ଜାଣନ୍ତୁ ଆପଣଙ୍କ ବିଷୟରେ କଣ କହିଥାଏ ଆପଣଙ୍କ Blood Group – Personality Test

ବନ୍ଧୁଗଣ ପ୍ରାଚୀନ କାଳରୁ ମଣିଷର ରାଶିକୁ ଦ୍ରୁଷ୍ଟିରେ ରଖି ମଣିଷର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜଣା ଯାଇଥାଏ । ହେଲେ ବନ୍ଧୁଗଣ ଏହା କେବଳ ଭାରତରେ ହୋଇଥାଏ ଅନ୍ୟ ଦେଶ ତଥା ଜାପାନ ଓ ଚୀନରେ ମଣିଷର ବ୍ଲଡ଼ ଟାଇପକୁ ନଜରରେ ରଖି ମଣିଷର ସ୍ଵଭାବ ଓ ବ୍ୟବହାର ବିଷୟରେ ବହୁତ କିଛି ଜଣା ପଡିଥାଏ । ସେହି ସମସ୍ତ ଦେଶରେ ମଣିଷର ବ୍ଲଡ଼ ଟାଇପକୁ ବହୁତ ଗୁରୁତ୍ଵ ଦେଇଥାନ୍ତି । ଆପଣଙ୍କ ବ୍ଲଡ଼ ଟାଇପ ମଧ୍ୟ ଆପଣଙ୍କ ବିଷୟରେ ବହୁତ କିଛି ତଥ୍ୟ ଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ କଥା ବିଶ୍ଵାସ ନ ହେଉଥିଲେ ମଧ୍ୟ ଏହା ସତ । କାରଣ ସମସ୍ତଙ୍କ ବ୍ଲଡ଼ ଅଲଗା ଅଲଗା ହୋଇଥାଏ । ଯାହା ଫଳରେ ସମସ୍ତଙ୍କ ଚରିତ୍ର, ବ୍ୟବହାର, ବ୍ୟକ୍ତିତ୍ବ ଓ ସ୍ଵଭାବ ମଧ୍ୟ ଅଲଗା ଅଲଗା ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କର ବ୍ଲଡ଼ ଗୃପକୁ ଆଧାର କରି ଆପଣଙ୍କ ବିଷୟରେ ବହୁତ କିଛି ତଥ୍ୟ କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

‘A’BLOOD GROUP- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି A ବ୍ଲଡ଼ ଗୃପର ଲୋକମାନେ । ଏହି ଲୋକମାନେ ବହୁତ ସ୍ମାର୍ଟ, ଭାବୁକ ଓ ସୌକିନ ସ୍ଵଭାବର ହୋଇଥାନ୍ତି । ଏହି ଲୋକମାନେ ନିଜର ସମସ୍ତ କାର୍ଯ୍ୟକୁ ଭଲ ଭାବରେ ଚିନ୍ତା କରି ବହୁତ ସୁନ୍ଦର ଭାବରେ ପୂର୍ଣ୍ଣ କରିଥାନ୍ତି । ଏହି ଲୋକମାନେ ବହୁତ ଚିନ୍ତାରେ ରହିଥାନ୍ତି । କାରଣ ଏହି ଲୋକମାନଙ୍କ ରକ୍ତରେ ଅଧିକାଂଶ ଷ୍ଟ୍ରେସ ହରମୋନ ରହିଛି । ଏହି ଲୋକମାନେ ସବୁବେଳେ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏହି ଲୋକମାନଙ୍କ ଉପରେ ବିଶ୍ଵାସ କରିବା ଉଚିତ ଅଟେ ।


‘B’ BLOOD GROUP- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ‘B’ BLOOD GROUର ଲୋକମାନେ । ବନ୍ଧୁଗଣ ଏହି ଲୋକମାନେ ଟାଇପ A ଲୋକମାନଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ଅଟନ୍ତି । କାରଣ ଏମାନେ ନିଜର ସମସ୍ତ ନିଷ୍ପତ୍ତି ସିଧା ସଳଖ ନେଇଥାନ୍ତି, ଏମାନେ ନିଜ ଭବିଷ୍ୟତ ବିଷୟରେ କୌଣସି ଚିନ୍ତା କରିନଥାନ୍ତି । ହେଲେ ଏମାନେ ବହୁତ ଅଧିକ ସ୍ମାର୍ଟ ହୋଇଥାନ୍ତି । ଏମାନେ ବହୁତ କମ ସମୟରେ ନିଜ କାମକୁ ପୂରଣ କରିଥାନ୍ତି ।


‘AB’ BLOOD GROUP- ଏହି ଲୋକମାନେ ଟାଇପ A ଓ B ଲୋକମାନଙ୍କର ମିଶ୍ରଣ ଅଟନ୍ତି । କାରଣ ଏମାନଙ୍କ ପାଖରେ ସମସ୍ତ ପ୍ରକାରର ଗୁଣ ରହିଥାଏ । ଏହି ଲୋକମାନେ ବହୁତ ଅଧିକ ଷ୍ଟାଇଲିସ ହୋଇଥାନ୍ତି । ଅଧିକାଂଶ ଲୋକ ଏହି ଲୋକମାନଙ୍କୁ ଭଲ ଭାବରେ ବୁଝିପାରନ୍ତି ନାହିଁ । ଏହି ଲୋକମାନେ ସବୁବେଳେ ନିଜ ବିଷୟରେ ଚିନ୍ତା କରିଥାନ୍ତି । ଏହି ଲୋକମାନେ ବହୁତ ଶୀଘ୍ର କୌଣସି କାମରେ ହାର ମାନି ନଥାନ୍ତି । ଏମାନଙ୍କର ଏହି ଗୁଣ ପାଇଁ ଏମାନେ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇଥାନ୍ତି ।


‘O’ BLOOD GROUP- ବନ୍ଧୁଗଣ ଏହି ବ୍ଲଡ଼ ଗୃପ ର ଲୋକମାନଙ୍କର ରକ୍ତ ମଶା ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥାଏ । ଏହି ଲୋକମାନେ ସମସ୍ତଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ହେଲେ ଏମାନେ ବହୁତ କମ କଥା ପାଇଁ ବହୁତ ଶୀଘ୍ର କ୍ରୋଧ କରିଥାନ୍ତି । ଏହି ଲୋକମାନେ ସମସ୍ତ ସ୍ଥାନରେ ନିଜକୁ ବହୁତ ଖୁସିରେ ରଖିପାରନ୍ତି । ଏମାନେ କୌଣସି କଥା ପାଇଁ ଭୟ କରନ୍ତି ନାହିଁ । ଏହା ବ୍ଯତୀତ ଏହି ଲୋକମାନେ ନିଜ ପରିବାର ଓ ଲାଇଫ ପାର୍ଟନରକୁ ବହୁତ ଅଧିକ ଖୁସିରେ ରଖିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *