ସାବଧାନ ! ମାଡି ଆସୁଛି ଆଉ 2 ଟି ଲଘୁଚାପ (Low Pressures), ଆଗ ପଛ ହୋଇ ଓଡିଶା ମୁହାଁ, ଦେଖନ୍ତୁ ଓଡିଶା ଉପରେ ରହିଛି କେତେ ବିପଦ ?

ବନ୍ଧୁଗଣ ଘରୋଇ ପାଣିପାଗ ସଂସ୍ଥା ତରଫରୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ଓଡିଶାର ଦୁଇଟି ଲଘୁଚାପର ସାମ୍ନା କରିବାକୁ ପଡିବ । ଦୁଇଟି ଲଘୁଚାପ ଓଡିଶା ଆଡେ ମୁହାଁ ହୋଇଛି । ଚଳିତ ମାସରେ ବଙ୍ଗପ ସାଗରରେ ଗୋଟେ ପରେ ଗୋଟେ ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ଏହି ସେପ୍ଟେମ୍ବରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।

ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଦୁଇଟି ଲଘୁଚାପ ଏକା ସମୟରେ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଟି ଲଘୁଚାପ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଘରୋଇ ପାଣିପାଗ ସଂସ୍ଥା ସ୍କାଏ ମିଟର ଆକଳନ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗପ ସାଗରରେ ଆଜି ସନ୍ଧ୍ୟାରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।

ଏହି ଲଘୁଚାପଟି ଉତ୍ତର-ଓଡିଶା ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ଯାହାର ସୂଚନା ଭାରତୀୟ ପାଣିପାଗ ସୂଚନା ପୂର୍ବରୁ ଦେଇସାରିଛି । ତେବେ ଓଡିଶାରେ ଗତ କାଲି ଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଦ୍ଵିତୀୟ ଲଘୁଚାପଟି ଉତ୍ତର-କେନ୍ଦ୍ରୀୟ ବଙ୍ଗପ ସାଗରରେ ଆସନ୍ତା କାଲି ସୃଷ୍ଟି ହେବାର ରହିଛି । ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଆଡକୁ ଗତି କରିବ ବୋଲି ଅନୁମାନ କରାଯାଇଛି । ଏହାର ପ୍ରଭାବରେ ୨୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ଭିଏତନାମ ଉପକୂଳରେ ଡିପ ଡିପ୍ରେସନ ଆକାରରେ ଏହା ରହିଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ବଙ୍ଗପ ସାଗରରେ ପ୍ରବେଶ କରିବା ବେଳକୁ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି କୁହାଯାଉଛି । ଆଜିକୁ ଆସନ୍ତା କାଲି ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ କେବଳ ଓଡିଶା ନୁହେଁ ପଶ୍ଚିମ ବଙ୍ଗ, ଛତିଶଗଡ, ଝାଡଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *