‘ବାହାଘର ପରେ ମୋ ସ୍ୱାମୀ ଓ ମୁଁ ମିଶି ଗାଦୁଲ ଗାଦୁଲ କରିବୁ, ଖାଲି ଟିକେ ମୋ ବାହାଘର ସରିଯାଉ…’: Mee Puch Puch

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସିବ ବର ମୋର ହୋଇବ ବାହାଘର ତାପରେ କି ହେବ କହୋଲୋ । ତେବେ ଏପରି କିଛି ଗୀତ ବୋଲି ବୋଲି ସେହି ଗୀତର ତାଳେ ତାଳେ ଝୁମୀ ଝୁମୀ ବିବାଘର ବନ୍ଧନରେ ସମସ୍ତଙ୍କର ଅତି ପ୍ରିୟ ଇତିକା ବା ମି ପୁଚ୍ ପୁଚ୍ ବାନ୍ଧି ହୋଇଯାଇଛନ୍ତି । ତେବେ ଗତ କାଲି ଓଡିଶାର ଘରେ ଘରେ ପ୍ରିୟ ନିଜ କମେଡିର ଛୁଙ୍କର ବାନ୍ଧି ରଖିଥିବା ମି ପୁଚ୍ ପୁଚ୍ ନିଜେ ହିଁ ବିବାହ ଡୋରୀରେ ବାନ୍ଧି ହୋଇଯାଇଛନ୍ତି ।

ତେବେ ବିବାହକୁ ନେଇ ଗଣ ମାଧ୍ୟମ ଆଗରେ କମେଡି କୁଇନ ଇତିକା ପ୍ରତିକ୍ରିୟା ରଖିଛନ୍ତି । ତେବେ ବାହାଘରର ଦୁଲହନ ବେଶରେ ଇତିକା ଖୁବ ସୁନ୍ଦରରେ ନଜର ଆସିଥିଲେ । ତେବେ ଇତିକାଙ୍କ କହିବା ଅନୁଯାଇ ତାଙ୍କ ଜୀବନରେ ଏକ ନୂଆ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ସବୁବେଳେ ହସଖୁସି ହୋଇ ଚୁଲବୁଲି ହୋଇ ବୁଲୁଥିବା ଝିଅତି ବର୍ତ୍ତମାନ ସମୟରେ କାହା ଘରର ବୋହୁ ହୋଇ ଏକ ଦାୟିତ୍ଵବାନ ଭୂମିକାରେ ନଜର ଆସିବା ପାଇଁ ଯାଉଛି ।

ତେବେ ଏହା ସତ୍ବେ ମଧ୍ୟ ସେ ନିଜ ବାହାଘରକୁ ନେଇ ବହୁତ ଖୁସି ଅଛନ୍ତି । ତେବେ ଇତିକାଙ୍କ କହିବା ଅନୁଯାଇ ଏତେ ଭଲ ପରିବାର ଓ ସ୍ଵାମୀଙ୍କୁ ପାଇ ସେ ବହୁତ ଖୁସି ଅଛନ୍ତି । ତେବେ ଷଡଙ୍ଗୀ ପରିବାର ସହିତ ସେ ବିବାହ ପରେ ଯୋଡି ହୋଇଯାଇଛନ୍ତି । ତେବେ ଇତିକା ପାଇଥିବା ଜୀବନସାଥି ହିସାବରେ ତାଙ୍କ ସ୍ଵାମୀ ଜଣେ ବହୁତ ଭଲ ବ୍ୟକ୍ତିତ୍ବଟିଏ ବୋଲି ଇତିକାଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

କାରଣ ଇତିକାଙ୍କ କହିବାରେ ଦୁନିଆରେ ଟଙ୍କା କମାଇଲା ଭଳି ଲୋକ ହୁଏତ ଅନେକ ମିଳିଯାଇପାରନ୍ତି । ତେବେ ଏହି ଦୁନିଆରେ ଭଲ ହୃଦୟ ଥିବା ସୁନ୍ଦର ବ୍ୟକ୍ତିତ୍ଵଟି ମିଳିବା ବହୁତ କଷ୍ଟକର ବୋଲି ସେ କହିଥିବାର ନଜର ଆସିଛି ।  ଯେହେତୁ ଇତିକାଙ୍କ ଭାଇ ନାହାନ୍ତି । ତେବେ ସେ ନିଜ ସ୍ଵାମୀଙ୍କୁ ନିଜର ବଡ ଭାଇ, ସାଙ୍ଗ ଓ ଭଲ ସ୍ଵାମୀଟିଏ ବୋଲି ମାନିବେ ବୋଲି ହସି ହସି କହିଛନ୍ତି ।

ଏହା ସହିତ ସେ ନିଜ ସ୍ଵାମୀଙ୍କ ସହିତ ଖୁସିରେ ଖୁସିରେ ଗାଦୁଲ ମଧ୍ୟ ହୋଇ ନିଜର ବୈବାହିକ ଜୀବନ ଅତିବାହିତ କରିବେ । ତେବେ ମି ପୁଚ୍ ପୁଚ୍ ଙ୍କ ବୈବାହିକ ଜୀବନ ଅତ୍ୟନ୍ତ ମଧୁରମୟ ରହୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *