ଗୋଡ ଦରଜ, ଆଣ୍ଠୁ ଗଣ୍ଠି ଦରଜ, କମଜୋରି, Calcium ର ଅଭାବ ଭଳି ସମସ୍ୟାରେ ଚିନ୍ତିତ ଅଛନ୍ତି କି ? ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 4 ଟି ଜିନିଷ- Health Tips

ନମସ୍କାର ବନ୍ଧୁଗଣ ଆଜି କାଲି ର ମନୁଷ୍ୟ ନିଜ କାମ ପାଇଁ ଏତେ ଚିନ୍ତା ରେ ରହୁଛି କି ନିଜର ଯତ୍ନ ମଧ୍ୟ ଠିକ ରେ ନେଉ ନାହାନ୍ତି । ଥକି କରି ବିଛଣାରେ ଶୋଇଲା ବେଳେ ହାତ ଗୋଡ଼ ବହୁତ ଜୋରରେ ବିନ୍ଧିବା ଆରମ୍ଭ ହେଉଛି । ଏହା ଦ୍ୱାରା ଲୋକ ମାନଂକୁ ଶୋଇବା ରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଗୋଡ଼ ବିନ୍ଧା ଦ୍ୱାରା ଲୋକ ମାନଂକୁ ଭଲ ନିଦ ମଧ୍ୟ ଆସେ ନାହିଁ ଏବଂ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥାଏ ।

ଏହା ହେବାର କାରଣ ହେଉଛି ଆମ ଶରୀର ରେ କିଛି ପୋଷକ ତତ୍ତ୍ୱ ର ଅଭାବ ଯୋଗୁଁ । ଶରୀର ରେ ସଠିକ ଭାବରେ ଏବଂ ସଠିକ ପରିମାଣ ରେ ପୋଷକ ତତ୍ତ୍ୱ ନ ମିଳିବା ଯୋଗୁଁ ଆମ ଶରୀର ଦୁର୍ବଳ ହୋଇ ଯାଏ ଏବଂ ଏହି ଭଳି ଗୋଡ଼ ବିନ୍ଧା ଆରମ୍ଭ ହୋଇ ଯାଏ ।

ମୁଖ୍ୟତଃ ଆମକୁ ପୃଷ୍ଟିକର ଖାଦ୍ୟ ଖାଇବା ଦ୍ଵାରା ହିଁ ଶରୀର ରେ ପୋଷକ ତତ୍ତ୍ୱ ମିଳିଥାଏ କିନ୍ତୁ ଆଜି କାଲି ର ବାହାର ତେଲ ମସଲା ଏବଂ କେମିକାଲ ମିଶ୍ରିତ ଜିନିଷ କୁ ଖାଇବା ଦ୍ୱାରା ଆମକୁ ପୋଷକ ମିଳୁ ନାହିଁ ଏବଂ ପୋଷକ ପ୍ରାପ୍ତ ନ କରିବା ଯୋଗୁଁ ଆମ ଶରୀର ଦିନ କୁ ଦିନ ଦୁର୍ବଳ ହେଉଛି ଏବଂ ରକ୍ତ ମଧ୍ୟ କମିଯାଉଛି । ଏହାର ଆଉ ଏକ କାରଣ ହେଉଛି ଆମେ ଅଳ୍ପ ପାଣି ପିଇଥାଉ ଏହା ଯୋଗୁଁ ମଧ୍ୟ ଏହି ସମସ୍ୟା ହୋଇଥାଏ । ତେବେ ଏଥିପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି ତେବେ ଆସନ୍ତୁ ଜାଣିନେବା ସେହି ଘରୋଇ ଉପଚାର ଗୁଡ଼ିକ କଣ କଣ ।

୧- ପ୍ରଥମ ଉପାୟ ଟି ହେଉଛି ପାଣି । ଆମ ଶରୀରରେ ପାଣି ର ଭୂମିକା ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଶରୀର ରେ କେବେବି ଜଳୀୟ ଅଂଶ ର ଅଭାବ କରିବାକୁ ଦିଅନ୍ତୁ ନାହିଁ । ଅଧିକ ମାତ୍ରାରେ ପାଣି ପିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣ ଅନେକ ରୋଗ ରୁ ମୁକ୍ତ ହୋଇ ପାରିବେ ଏବଂ ଶରୀର ସୁସ୍ଥ ଏବଂ ସତେଜ ରହିବ ।

୨- ଦ୍ୱିତୀୟ ଉପାୟ ଟି ହେଉଛି ଯେଉଁ ଠାରେ ଆପଣଙ୍କ ଗୋଡ଼ ବିନ୍ଧୁଛି ତେବେ ସେହି ସ୍ଥାନରେ ସେକ ଦେଇ ଦେବା ଉଚିତ । ନଚେତ ଗରମ ପାଣି ରେ ଲୁଣ ପକାଇବେ ଏବଂ ସେଥି ରେ ନିଜ ପାଦ କୁ ରଖିବେ । ଏହା ଦ୍ୱାରା ମଧ୍ୟ ଅନେକ ଦରଦ କମିଯିବ ।

୩- ତୃତୀୟ ଉପାୟ ଟି ହେଉଛି ସବୁଜ ପନି ପରିବା । ସବୁଜ ପନି ପରିବାର ଅନେକ ଭିଟାମିନ ଏବଂ କ୍ୟାଲସିୟମ ଆଦି ଥାଏ ଯାହା ଆମ ଶରୀର ରେ ପୋଷକ ତତ୍ତ୍ୱ କୁ ବୃଦ୍ଧି କରାଏ ଏବଂ ଶରୀର ଦୁର୍ବଳ ହେବାରୁ ମଧ୍ୟ ବଞ୍ଚିତ ହେଇ ପାରିବେ ।

୪- ଚତୁର୍ଥ ଉପାୟ ହେଉଛି ଆପଣ ଅଣ୍ଡା,ଅଖରତ, ବ୍ରକୋଳି, କାଜୁ,ଖଜୁରୀ ଆଦି ଖାଇ ପାରିବେ । ଏହା ଯୋଗୁଁ ଭିଟାମିନ, କ୍ୟାଲସିୟମ, ମାଗନେସିୟମ ଆଦି ପଦାର୍ଥ ପ୍ରାପ୍ତ ହୋଇଥାଏ ।

୫- ପଞ୍ଚମ ଉପାୟ ହେଉଛି ଦୁଇ ଟି ଖଜୁରୀ ନିଆନ୍ତୁ । ଦଶ ରୁ ବାର ଟି କିଶମିଶ ନିଅନ୍ତୁ ପାଞ୍ଚଟି ବାଦମ ଏବଂ ଦୁଇଟି ଅଖରତ । ଏହାକୁ ଭିଜେଇ କି ନିଜ ଉପଯୋଗ ରେ ଲଗାଇ ପାରିବ । ଏହାକୁ ପୁରା ରାତି ମଧ୍ୟ ଭିଜେଇ କରି ରଖନ୍ତୁ ଏବଂ ପାଣି ରୁ କାଢ଼ି କୁଟି କରି ଏବଂ ଗୋଟିଏ କ୍ଷୀର ରେ ଏହାକୁ ମିଶେଇ ପିଇ ପାରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *