ଆଜି ଏତେ ବର୍ଷ ପରେ ବହୁତ ବଦଳି ଯାଇଛନ୍ତି TV ସିରିଏଲ ସାଥ ନିଭାନା ସାଥୀୟା ରେ ସ୍ଵାମୀ-ସ୍ତ୍ରୀ ଅଭିନୟ କରିଥିବା ଏହି ଯୋଡି

ସାଥ ନିଭାନା ସାଥୀୟା ସିରିଏଲରେ ଜିଗର ମୋଦିଙ୍କ ଜବରଦସ୍ତ ଭୂମିକାରେ କାମ କରିଥିବା ଅଭିନେତାଙ୍କ ଆସଲି ନାଁ ହେଉଛି ବିଶାଲ ସିଂହ । ତାଙ୍କର ଜନ୍ମ ୧୯୮୫ ମସିହା ପଞ୍ଝାବର ଭଟିଣ୍ଡା ସହରରେ ହୋଇଥିଲା । ସେ ତାଙ୍କର ପାଠପଢା ମଧ୍ୟ ଏହି ଠାରେ ପୂରଣ କରିଥିଲେ । ସେ ତାଙ୍କର ଅଭିନୟ ଜୀବନର ଆରମ୍ଭ ୨୦୦୬ ରେ ଆସିଥିବା ସିରିଏଲ କସମ ସେ ରୁ କରିଥିଲେ ।

ସେହି ସିରିଏଲ ସରିବା ପରେ ସେ ସାଥ ନିଭାନା ସାଥୀୟା ସିରିଏଲରେ ଜିଗର ମୋଦିଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଅଭିନୟରୁ ଦର୍ଶକମାନଙ୍କର ବହୁତ ପ୍ରିୟ ହୋଇ ଯାଇଥିଲେ । ଏହା ପରେ ସେ କୁଛ ଇସ ତରା ଓ ପରବରିସ ଭଳି ସିରିଏଲରେ କାମ କରିଛନ୍ତି ।

ସେହି ସିରିଏଲରେ ରାଶି ଭଳି ଖଳନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାଁ ରୁଚା ହାଜବନ୍ସି ଅଟେ । ସେ ୮ ଫେବୃଆରୀ ୧୯୮୮ ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମ ହୋଇଥିଲେ । ସେ ଏହି ଠାରୁ ତାଙ୍କର ପାଠପଢା ମଧ୍ୟ ପୁରା କରିଥିଲେ । ସେ ୨୦୦୨ ମସିହାରେ ଏକ ମରାଠୀ ସିରିଏଲରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ସେ ଏହାର କିଛି ବର୍ଷ ୨୦୧୦ ମସିହାରେ ରେ ଆସିଥିବା ସିରିଏଲ ସାଥ ନିଭାନା ସାଥୀୟାରେ ରାଶି ଭୂମିକାରେ ଜବରଦସ୍ତ ଅଭିନୟ କରିଥିଲେ ।

ସାଥ ନିଭାନା ସାଥୀୟା ସିରିଏଲ ଏବେ ତିନି ବର୍ଷ ହେବ ସରି ଯାଇଥିବା ବେଳେ , ସେଥିରେ ଅଭିନୟ କରିଥିବା ବିଶାଲ ସିଂହ ଏବେ ୩୪ ବର୍ଷ ବୟସର ହୋଇ ସାରିଲେଣି ଓ ରୁଚା ହାଜବନ୍ସିଙ୍କୁ ଏବେ ୩୨ ବର୍ଷ ହୋଇ ସାରିଲାଣି । ବିଶାଲ ସିଂହ ଜଣେ ବହୁତ ସାଧାରଣ ହୋଇଥାନ୍ତି ଓ ସେ ତାଙ୍କ ପରିବାର ସହିତ ସବୁବେଳେ ସମୟ କାଟିଥାନ୍ତି ।

ସେ ଏହି ସିରିଏଲ ପରଠାରୁ ଏ ପର୍ଯ୍ୟନ୍ତ ଆଉ କୌଣସି ସିରିଏଲରେ କାମ କରି ନାହାନ୍ତି । ସେ ବର୍ତ୍ତମାନ ଅଭିନୟ ଜଗତରୁ ବହୁତ ଦୂରରେ ରହୁଛନ୍ତି । ସେହିଭଳି ରାଶି ଭୂମିକାରେ ଅଭିନୟ କରିଥିବା ରୁଚା ହାଜବନ୍ସି ଏହି ସିରିଏଲ ସରିବା ପରେ ସେ ବିଲଡର ରାହୁଲ ଜଗଡାଲଙ୍କ ସହିତ ବିବାହ କରିଥିଲେ ।

ସେ ଭଲପାଇ ବିବାହ କରିଥିଲେ । ବର୍ତମାନ ତାଙ୍କର ଏକ ଝିଅ ମଧ୍ୟ ଅଛି । ସେ ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି । ତେବେ ଆପଣଙ୍କୁ ମାନଙ୍କୁ ଏହି ଦୁଇ ଜଣ କଳାକାରଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ଜଣାଇବେ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *