Breaking News: ଆଗକୁ ଆସୁଛି ବଡ ବିପଦ !

ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହର ପରଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିଲା ଆଉ ଏବେ ଏହାର ଦର ୧୦୦ ଟଙ୍କାରୁ ଅଧିକ ଅଛି । ପେଟ୍ରୋଲ ଓ ଡିଜେଲ ଦର ଲୋକ ମାନଙ୍କର ଚିନ୍ତା ବଢାଇଛି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆଗୁଛି ଆସୁଛି ବଡ ବିପଦ ଏହି ୧୦ ଦିନରେ ପେଟ୍ରୋଲ ଓ ଡିଜେଲ ୬ ଲିଟର ପିଛା ଟଙ୍କା ବଢିଲାଣି ।


ଏବେ ଆହୁରି କଠିନ ସମୟ ଆସୁଛି ଆସନ୍ତା ୧୫ ଦିନ ଯାଏଁ ଏଭଳି ଦର ବୃଦ୍ଧି ଜାରି ରହିବ ପ୍ରତି ଦିନ ଲିଟର ପିଛା ୮୦ ରୁ ୯୦ ପଇସା ବଢିବ । ଏଭଳି ଚେତାବନୀ ଦେଲେଣି ବିଶେଷଜ୍ଞ । ତେଣୁ ଅଧିକ ଦର ଦେବାକୁ ଖାଉଟିଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ଏହାକୁ ବିଚାରରେ ଯଦି ନିଆଯାଏ ତେବେ ନିକଟ ଭବିଷ୍ୟତରେ ମହଙ୍ଗା ମାଡରୁ ଆଉ ନିସ୍ତାର ନାହିଁ ।

ଏବେ କେବଳ କେନ୍ଦ୍ର ଓ ରାଜ୍ୟ ସରକାର ହିଁ ଭରସା । ଯଦି ଉଭୟ ସରକାର ଟିକସ ଛାଡ ପାଇଁ ନିଷ୍ପତ୍ତି ନେବେ ତା ହେଲେ ଖାଉଟି କିଛି ରିହାତି ପାଇବେ । ଏହା କହିଛନ୍ତି ପେଟ୍ରୋଲ ପମ୍ପ ଡିଲର ମାନେ । ସେପଟେ ପେଟ୍ରୋଲ ଡିଜେଲ ମହଙ୍ଗା ହେବାରୁ ଏହାର ସିଧା ସଳଖ ପ୍ରଭାବ ଫଳ, ପନିପରିବା ଉପରେ ପଡିଛି ।

ପରିବହନ ଖର୍ଚ୍ଚ ବଢୁ ଥିବାରୁ ଏବେ ସବୁ ମହଙ୍ଗା ହେଲାଣି । ଫଳ ଦାମ ୧୦ ରୁ ୨୦ ପ୍ରତିଶତ ବଢିଛି । ଏହା ବାଦ ବିଲାତି, ମଟର ଛୁଇଁ ଓ ଡାଳିମ୍ବର ଦାମ ମଧ୍ୟ ବଢିଛି । ତେବେ ସାଧାରଣ ଲୋକଙ୍କ ପାଇଁ ଏତିକିରେ କଥା ଅଟକି ନାହିଁ ଯୁଦ୍ଧ ଯୋଗୁଁ ଖାଇବା ତେଲ ଦାମରେ ଯଥେଷ୍ଟ ବୃଦ୍ଧି ହୋଇଛି ।

ଏହି ଦାମ ଆହୁରି ବଢିବାର ଆଶଙ୍କା କରିଛନ୍ତି ବ୍ୟବସାଇ  । ତେବେ ମହଙ୍ଗା ମାଡ ଯୋଗୁଁ ଘରର ବଜେଟ କମାଇବା ପାଇଁ ଆରମ୍ଭ କରିଛନ୍ତି ଲୋକେ । ଏପରି କି ଲୋକଙ୍କ କ୍ରୟ ଶକ୍ତି ମଧ୍ୟ କମିବା ଆରମ୍ଭ ହୋଇଛି । ଏହାର ପ୍ରଭାବ ମଧ୍ୟ ଅର୍ଥନୀତି ଉପରେ ପଡିବା ଆରମ୍ଭ ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *