ଜୁନରେ 12 ଦିନ ବ୍ୟାଙ୍କ ବନ୍ଦ, ହଲିଡେରେ ନୋଟ୍ ପରିବର୍ତ୍ତନ ହେବ ନାହିଁ, RBI ର ଛୁଟି ତାଲିକା

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷ ମଇ ମାସରେ 2 ହଜାର ଟଙ୍କିଆ ନୋଟ୍ ବନ୍ଦ ଘୋଷଣା କରିଛି RBI । ନୋଟ୍ ବନ୍ଦ ବାର୍ତ୍ତା ଲୋକମାନଙ୍କୁ ଚକିତ କରୁଥିବା ବେଳେ ଡିସେମ୍ବର ମାସ ସୁଧା ସମୟ ଦିଆଯିବା ଲୋକମାନଙ୍କ ଭିତରେ କୋଳାହଳ ସୃଷ୍ଟି କଲାଣି । RBI ଯେଉଁ ଜନସାଧରଣଙ୍କ ବ୍ୟାଙ୍କରେ ଖାତା ନାହିଁ ସେମାନେ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ଯେକୋଣସି ସ୍ଥାନୀୟ ବ୍ୟାଙ୍କରେ ୨୦ ହାଜର ଯାଏ ପରିବର୍ତ୍ତନ  କରିପାରିବେ ବୋଲି କୁହାଯାଇଛି ।

ତେବେ ଆସନ୍ତା ଜୁନ ମାସରେ ଯେଉଁମାନେ ୨ ହାଜର ଟଙ୍କିଆ ନୋଟ୍ ପରିବର୍ତ୍ତନ କରିବାକୁ ଚାହୁଛନ୍ତି । ସେମାନଙ୍କ ନିମନ୍ତେ ବଡ ଖବର । ଆସନ୍ତା ଜୁନ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କର ହଲିଡେରେ ପରିବର୍ତ୍ତନ ହୋଇପାରିବ ନାହିଁ ନୋଟ୍ । ଯଦି ଆପଣଙ୍କ ପାଖରେ ୨ ହାଜର ଟଙ୍କିଆ ନୋଟ୍ ଅଛି ଏବଂ ତାହାକୁ ଜୁନ ମାସରେ ବଦଳାଇବାକୁ ଚାହାନ୍ତି ତେବେ ଆପଣମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଖବର ଅଟେ ।

ଜୁନ ୨୦୨୩ ରେ ବ୍ୟାଙ୍କ ମୋଟାମୋଟି  ବାର ଦିନ ବନ୍ଦ ରହିବ ଏହି ଛୁଟି ମଧ୍ୟରେ ରବିବାର ଓ ଦ୍ଵିତୀୟ ଶନିବାର ଛୁଟି ସାମିଲ ହୋଇଛି ।  RBIର ଘୋଷଣା ଅନୁଯାୟୀ ସେପ୍ଟେବର ୩୦ ପର୍ଯ୍ୟନ୍ତ ନୋଟ୍ ବିନିମୟ କରିପାରିବେ ତେଣୁ ଆପଣ ଯଦି ଜୁନ ମାସରେ ନୋଟ ବିନିମୟ ଯୋଜନା କରୁଛନ୍ତି ତେବେ ଥରେ ବ୍ୟାଙ୍କ ଛୁଟି ତାଲିକାକୁ ତଦନ୍ତ କରିବା ଉଚିତ୍ ।

ଜୁନ ୪ ତାରିଖ ରହିବାର ପାଇଁ ବନ୍ଦ ଜୁନ ୧୦ ତାରିଖ ଦ୍ଵିତୀୟ ଶନିବାର, ଜୁନ ୧୧  ତାରିଖ ରବିବାର, ଜୁନ ୧୫ ତାରିଖ ରଜ ସଂକ୍ରାନ୍ତି, ଜୁନ ୧୮ ତାରିଖ ରବିବାର , ଜୁନ ୨୦ ତାରିଖ ମଙ୍ଗଳବାର ରଥଯାତ୍ରା, ଜୁନ ୨୪ ତାରିଖ ଚର୍ତୁର୍ଥ ଶନିବାର, ଜୁନ ୨୫ ତାରିଖ ରବିବାର, ଜୁନ ୨୬ ତାରିଖ ଖାଚି ପୂଜା ଯୋଗୁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ ।

ଜୁନ ୨୮ ତାରିଖ ଇଦୁଲ ଓଝା କାରଣରୁ କେରଲ, ମହାରାଷ୍ଟ୍ର, ଜାମୁ କାଶ୍ମୀରର ବ୍ୟାଙ୍କ ବନ୍ଦ ରହିବ ସେହିପରି ଜୁନ ୩୦ ତାରିଖ ରିମା ଇଦୁଲ ଉଜା କାରଣରୁ ଓଡିଶା ଓ ମିଜୋରାମରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବାର ସୂଚନା ମିଳିଛି । ତେବେ ଆପଣ ଏହି ଦିନମାନଙ୍କରେ ନୋଟ୍ ପରିବର୍ତ୍ତନ କରିପାରିବେ ନାହିଁ । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *