ଯେଉଁ ମାନଙ୍କ ନାମ A ରୁ ଆରମ୍ଭ ହୋଇଥାଏ, ତାଙ୍କର ଏହି ବଡ ରାଜ ବିଷୟରେ ନିଶ୍ଚୟ ଜାଣନ୍ତୁ

ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ରାଶି ଏବଂ ଜନ୍ମ ସମୟ ଦ୍ଵାରା ଠିକ କରାଯାଇ ଥାଏ । ହିନ୍ଦୁ ଗ୍ରନ୍ଥ ଅନୁସାରେ ୧୨ଟି ରାଶିର ଲୋକଙ୍କର ନାମ ଅଲଗା ଅଲଗା ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ଜୀବନ ସମ୍ବନ୍ଧିତ ଅନେକ ସୂଚନା ଦେଇଥାଏ । ବର୍ତମାନ ଚନ୍ଦ୍ରମା ତାଙ୍କର ଦିଗ ପରିବର୍ତ୍ତନ କରୁଥିବାରୁ ବହୁତ ରାଶି ଗୁଡିକରେ ପରିବର୍ତ୍ତନ ଆସିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ କହିବୁ ଯେଉଁ ବ୍ୟକ୍ତିଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ଏବଂ ଭବିଷ୍ୟତ କିପରି ହୋଇଥାଏ ।

ଇଂରାଜୀ ଭାଷାର ବର୍ଣ୍ଣମାଳା ମଧ୍ୟରେ A ପ୍ରଥମ ସ୍ଥାନରେ ଥିବାରୁ ତାହାକୁ ଗଣିତରେ ୧ ସହିତ ତୁଳନା କାରା ଯାଇଛି । ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲୋକ ମାନଙ୍କର ସ୍ଵଭାବ ଏହିପରି ହୋଇଥାଏ କି ସେ ସାମ୍ନା ଲୋକ ସହିତ ଏପରି ମିଶିଥାନ୍ତି ଯେ ସେ ନିଜର ପ୍ରତିଛବି ସାମ୍ନା ଲୋକର ମନରେ ତିଆରି କରି ଦେଇଥାନ୍ତି ।

Google

ସଂଖ୍ୟାରେ ୧ ଏବଂ ଅକ୍ଷର ରେ A ଦୁଇଟି ଯାକ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏମାନେ ଉଚ ସ୍ତରରେ ରହିଥାନ୍ତି । ତେଣୁ ଯେଉଁ ବ୍ୟକ୍ତିଙ୍କ ନାମ A ରୁ ଆରମ୍ଭ ହୋଇଥାଏ ସେମାନେ ପ୍ରତିଭାବାନ,ସାହସୀ ଏବଂ ଆତ୍ମବିଶ୍ଵାସୀ ହୋଇଥାନ୍ତି । ଏହି ଲୋକମାନଙ୍କୁ କୌଣସି ନିୟମରେ ବାନ୍ଧି ହୋଇ ରହିବା ପାଇଁ ପସନ୍ଦ ହୋଇ ନଥାଏ ଏବଂ ସେମାନେ ନିଜର ଜୀବନଶୈଳୀ ନିଜ ଇଚ୍ଛାରେ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି ।

Google

ନିଜର ନାମ ଭଳି ସେ ମଧ୍ୟ ସମସ୍ତଙ୍କ ଆଗରେ ରହିବା ପାଇଁ ପସନ୍ଦ କରନ୍ତି କାରଣ ଏମାନେ ଲିଡର ହେବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ମାନଙ୍କର ବ୍ୟବହାର ପାଇଁ ଲୋକ ମାନେ ତାଙ୍କୁ ରାଗି ଏବଂ ଗର୍ବୀ ବୋଲି ଭାବିଥାନ୍ତି ଏବଂ ଏମାନେ ନିଜ ଭବିଷ୍ୟତର ଯୋଜନା ବିଷୟରେ କାହାକୁ କିଛି ବି କୁହନ୍ତି ନାହିଁ ।

Google

ଏମାନେ ବହୁତ ବୁଦ୍ଧିମାନ ଏବଂ ସ୍ମାର୍ଟ ହେବା ସହିତ ଏମାନଙ୍କର ନିର୍ଣ୍ଣୟ ନେବାର କ୍ଷମତା ବହୁତ ଭଲ ହୋଇଥାଏ । ଏମାନେ ଯାହାକୁ ବି ଭଲ ପାଇଥାନ୍ତି ନିଜ ଜୀବନ ଠାରୁ ବି ଅଧିକ ଭଲ ପାଇଥାନ୍ତି ଏବଂ ତାଙ୍କ ପାଇଁ କିଛି ବି କରି ପାରନ୍ତି । ଏମାନେ ଯେଉଁ କାମ କରିବା ପାଇଁ ଠିକ କରି ଦେଇଥାନ୍ତି ସେହି କାମକୁ ସେ ବହୁତ ପରିଶ୍ରମର ସହିତ କରିଥାନ୍ତି ଏବଂ ସେଥିରେ ସଫଳ ବି ହୋଇଥାନ୍ତି । ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଶେୟାର କରି ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *