କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର ! କମିଳା ପେଟ୍ରୋଲ ଓ ଡିଜେଲ ଦର, ଆଜି ଠାରୁ ଲାଗୁ ହେଲା ନୂଆ ଦର, ଦେଖନ୍ତୁ କେତେ ଶସ୍ତା ହେଲା Petrol ଓ Diesel

ନମସ୍କାର ବନ୍ଧୁଗଣ ତେବେ ଦେଶରେ ବଢି ଚାଲିଥିଲା ପେଟ୍ରୋଲ ଓ ଡିଜେଲ୍ ଦର । ତୈଳ ଦର ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ମଧ୍ୟ ସେହି ଅନୁସାରେ ବଢି ଚାଲିଥିଲା । ମ-ହ-ଙ୍ଗା ମା-ଡ-ରେ ଜନତା କ-ଲ-ବ-ଲ ହେଉଥିଲେ । ଫଳରେ କେନ୍ଦ୍ର ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା । ତାର ପରିଣାମ ଉପ ନିର୍ବାଚନରେ ଦେଖିବାକୁ ମିଳିଛି ।

ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ମାଟି କା-ମୁ-ଡି-ବା ପରେ କେନ୍ଦ୍ର ସରକାରଙ୍କ ନିଦ ଭା-ଙ୍ଗି-ଛି । ଆଉ ତେଲ ଦାମ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । ଦୀପାବଳିରେ କେନ୍ଦ୍ର ସରକାରଙ୍କ ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେବାକୁ ବଡ ପଦକ୍ଷେପ ନେଇଛନ୍ତି । ତୈଳ ଉପରୁ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ୧୦ ଟଙ୍କା ଶସ୍ତା ହେବ । ଏହି ଦର ଆଜିଠୁ ଲାଗୁ ହେବ । ପେଟ୍ରୋଲ ତୂଳନାରେ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ଦୁଇ ଗୁଣ ହ୍ରାସ ହେବ । ଆଗାମୀ ରବି ସିଜିନକୁ ଦେଖିଲେ କୃଷକଙ୍କ ପାଇଁ ଏହା ଆଶ୍ଵସ୍ତିକର ଖବର । ପେଟ୍ରୋଲ ଓ ଡିଜେଲ୍ ଦାମ କମ କରିବାର ସବୁଠୁ ବଡ କାରଣ ଜନତାଙ୍କ ଆ-କ୍ରୋ-ଶ । ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଛି ।

ଏପରିକି ଅନେକ ସହରରେ ୧୧୦ ଟଙ୍କା ପାଖାପାଖି ରହିଛି ପେଟ୍ରୋଲ । ସେହି ପରି ଡିଜେଲ୍ ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି । ସବୁଠୁ ଅଧିକ ମ-ହ-ଙ୍ଗା ମା-ଡ ସାଧାରଣ ଜନତାଙ୍କୁ ଅକ୍ଟୋବର ମାସରେ ସହିବାକୁ ପଡିଛି । କାରଣ ଗତ ମାସରେ ପେଟ୍ରୋଲ ପାଖାପାଖି ଆଠ ଟଙ୍କା ଏବଂ ଡିଜେଲ୍ ନଅ ଟଙ୍କା ମହଙ୍ଗା ହୋଇଥିଲା । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢି ଚାଲି ଥିଲା ।

ସାଧାରଣ ଜନତାଙ୍କ ଆ-କ୍ରୋ-ଶ ବଢିବାରେ ଲାଗିଥିଲା । ଶେଷରେ ପେଟ୍ରୋଲ ଓ ଡିଜେଲ୍ ଦରଦାମ ବୃଦ୍ଧି ଉପରେ ବ୍ରେକ୍ ଲାଗିଛି । ଏହା ପୂର୍ବରୁ ପେଟ୍ରୋଲ ଲଗାତାର ସାତ ଦିନ ଏବଂ ଡିଜେଲ୍ ମୂଲ୍ୟ ଲଗାତାର ୬ ଦିନ ୩୫-୩୫ ପଇସା ବଢି ଚାଲିଥିଲା । ମଙ୍ଗଳବାର ମଧ୍ୟ ତୈଳ କମ୍ପାନୀ ପେଟ୍ରୋଲ ଦାମ ୩୫ ପଇସା ବଢାଇଥିଲେ । ହେଲେ ଉପ ନିର୍ବାଚନରେ ଝ-ଟ-କା ଲାଗିବା ପରେ ସରକାର ଚେତିଛନ୍ତି ।

ତେବେ ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ସବୁଠୁ ଅଧିକ ଉତ୍ପାଦ ଶୁଳ୍କ ଆଦାୟ କରୁଥିଲେ । ଗତ ବର୍ଷ ପେଟ୍ରୋଲ ଲିଟର ଉପରେ ଉତ୍ପାଦ ଶୁଳ୍କ ୧୯.୯୮ ଟଙ୍କାରୁ ବଢାଯାଇ ୩୨.୯ ଟଙ୍କା କରାଯାଇଥିଲା । ସେହି ପରି ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ୩୧.୮୦ ଟଙ୍କା ଆଦାୟ କରା ଯାଉଥିଲା ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସହ ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଥିଲା । ଏହା ପରେ ବି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିନଥିଲେ । ଏହି କାରଣରୁ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଥିଲା । ଅନେକ ସହରରେ ଡିଜେଲ୍ ଶତକ ଛୁଇଁଥିଲା ।

Leave a Reply

Your email address will not be published. Required fields are marked *