ଆଜିର ରାଶିଫଳ ସମ୍ପୁର୍ଣ୍ଣ 12ଟି ରାଶିର ଭାଗ୍ୟଭବିଷ୍ୟ, 8 ମାର୍ଚ୍ଚ 2020 ଆସନ୍ତୁ ଜାଣିବା

ରାଶିଫଳର ଆମ ଜୀବନରେ ବହୁତ ମହତ୍ୱ ରହିଥାଏ । ରାଶି ଅନୁସାରେ ବ୍ୟକ୍ତି ର ସ୍ଵଭାବ ଓ ଭବିଷ୍ୟ ବିଷୟରେ ସୂଚନା ମିଳିଥାଏ । ଗ୍ରହ ଚଳନ ପରିବର୍ତ୍ତନ ହେବାରୁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । 9 ମାର୍ଚ୍ଚ ଦିନ ଆପଣଙ୍କ ପାଇଁ କେମିତି ରହିବ? ଆଜିକା ଦିନରେ ଆପଣଙ୍କ ଜୀବନରେ କି କି ପରିବର୍ତ୍ତନ ହେବ? ସବୁ ପ୍ରଶ୍ନ ର ଉତ୍ତର ଆଜିର ଏ ରାଶିଫଳ ରେ ପାଇବେ। ଆସନ୍ତୁ ଜାଣିବା ରାଶିଫଳ ।

ମେଷ-

କଥାବାର୍ତ୍ତା ରେ ମଧୁରତା ଆଣିବାକୁ ଚେଷ୍ଟା କରିବେ । ପଡୋଶୀ ଙ୍କ ସହ ବାଦ ବିବାଦ ହୋଇପାରେ, ତେଣୁ ଆଜିର ଦିନ ଆପଣ ସାବଧାନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ବୁଝି ବିଚାରି କାମ କରନ୍ତୁ, ନଚେତ ସ୍ଥିତି କଷ୍ଟଦାୟକ ହୋଇପାରେ।ଶାରୀରିକ ଓ ମାନସିକ ସମସ୍ୟା ଆସିପାରେ। ବ୍ୟର୍ଥ ଚିନ୍ତାର ସମ୍ଭାବନା ରହିଛି। ନୂଆ କାମ ପାଇଁ ସମାୟ ଅନୁକୂଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ଲାଭଦାୟକ ହୋଇପାରନ୍ତି। ସାମାଜିକ କାର୍ଯ୍ୟକ୍ରମ ରେ ଭାଗ ନେଇପାରନ୍ତି।

ବୃଷ-

ଅଟକିଥିବା କାମ ପୁରଣ ହେବ। ଆୟ ଅନୁସାରେ ଅଧିକ ଧନ ବ୍ୟୟ ହେବ । କୋର୍ଟ କଚେରୀ ମାମଲାରେ ସାବଧାନ ରହିବେ। ବନ୍ଧୁଙ୍କ ସହ ମଜା ମସ୍ତି ରେ ସମୟ କଟିବ। କୌଣସି ଚାପରେ ପଡ଼ି ନିଜ ଭାବନାକୁ ଲୁଚାନ୍ତୁନି। ନିଜ ଭାବନା କୁ ଅନ୍ୟ ସହ ଆଲୋଚନା କଲେ ଲାଭ ପାଇପାରିବେ।ଦିନ ଟି ପ୍ରସନ୍ନତା ପୂର୍ବକ ରହିବ। ଶିକ୍ଷା କ୍ଷେତ୍ରରେ ଭଲ ଫଳାଫଳ ମିଳିବ। ଧନ ତୁମ ଇଚ୍ଛା ଅନୁସାରେ ମିଳିବ ନାହିଁ। ପିଲାମାନେ ଭବିଷ୍ୟତ ଯୋଜନା କରିବା ଅପେକ୍ଷା ଘର ବାହାରେ ସମୟ ବିତେଇ ଆପଣଙ୍କୁ ନିରାଶ କରିପାରନ୍ତି।

ମିଥୁନ –

ଦୃଢ଼ ନିର୍ଣ୍ଣୟ ନେଇପାରନ୍ତି । ବେପାର କ୍ଷେତ୍ରରେ ନିର୍ଣ୍ଣୟ ନେବାରେ ଡେରି କରନ୍ତୁ ନାହିଁ । ପ୍ରତିଯୋଗୀ ମାନଙ୍କୁ ଭାଗ ନେବାରେ ଆଜିର ଦିନ ଶୁଭ ହେବ। ପରିଶ୍ରମ ସହ କାମ କରିବେ । ଆଜି ଆପଣ ଉତ୍ସାହିତ ରହିବେ। କାମରେ ହୁସିଆର୍ ରୁହନ୍ତୁ। ଯଦି କୌଣସି ସମସ୍ୟା ଆସେ ତ ଶୀଘ୍ର ତାର ପ୍ରତିକାର ମିଳିବ ଓ ଆପଣ ଶାନ୍ତିରେ ନିଃଶ୍ୱାସ ନେଇ ପାରିବେ ।

କର୍କଟ-

କଥାବାର୍ତ୍ତା ରେ ସଂଜମ ରଖନ୍ତୁ।ପାରିବାରିକ ଜୀବନ ସୁଖମୟ ହେବ। ପ୍ରଶଂସା ମିଳିବ। ସାମାଜିକ ଓ ଧାର୍ମିକ କାମ ପାଇଁ ଦିନଟି ଶୁଭ। ନୂଆ କାମରେ ସଫଳତା ମିଳିବ। ମାନସିକ ପ୍ରଭାବ ହେଲେ ବି ସ୍ବାସ୍ଥ୍ୟ ଭଲ ରହିବ। ବାସ୍ତବିକତା ସାମ୍ନାରେ ଥାଇ ମଧ୍ୟ ଚିନ୍ତାରେ ପଡିବେ।

ସିଂହ-

ସ୍ବାସ୍ଥ୍ୟ ମଧ୍ୟମ ଧରଣର ରହିବ । କଥାବାର୍ତ୍ତା ରେ ସଂଜମ ରଖନ୍ତୁ। କାମରେ ଅଧିକାରୀଙ୍କ ସହଯୋଗ ମିଳିବ। ଆୟ ବୃଦ୍ଧି ହେବ। ବ୍ୟର୍ଥ ଭ୍ରମଣରେ ଥକ୍କା ଅନୁଭବ କରିବେ। ଖର୍ଚ୍ଚ ଚିନ୍ତାରେ ମନ ଅଶାନ୍ତ ରହିବ। ଦୈନିକ କାମରେ ଦିନ ବିତିବ। ସମ୍ପର୍କୀୟ ଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ପ୍ରାକୃତିକ ସୁନ୍ଦରତା ଅନୁଭବ କରିବେ। ନିଜ ପକ୍ଷ ରଖିବା ପୂର୍ବରୁ ଅନ୍ୟ କଥା ଶୁଣନ୍ତୁ।

କନ୍ୟା-

ବ୍ୟବସାୟରେ ନିୟନ୍ତ୍ରଣ ରଖନ୍ତୁ। ମନୋରଞ୍ଜନ କାମରେ ସାମିଲ୍ ହେବେ। ପରିବାର କାରଣରୁ ମନ ଅଶାନ୍ତି ରହିବ। ମହତ୍ୱ କାମରେ ଆଳସ୍ୟ କରନ୍ତୁନି । ପାଠପଢ଼ା କ୍ୟାରିଅର ଆଗକୁ ବଢିବ।ଖର୍ଚ୍ଚ ବଢିପାରେ, ଏଥିପ୍ରତି ଧ୍ୟାନ ରଖନ୍ତୁ। ଆଳସ୍ୟ ତ୍ୟାଗ କରନ୍ତୁ। ନୂଆ କାମ ଶିଖିବେ ଓ ନୂଆ ଅନୁଭବ ମିଳିବ।

ତୁଳା-

କାର୍ଯ୍ୟ ରେ ଲାଭ ହେବ।ଅଟକିଥିବା କାମ ସଫଳତାର ସହ ପୁରଣ ହେବ। ଚାକିରି ରେ ପଦୋନ୍ନତି ଓ ବେତନ ବଢିପାରେ । ଧନ ସମ୍ବନ୍ଧିତ ସମସ୍ୟା ରୁ ମୁକ୍ତି ମିଳିବ। ଲୋକଙ୍କ ପ୍ରତି ମନରେ ଦ୍ୱେଷ ଭାବ ରଖନ୍ତୁ ନାହିଁ । ଆପଣଙ୍କୁ ଲାଭ ପାଇଁ ଜଖମ ଲାଗିପାରେ।

ବିଛା-

କାହାର ବିରୋଧ କରନ୍ତୁନି । ନିଜ ଇଚ୍ଛାରେ କାମ କରିପାରିବେ ନାହିଁ, ତେଣୁ ନିଜକୁ ପ୍ରସ୍ତୁତ ରଖନ୍ତୁ । ଆତ୍ମବିଶ୍ବାସ ରେ କମ୍ ଯୋଗୁଁ ସଫଳତା କମ ମିଳିବ। ରାଗରେ ନିୟନ୍ତ୍ରଣ ରଖନ୍ତୁ । ପୂର୍ବ ଭୁଲକୁ ସୁଧାରିବାରେ ସୁଯୋଗ ମିଳିବ।କାହା ସହ ବିବାଦ କଲେ ଖରାପ ପ୍ରଭାବ ପଡ଼ିପାରେ । ନିଜ ପରିବାର ଲୋକଙ୍କ ସହ ଝଗଡ଼ା ହେବାର ପ୍ରବଳ ସମ୍ଭାବନା ରହିଛି । ଯଦି କେଉଁ କାରଣରୁ ଉତେଜିତ ହେଉଛନ୍ତି ତ କଥା ବୁଝିବା ଯାଏ ନିଜ ରାଗକୁ ନିୟନ୍ତ୍ରଣ ରଖନ୍ତୁ।

ଧନୁ-

ଗୃହସ୍ଥ ଜୀବନରେ ମଧୁରତା ଆସିବ। ଆଜିର ଦିନ ଟି ଅନୁକୂଳ ରହିବ । କାର୍ଯ୍ୟକୁ ସରଳ ଭାବରେ ପୂରଣ କରିବେ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। କାହାର କଥାରେ ହଟାତ ଜବାବ ଦିଅନ୍ତୁ ନାହିଁ । ଯେ କୌଣସି ଯୋଜନା କରୁଛନ୍ତି ସମ୍ପୂର୍ଣ୍ଣ ଗୋପନୀୟତା ରଖନ୍ତୁ। ଚାକିରି ଓ ନିଜ ସ୍ଥିତି ଉପରେ ବିଚାର କରିବାକୁ ହେବ।

ମକର-

ରାଗକୁ କଣ୍ଟ୍ରୋଲ ରେ ରଖନ୍ତୁ । ଆର୍ଥିକ କ୍ଷେତ୍ରରେ ବନ୍ଧୁଙ୍କ ସହାୟତା ମିଳିବ। ସମୟ ଭଲରେ କଟିବ। ଯଦି ଏକା ଅନୁଭବ କରୁଛନ୍ତି ତ ପରିବାର ର ସହାୟତା ନିଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ଝଗଡ଼ା ରୁ ବଞ୍ଚନ୍ତୁ । ବିଦେଶ ସଂସ୍ଥା ପକ୍ଷରୁ ଛାତ୍ରବୃତ୍ତି ଖବର ର ଅପେକ୍ଷା କରିଥିଲେ ଶୁଭ ଖବର ପାଇବେ।

କୁମ୍ଭ-

ନୂଆ କାମ ଆରମ୍ଭ କରିବେ ଓ ସଫଳତା ପାଇବେ। ଗୋଟେ ଦିଗରୁ ପରିଶ୍ରମର ଫଳ ଅଧିକ ମିଳିବ।କଥାବାର୍ତ୍ତା ରେ ସଂଜମ ରଖନ୍ତୁ । ବେପାରରେ ସହଯୋଗୀଙ୍କ ସହାୟତା ମିଳିବ। ବିଭିନ୍ନ କ୍ଷେତ୍ରରେ ଲାଭ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମହତ୍ୱପୂର୍ଣ୍ଣ ବିଚାର ଓ ଯୋଜନାର ମାନ୍ୟତା ମିଳିବ। ଲୋକ ନିଜ ନୂଆ ଘର କରିପାରନ୍ତି । ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ ଓ ପଇସା ର ସମସ୍ୟା ଦୂର ହେବ।

ମୀନ-

କାର୍ଯ୍ୟକ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। କାର୍ଯ୍ୟ ରେ ସଫଳତା ମିଳିବ। ଶିକ୍ଷଣ କ୍ଷେତ୍ରରେ ଆଦାନ ପ୍ରଦାନ ମହତ୍ୱପୂର୍ଣ୍ଣ ରହିବ। ଅଧିକ ଭାବନା ପ୍ରକାଶ କରିବେ। ଯେକୋୖଣସି କାମ କରିବା ପୂର୍ବରୁ ଭାବିଚିନ୍ତି ନିର୍ଣ୍ଣୟ ନିଅନ୍ତୁ।

Leave a Reply

Your email address will not be published. Required fields are marked *