ବର୍ତ୍ତମାନର ସବୁଠୁ ବଡ ଖବର, ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ କେବେ ଠାରୁ ?

ବନ୍ଧୁଗଣ ଗତ ଦେଢ ବର୍ଷ ହେବ ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ଜାରି କରଯାଇଥିଲା । ଲକଡାଉନ କାରଣରୁ ଲୋକ ମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଥିଲା । ଗତ କିଛି ମାସ ହେବ ଲକଡାଉନକୁ ଖୋଲା ଯାଇଛି ଓ ଦେଶର ସ୍ଥିତି ଧୀରେ ଧୀରେ ସୁଧୁରୁଛି କିନ୍ତୁ ବନ୍ଧୁଗଣ ଲକଡାଉନ ଖୋଲିବା ମାତ୍ରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଥିଲେ । ବନ୍ଧୁଗଣ ଗତ କିଛି ମାସ ହେବ ତୈଳ ଦର ବୃଦ୍ଧି ହୋଇ ହୋଇ ୧୦୦ ଟଙ୍କା ଉପରେ ହେଲାଣି ।

ତୈଳ ଦର ବୃଦ୍ଧିକୁ ନେଇ ଲୋକ ମାନଙ୍କ ଚିନ୍ତା ବଢିବାରେ ଲାଗିଛି । ତୈଳ ଦର ବୃଦ୍ଧି କରିବା ପାଇଁ ବିରୋଧୀ ଦଳ ଅନେକ ଷ୍ଟ୍ରାଇକ ମଧ୍ୟ କରୁଛନ୍ତି ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁ ନାହିଁ । ତେବେ ବନ୍ଧୁଗଣ ତୈଳ ଦରକୁ ନେଇ ଏବେ ଗୋଟେ ବଡ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ । ଭାରତ ଗଚ୍ଛିତ ରଖିଥିବା ଅଶୋଧିତ ତୈଳରୁ ୫୦ ଲକ୍ଷ ବ୍ୟାରେଲ ବାହାର କରିବ । ସମାନ ସମୟରେ ଆମେରିକା, ଜାପାନ, ଚୀନ ଏବଂ କୋରିଆ ମଧ୍ୟ ସେମାନଙ୍କ ଗଚ୍ଛିତ ତୈଳ ବାହାର କରିବେ । ଏ ସବୁ ଦେଶ ସହିତ ଆଲୋଚନା କରି ଅଶୋଧିତ ତୈଳ ବାହାର କରିବା ଭାରତ ।


ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଏବେ ଭାରତ ପାଖରେ ଦୁଇ କୋଟି ୬୫ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଗଚ୍ଛିତ ଅଛି । ଅତ୍ୟାବସକୀୟ ସାମଗ୍ରୀର ଦର ଦାମ ହ୍ରାସ ପାଇଁ ଗଚ୍ଛିତ ଅଶୋଧିତ ତୈଳ ବ୍ୟବହାର କରିବାକୁ ଅନ୍ୟ ଦେଶ ମାନଙ୍କୁ ଆମେରିକା କହିଛି । ଆମେରିକା ୫ କୋଟି ବ୍ୟାରେଲ ଅଶୋଧିତ ତୈଳ ବାହାର କରିବ । ତୈଳ ଉତ୍ପାଦନ କମ ଥିବାର ଆନ୍ତର୍ଜାତୀୟ  ବଜାରରେ ଅଶୋଧିତ ତୈଳ ଦର ଅଧିକ ରହିଛି ।


ଗଚ୍ଛିତ ତୈଳ ବାହାର କଲେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ଶସ୍ତା ହେବ । କିଛି ଦିନ ପୂର୍ବରୁ ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ କରିଥିଲେ କେନ୍ଦ୍ର ସରକାର । ଏହା ପରେ ଅନେକ ରାଜ୍ୟ ଭାଟ ହ୍ରାସ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *