଧୁଗଣ ତେବେ ପ୍ରଧାନମନ୍ତ୍ରୀ ଦେଶର ଗରିବ ଲୋକ ଙ୍କ ପାଇଁ ଏବଂ ଯେଉଁ ମାନଙ୍କ ପାଖରେ ଅର୍ଥ ଅଭାବ ଥାଏ ସେମାନଙ୍କ ପାଇଁ ବହୁତ ପ୍ରକାରର ଯୋଜନା କରିଥାନ୍ତି ଏବଂ ଲାଗୁ ମଧ୍ୟ କରିଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ଙ୍କ ସେହିସବୁ ଯୋଜନା ଦ୍ୱାରା ଅନେକ ଗରିବ ଲୋକମାନେ ବହୁତ ଲାଭବାନ ମଧ୍ୟ ହୁଅନ୍ତି । ତେବେ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ନାହିଁ ତେବେ ତଥାପି ଆପଣ ଟଙ୍କା ଉଠେଇ ପାରିବେ ତାହା ଫୁଣି ଦଶ ହଜାର ଟଙ୍କା ।

ତେବେ କିନ୍ତୁ ଏଥିପାଇଁ ଆପଣ ଙ୍କୁ ପ୍ରଧାନମନ୍ତ୍ରୀ ଜନ ଧନ ଖାତା ଖୋଲିବାକୁ ପଡିବ । ତେବେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଜିରୋ ବାଲାନ୍ସ ଉପରେ ବ୍ୟାଙ୍କ ଖାତା ସଂଖ୍ୟା ୪୧ କୋଟି ପାର ହୋଇ ଯାଇଛି । ଜନ ଧନ ଯୋଜନା ଅଧିନ ରେ ଖାତା ଖୋଲିଲେ ଆପଣ ଙ୍କୁ ଅନେକ ଲାଭ ମିଳିବ ଯଦି ଆପଣଙ୍କ ଖାତା ରେ ବାଲାନ୍ସ ନାହିଁ ଆପଣ ଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ଦଶ ହଜାର ଟଂକା ଉଠାଇ ପାରିବେ ।

ଏହା ବ୍ୟତୀତ ରୂପେ ଡେବିଡ଼ କର୍ଡ଼ କୁ ମଧ୍ୟ ପାଇଁ ପାରିବେ ଏହା ଦ୍ୱାରା ଆପଣ ପଇସା ଉଠାଇବା ସହ ନିଜର ସପିଙ୍ଗ ମଧ୍ୟ କରି ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ରେ ଏହି ଯୋଜନା ର ଘୋଷଣା କରିଥିଲେ ଏ ବର୍ଷ ୨୮ ଅଗଷ୍ଟ ରେ ଏହାକୁ ଆରମ୍ଭ କରାଯାଇ ଥିଲା ଏହି ଯୋଜନା ଅଧୀନ ରେ ୨୦୨୧ ଜାନୁଆରୀ୬ ତାରିଖ ଯାଏ ଜନ ଧନ ଯୋଜନା ଖାତା ର ମୋଟ ସଂଖ୍ୟା ୪୧.୬ କୋଟି ହୋଇଛି ।

ସରକାର ଙ୍କ ଅନୁଯାୟୀ ୨୦୧୫ପରେ ଲଗାତାର ଭାବେ ଜିରୋ ବାଲାନ୍ସ ଥିବା ଖାତା ସଂଖ୍ୟା କମିଛି । ମାର୍ଚ୍ଚ ୨୦୧୫ ରେ ୫୮% ଖାତା ଏମିତି ଥିଲା ଯେଉଁଥିରେ ବାଲାନ୍ସ ନଥିଲା କିନ୍ତୁ ଜାନୁଆରୀ ୬ ତାରିଖରେ ଜିରୋ ବାଲାନ୍ସ ଥିବା ଖାତା ସଂଖ୍ୟା କମ ଥିବା ଦର୍ଜ କରାଯାଇଛି । ତେବେ ପିଏମ ଜନ ଧନ ଯୋଜନା ରେ ଲୋକମାନେ ଏବେ ଟଙ୍କା ଜମା କରୁଛନ୍ତି । ଏହି ଯୋଜନା ରେ ଅନେକ ସୁବିଧା ମଧ୍ୟ ମିଳିଛି ଏବଂ ୧୦ ବର୍ଷ ରୁ କମ ପିଲାଙ୍କ ଖାତା ମଧ୍ୟ ଖୋଲା ହେଇ ପାରିବ ।

ଏହି ଖାତା ଖୋଲିଲେ ଏଟିଏମ କର୍ଡ଼ ଦୁର୍ଘଟଣା ବିମା ରାଶି ଦୁଇ ଲକ୍ଷ ଟଙ୍କା, ତିରିଶ ହଜାର ଟଙ୍କାର ଲାଇଫ କଭର, ଏବଂ ଜମା ରାଶି ଉପରେ ସୁବିଧା ମିଳିବ । ଏହି ଖାତା କୁ ଆପଣ କୌଣସି ବି ବ୍ୟାଙ୍କ ରେ ଖୋଲି ପାରିବେ ଏବଂ ସେଥିପାଇଁ ଆପଣ ଙ୍କୁ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଆଦି ଆବଶ୍ୟକ ହୋଇପାରେ । ତେବେ ଏହି ଖାତା ଖୋଲିବା ପାଇଁ କୌଣସି ବି ପ୍ରକାର ଫିସ ଦେବାକୁ ପଡି ନଥାଏ ।

Leave a Reply

Your email address will not be published. Required fields are marked *